ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆରଇସି ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ

ଆରଇସି ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ

ରାଉରକେଲା/ ସରକାରୀ ଉଚ୍ଚ ବିଦ୍ୟାଳୟ, ଆର୍ ଇ ସି କ୍ୟାମ୍ପସ ପ୍ରାଙ୍ଗଣରେ ବାର୍ଷିକ କ୍ରୀଡା ଉତ୍ସବ ୨୦୨୩_୨୪ ପ୍ରଧାନ ଶିକ୍ଷୟିତ୍ରୀ ସୁଦିପ୍ତା ବେହେରା ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କ୍ରୀଡ଼ା ଶିକ୍ଷକ ଅଜୟ କୁମାର ରାଉତ ଙ୍କ ତତ୍ତ୍ୱାବଧାନରେ, ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଶିକ୍ଷା କର୍ମ ଚାରୀ ମାନଙ୍କର ମିଳିତ ସହଯୋଗରେ ସୂଚାରୁ ରୁପେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁନିସିପାଲ କଲେଜ ର କ୍ରୀଡା ଅଫିସର ତଥା ଆନ୍ତର୍ଜାତୀୟ କୋଚ୍ କ୍ୟାପଟେନ ଏସ, ଏନ୍ ରାଉତ ମୁଖ୍ୟ ଅତିଥି,ଏନ ଆଇ ଟି ଷ୍ଟେଟ ବ୍ୟାଙ୍କ ର ଡେପୁଟି ବ୍ରାଞ୍ଚ ମ୍ୟାନେଜର ସୁଶ୍ରୀ ସୁକ୍ତି ଵୈଶାଖ ସମ୍ମାନିତ ଅତିଥି,ଏଵିଓ ସତ୍ୟ ଭାମା ବେହେରା ଵରେଣ୍ୟ ଅତିଥି, ଅନ୍ୟ ତମ ସମ୍ମାନିତ ଅତିଥି ଭାବେ ସିଆରସିସି ସିପ୍ରା ସାହୁ ଯୋଗଦାନ କରି ଥିଲେ। ଅତିଥି ମାନେ ଛାତ୍ର ଛାତ୍ରୀ ମାନଙ୍କୁ ଭବିଷ୍ୟତ ରେ କ୍ରୀଡ଼ାର ଉପଯୋଗିତା, ଉଦ୍ଦେଶ୍ୟ ଵିଷୟରେ ଅବଗତ କରାଇଥିଲେ। ଏହି ଅବସରରେ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ଯଥା ଦୌଡ, ସଟପୁଟ,ଡିସକସ ଥ୍ରୋ,ଗଣିତ ଖେଳ, ମ୍ୟୁଜିକ ଚେୟାର,ଲଙ୍ଗ ଜମ୍ପ,ହାଇଜମ୍ପ ଫ୍ୟେନ୍ସିଡ୍ରେସ ଆଦି ପ୍ରତିଯୋଗିତା ସର୍ବ କନିଷ୍ଠ, କନିଷ୍ଠ ଓ ବରିଷ୍ଠ ଙ୍କ ମଧ୍ୟରେ କରାଯାଇ କୃତିତ୍ୱ ହାସଲ କରିଥିବା ୭୦ ଜଣଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା। ଏଥିରେ ଵହୁ ସଂଖ୍ୟାରେ ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରେ ପ୍ରଥମ , ଦ୍ବିତୀୟ ଓ ତୃତୀୟ ତଥା ସାନ୍ତ୍ୱନା ମୂଳକ ପୁରସ୍କାରରେ ପୁରସ୍କୃତ କରାଯାଇଥିଲା। ସେହିପରି ଅଭିଭାବକ ମାନଙ୍କର ଉପସ୍ଥିତି ଓ ବିଭିନ୍ନ ଅତିଥି ମାନଙ୍କ ସମ୍ମୁଖରେ ଛାତ୍ର ଛାତ୍ରୀ ମାନେ କୌତୁକ ପୋଷାକ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ।