ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇନର ହୁଇଲ କ୍ଲବର ଆହାର କାର୍ଯ୍ୟକ୍ରମ 

ଇନର ହୁଇଲ କ୍ଲବର ଆହାର କାର୍ଯ୍ୟକ୍ରମ 

ରାଉରକେଲା: ଖାଦ୍ୟ ଆବଶ୍ୟକତା କରୁଥିବା ଆଶ୍ରମର ଅନ୍ତେବାସୀମାନଙ୍କ ପାଇଁ ଇନର ହୁଇଲ କ୍ଲବ୍ ଅଫ୍ ରାଉରକେଲା ରିଭର ସାଇଡ୍ ତରଫରୁ ଆହାର କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହି ଅବସରରେ ଲହୁଣିପଡା କଳ୍ପତରୁ ଆଶ୍ରମର ଅନ୍ତେବାସୀମାନଙ୍କ ପାଇଁ ଏହି ଯୋଜନା କାର୍ଯ୍ୟକାରୀ କରାଯାଇଛି। କ୍ଲବର ସଭାପତି ସିମରନଜିତ ଶେଖନ ଓ ପ୍ରାକ୍ତନ ସଭାପତି ଅଜିତା ମହାନ୍ତି ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ। କ୍ଲବ ତରଫରୁ ଏହି ଯୋଜନା ମାଧ୍ୟମରେ ପ୍ରତ୍ୟେକ ମାସ ଆଶ୍ରମର ଅନ୍ତେବାସୀମାନଙ୍କୁ ୧୦ ଦିନର ଖାଦ୍ୟ ଯୋଗାଇ ଦିଆଯିବ ବୋଲି ସ୍ଥିର କରାଯାଇଛି। ବିରମିତ୍ରପୁର ଶ୍ରମଶକ୍ତି ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ମିଶ୍ର ଅନ୍ତେବାସୀଙ୍କ ପାଇଁ ଖାଦ୍ୟର ଆବଶ୍ୟକତା ସମ୍ପର୍କରେ ବକ୍ତବ୍ୟ ରଖିବା ସହ କ୍ଲବର ସହଯୋଗକୁ ସାଧୁବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅର୍ଚ୍ଚନା ଦେବତା,ରିତାଞ୍ଜଳି ରାୟ, ମହିମା ମହାପାତ୍ର, ପ୍ରତିମା ମହାପାତ୍ର, ସବିତା ମହାନ୍ତି,ଡ ମୀନତି ପଣ୍ଡା,ଡ ସଂଯୁକ୍ତା ପତି, ମଞ୍ଜୁବାଳା ପାଢ଼ୀ, ଅନିତା ନାୟକ, ଆରତୀ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ପ୍ରକ୍ଷାତ ପାଲାଗୁରୁ ରଘୁନାଥ ରଣାଙ୍କ ୧୬ ତମ ସ୍ମୃତିଚାରଣ ସଭା

Sunil Chandra Nayak

ଧରାକୋଟ ବ୍ଲକର ନୂତନ ଏ ବି ଡି ଓ 

Sunil Chandra Nayak

ଆଳତୁମା ଉଚ୍ଚ ବିଦ୍ୟାଳଳୟରେ ପ୍ରବେଶ ଉତ୍ସବ 

Sunil Chandra Nayak

Leave a Comment

error: Content is protected !!