ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରତର ଗଣତାନ୍ତ୍ରିକ ଯୁବ ଫେଡେରେସନ ପକ୍ଷରୁ ୨୩ତମ ଓଡିଶା ରାଜ୍ୟ ସମ୍ମିଳନୀ

ଭାରତର ଗଣତାନ୍ତ୍ରିକ ଯୁବ ଫେଡେରେସନ ପକ୍ଷରୁ ୨୩ତମ ଓଡିଶା ରାଜ୍ୟ ସମ୍ମିଳନୀ

ରାଉରକେଲାରେ ଡିଓ୍ବାଇଏଫ୍ଆଇ ପକ୍ଷରୁ ଅଗଷ୍ଟ ୩୦ ଓ ୩୧ ଯୁବ ସମାବେଶ

ରାଉରକେଲା : ଭାରତର ଗଣତାନ୍ତ୍ରିକ ଯୁବ ଫେଡେରେସନ (ଡିଓ୍ବାଇଏଫ୍ଆଇ) ପକ୍ଷରୁ ଅଗଷ୍ଟ ୩୦ ଓ ୩୧ ଦୁଇ ଦିନ ଧରି ୨୩ତମ ଓଡିଶା ରାଜ୍ୟ ସମ୍ମିଳନୀ ତଥା ଯୁବ ସମାବେଶ ରାଉରକେଲା ଭଞ୍ଜଭବନ, ଆଦର୍ଶ ପାଠାଗାର ଠାରେ ଆରମ୍ଭ ହୋଇଛି।

     ପାଞ୍ଚ ଦଫା ଦାବି ନେଇ ଆରମ୍ଭ ହୋଇଥିବା ଏହି ସମାବେଶରେ ବର୍ତ୍ତମାନ ଭାରତୀୟ ଜନତା ପାର୍ଟିର ନରେନ୍ଦ୍ର ମୋଦୀ ସରକାରଙ୍କୁ ବିଭିନ୍ନ ଦାବି ପୂରଣ କରିବାକୁ ଆହ୍ଵାନ ଦିଆଯାଇଛି। ଦାବିଗୁଡିକ ମଧ୍ଯରେ ସମସ୍ତ ସରକାରୀ ଦପ୍ତରରେ ଖାଲିପଡିଥିବା ପଦବୀକୁ ପୂରଣ, ଯୁବବର୍ଗଙ୍କୁ ସମସ୍ତ ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ ନିଯୁକ୍ତି , ସମସ୍ତ ଯୁବବର୍ଗଙ୍କୁ ଶିକ୍ଷା ଓ ନିଯୁକ୍ତି , ଏଥିସହିତ ବନ୍ଦ ପଡିଥିବା ଶିଳ୍ପାନୁଷ୍ଠାନ ଏବଂ ଖଣିଖାଦାନ ଖୋଲି ସ୍ଥାନୀୟ ବେକାରଙ୍କୁ ନିଯୁକ୍ତି , ଆତ୍ମନିଯୁକ୍ତି କ୍ଷେତ୍ରରେ ଦେଶର ଶିକ୍ଷିତ ବେକାର ଯୁବକ ଯୁବତୀଙ୍କୁ ବ୍ଯାଙ୍କ୍ ଋଣ ଯୋଗାଇ ଦେବାକୁ ଦାବି ଆଦି କରାଯାଇଛି।

   ଆଜି ରାଉରକେଲାର ସେକ୍ଟର-୫ ଗୁଣ୍ଡିଚା ମନ୍ଦିର ଠାରୁ ଭାରତର ଗଣତାନ୍ତ୍ରିକ ଯୁବ ଫେଡେରେସନ (ଡିଓ୍ବାଇଏଫ୍ଆଇ)ର ଏକ ଶୋଭାଯାତ୍ରା ବାହାରି ଯୁବ ସମାବେଶ ସ୍ଥଳ ଭଞ୍ଜଭବନ ଆଦର୍ଶ ସାହିତ୍ୟ ଘର ଠାରେ ପହଞ୍ଚିଥିଲା। ଏହି ସମାବେଶରେ ବହୁସଂଖ୍ୟାରେ ଯୁବ ଛାତ୍ର ଯୋଗଦେଇ ବିଭିନ୍ନ ଦାବି ପୂରଣ ପାଇଁ କେନ୍ଦ୍ର ସରକାରଙ୍କୁ ଆହ୍ବାନ ଦେଇଥିଲେ। ଯୁବ ସମାବେଶରେ ଡିଓ୍ବାଇଏଫ୍ଆଇର ରାଜ୍ୟ ସଭାପତି ସରୋଜ ନାୟକ, ରାଜ୍ୟ ସମ୍ପାଦକ ଜତିନ ମହାନ୍ତି, ରାଜ୍ୟ ସଭାପତି ରାଜକିଶୋର ପ୍ରଧାନ, ସର୍ବଭାରତୀୟ ସାଧାରଣ ସମ୍ପାଦକ ହିମାଙ୍ଗ ଭଟ୍ଟାଚାର୍ଯ୍ୟ, ପଶ୍ଚିମବଙ୍ଗ ରାଜ୍ଯ ସଭାପତି ଅରିୟାଂସ ସରକାର, ପଶ୍ଚିମବଙ୍ଗ ରାଜ୍ଯ ସମ୍ପାଦକ ଧୃବଜ୍ଯୋତି ଶାହ, ସିଆଇଟିୟୁ ସର୍ବଭାରତୀୟ ଉପସଭାପତି ବିଷ୍ଣୁ ମହାନ୍ତି, ସିପିଆଇଏମ୍ ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀ, ଡିଓ୍ବାଇଏଫ୍ଆଇ ପୂର୍ବତନ ସଭାପତି ଯୁଧିଷ୍ଠିର ବେହେରା, ସୁନ୍ଦରଗଡ ଜିଲ୍ଲା ସଭାପତି ଶେଖର ଶର୍ମା, ସୁନ୍ଦରଗଡ ସମ୍ପାଦକ ବାଦଲ ବେହେରା ପ୍ରମୁଖ ସମାବେଶରେ ନିଜର ବକ୍ତବ୍ୟ ରଖିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ତରବୋଡ଼ ବଜାରରେ ପ୍ରଶାସନର କଡ଼ା କାର୍ଯ୍ୟାନୁଷ୍ଠାନ; ୬୬ ହଜାର ଟଙ୍କା ଜରିମାନା, ୨ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଅବୈଧ ମଦ ଓ ୫୨ କିଲୋ ନିଷିଦ୍ଧ ପ୍ଲାଷ୍ଟିକ୍‌ ଜବତ

Sunil Chandra Nayak

ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ଵର୍ଗତ ଡଃ ମନମୋହନ ସିଂହ ଙ୍କ ଶୋକ ଦିବସ ପାଳିତ 

masiha

ଶିକ୍ଷା ଅଧିକାରୀ ଙ୍କ ସହ ପଦୋନ୍ନତି କୁ ନେଇ ବିଭିନ୍ନ ବର୍ଗର ଶିକ୍ଷକ ମାନଙ୍କ ଆଲୋଚନା

Sunil Chandra Nayak

Leave a Comment

error: Content is protected !!