ଏହି କାର୍ଯ୍ୟକ୍ରମ ଅଧିକ ଆକର୍ଷଣୀୟ ହୋଇ ଥିଲା। ଏଥିରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରତିଯୋଗୀମାନଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା। ଉଦଘାଟନ ଉତ୍ସବ ରେ ଶିକ୍ଷକ ସରୋଜ କୁମାର ଜେନା ସ୍ବାଗତ ଭାଷଣ ଦେଇଥିବା ଵେଳେ ବରିଷ୍ଠ ଶିକ୍ଷକ ସୀତାରାମ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ବରିଷ୍ଠ ଶିକ୍ଷୟିତ୍ରୀ ନିରୁପମା ଦାଶ ମଞ୍ଚ ପରିଚାଳନା କରିଥିଲେ। ସେହିପରି ଉଦଯାପନୀ ଉତ୍ସବ ରେ ପ୍ରଧାନ ଶିକ୍ଷୟିତ୍ରୀ ସୁଦିପ୍ତା ବେହେରାଙ୍କ ସଭାପତିତ୍ବରେ ବରିଷ୍ଠ ଶିକ୍ଷୟିତ୍ରୀ ସୁଜାତା ତ୍ରିପାଠୀ ସ୍ବାଗତ ଭାଷଣ ଦେଇଥିବା ଵେଳେ ବରିଷ୍ଠ ଶିକ୍ଷୟିତ୍ରୀ ଛଵିରାଣୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। କ୍ରୀଡା ବିଭାଗ ର ଗାଇଡଲାଇନ ଅନୁସାରେ ପିଲାମାନଙ୍କର ପ୍ୟାରେଡ, ଅତିଥି ମାନଙ୍କୁ ସମ୍ମାନିତ ଇତ୍ୟାଦି କରାଯାଇଥିଲା। ଧାଡ଼ି ଧାଡ଼ି ହୋଇ ହସଖୁସିରେ ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଗହଣରେ ସ୍ବାଗତ ପୂର୍ଵକ କରତାଳି ଦେଇ ଅତିଥି ମାନଙ୍କୁ ବିଦ୍ୟାଳୟ ର ପ୍ରାଙ୍ଗଣ ସ୍ଥିତ ସଭାକୁ ପାଛୋଟି ନିଆଯାଇଥିଲା। ଏଥିରେ ବରିଷ୍ଠ ଶିକ୍ଷକ ଛଵିରାଣୀ ପ୍ରଧାନ, ସରୋଜ କୁମାର ଜେନା, ମିନତୀ ଖମାରୀ, ନମିତା ଦନ୍ତା,ସାଗର ପରିଡା,ଭରତ ସେଠୀ, ଅନ୍ନପୂର୍ଣ୍ଣା ସାହୁ, ସୀତାରାମ ସାହୁ, ସସ୍ମିତା ପଟ୍ଟନାୟକ,ମମତା ସେନାପତି, ସୁଜାତା ମିଶ୍ର ଇତ୍ୟାଦି ଉପସ୍ଥିତ ରହି ସ୍ବାଗତ ଓ ସହଯୋଗ କରିଥିଲେ। ସଭାପତି କ୍ରୀଡା ଉତ୍ସବ ର ଆଭିମୁଖ୍ୟ ସମ୍ପର୍କରେ ଵକ୍ତଵ୍ୟ ପ୍ରଦାନ କରିଥିଲେ। ୫ ଟି ବିଦ୍ୟାଳୟ ର ଅନେକ ଖେଳ ସାମଗ୍ରୀ ତଥା ବିଦ୍ୟାଳୟ ର ଏପରି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅଭିଭାବକ ମାନେ ଖୁବ୍ ପସନ୍ଦ କରିଥିଲେ। ଏଥିରେ ଵିଜୟ ମହନ୍ତ ,ଜତିନ୍ଦ୍ର ଭୋଇ,ସୁରେଖା ନାୟକ , ସାବିତ୍ରୀ ଦେଵୀ, ପ୍ରତିମା ଦେଵୀ ସହାୟତା ପ୍ରଦାନ କରିଥିଲେ । ପରିଶେଷରେ, ବରିଷ୍ଠ ଖେଳଶିକ୍ଷକ ଅଜୟ କୁମାର ରାଉତ ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଆଉ ନାହାଁନ୍ତି ବରିଷ୍ଠ ସମାଜସେବୀ ରବିନ୍ଦ୍ରନାଥ ପତି,ଆଜିବି ମନେପଡେ ସ୍ମୃତି ବିଜଡ଼ିତ ଅତୀତ 

Sunil Chandra Nayak

ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ

Sunil Chandra Nayak

ଜାମଦା ରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ; ୧ଠ ଟି ପଞ୍ଚାୟତକୁ୧୨୧ ପ୍ରକଳ୍ପ ପାଇଁ ୫ କୋଟି ମଂଞ୍ଜୁର

masiha

Leave a Comment

error: Content is protected !!