ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡାରେ ଜିଲ୍ଲା ସ୍ତରୀୟ ବିକାଶ ମେଳା ଉଦଘାଟିତ

ରାୟଗଡାରେ ଜିଲ୍ଲା ସ୍ତରୀୟ ବିକାଶ ମେଳା ଉଦଘାଟିତ

ରାୟଗଡା ତା ୨୦.୯.୨୦୨୪ // ରାୟଗଡା ରେଳବାଇ ଖେଳ ପଡିଆ ଠାରେ ତିନି ଦିନିଆ ଜିଲ୍ଲା ସ୍ତରୀୟ ବିକାଶ ମେଳା ଉଦଘାଟିତ ହୋଇଯାଇଛି। ଓଡିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ରାଷ୍ଟ୍ର ମନ୍ତ୍ରୀ (ସ୍ଵାଧୀନ) ଶ୍ରୀଯୁକ୍ତ ଗଣେଶ ରାମ ସିଂ ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ। ରାୟଗଡା ଜିଲ୍ଲାପାଳ ପାରୁଲ ପଟାୱରି ସଭାପତିତ୍ଵ କରିଥିଲେ। ସମ୍ମାନିତ ଅତିଥି ରୂପେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ହରିଶା ବି ସି ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ନିହାର ରଂଜନ କହ୍ନର, ଗୁଣପୁର ଉପଜିଲ୍ଲାପାଳ କିରଣ ଦୀପ କୌର ସାହାଟେ ଓ ରାୟଗଡା ଉପଜିଲ୍ଲାପାଳ କଲ୍ଯାଣୀ ସଂଘମିତ୍ରା ଦେବୀ ମଞ୍ଚାସୀନ ଥିଲେ।

    ଓଡିଶାରେ ସରକାରଙ୍କ ଶହେଦିନ ପୂର୍ତ୍ତି ଉପଲକ୍ଷେ ସମସ୍ତ ଜିଲ୍ଲାବାସୀଙ୍କୁ ଶୁଭ କାମନା ଜଣାଇ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଖୁଣ୍ଟିଆ ଓଡ଼ିଶାରେ ପ୍ରଗତିର ନୂତନ ସୂର୍ଯ୍ୟୋଦୟ ଆରମ୍ଭ ହୋଇପାରିଛି ବୋଲି ଜଣାଇଥିଲେ। ରାଜ୍ୟରୁ ଗରିବୀ ହଟିବ, ଯୁବଶକ୍ତିର ଅଭ୍ୟୁଦୟ ହେବ, କୃଷିକ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ସହ ମହିଳା ମାନେ ଆତ୍ମ ନିର୍ଭରଶୀଳ ଓ ସଶକ୍ତ ହେବେ। ଓଡିଶା ଏକ ଅଗ୍ରଣୀ ରାଜ୍ୟରେ ପରିଗଣିତ ହେବ। ଦାଦନ ଖଟିବାକୁ ଲୋକେ ବାହାର ରାଜ୍ୟକୁ ଯିବେନାହିଁ, ବିକଶିତ ଓଡିଶା ଗଠନ ହେବ ବୋଲି କହିଥିଲେ। ଗତ ଶହେ ଦିନ ମଧ୍ୟରେ ସରକାର ଲକ୍ଷ ଲକ୍ଷ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତି ଟଙ୍କା ପ୍ରଦାନ ସହ, ଶ୍ରୀଜଗନ୍ନାଥ ମନ୍ଦିର ର ଚାରି ଦ୍ଵାର ଖୋଲିବା, ଶିକ୍ଷା ପୁରସ୍କାର ପ୍ରଦାନ ଆଦି ଅନେକ କାର୍ଯ୍ୟକ୍ରମ ଘୋଷଣା କରିଥିବା ସ୍ଵାଧୀନ କହିଥିଲେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଆୟୁଷ୍ମାନ ଯୋଜନା, ପିଏମ କିଶାନ ଯୋଜନା, ନିର୍ମାଣ ଶ୍ରମିକ ଯୋଜନା, ଅଣସଙ୍ଗଠିତ ଶ୍ରମିକ ଯୋଜନା, ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ଆଦି ଅନେକ ସରକାରୀ ଯୋଜନା ଲୋକଙ୍କ ପାଇଁ ଅପହଞ୍ଚ ରହିଛି, ସେଗୁଡିକର ଉତ୍ତମ କାର୍ଯ୍ୟକାରୀ ହେଲେ ଗରିବୀ ହଟିବ ଓ ବିକଶିତ ଓଡ଼ିଶା ଗଠନ ସମ୍ଭବ ବୋଲି କହିଥିଲେ। ସମସ୍ତ ଗ୍ରାମକୁ ରାସ୍ତା ଓ ବିଜୁଳି,ପାନୀୟ ଜଳ ନିଶ୍ଚିତ ପହଁଞ୍ଚିବ, ଗରିବ ପେଟପୁରା ଖାଦ୍ୟ ପାଇବେ , ୨୦୩୬ ସୁଦ୍ଧା ବିକଶିତ ଓଡିଶା ସଂକଳ୍ପ ପୂରଣ ହେବ । ପରିବେଶ ଯତ୍ନ ନିମନ୍ତେ ଅଧିକ ବୃକ୍ଷରୋପଣ, ନିଜ ଗାଁ ଓ ପରିବେଶ କୁ ସ୍ଵଚ୍ଛ ରଖିବା ନିମନ୍ତେ ଆହ୍ଵାନ ଦେବା ସହ ସରକାରଙ୍କ ହାତମୁଠାକୁ ଦୃଢ଼ କରିବା ନିମନ୍ତେ ଅନୁରୋଧ କରିଥିଲେ। ପ୍ରାୟ ଛଅ ହଜାରରରୁ ଉର୍ଦ୍ଧ ମହିଳା ଓ ଦୁଇ ହଜାରରରୁ ଉର୍ଦ୍ଧ ପୁରୁଷ ଯୋଗାଇଦେଇଥିବାରୁ ମୁଖ୍ୟ ଅତିଥି ସମସ୍ତ ଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। 

      ଜିଲ୍ଲାପାଳ ଶ୍ରୀମତୀ ପାରୁଲ ସ୍ଵାଗତ ଭାଷଣରେ ରାୟଗଡା ଜିଲ୍ଲାରେ ବର୍ତ୍ତମାନ ମଧ୍ଯ ଅନେକ ବିକାଶ ବାକି ରହିଥିବା କହିଥିଲେ । ସବୁଦିନିଆ ରାସ୍ତା, ବିଜୁଳି, ସୁଦ୍ଧ ପାନୀୟ ଜଳ, କୁଶଳୀଙ୍କ ନିମନ୍ତେ ସ୍ଥାୟୀ ରୋଜଗାର ସ୍ଵାସ୍ଥ୍ୟ ସେବା ଆଦିର ଉଦାହରଣ ଦେଇ ଆମକୁ ଅନେକ ଦୂର ଯିବାର ଅଛି , ସରକାରଙ୍କ ସମସ୍ତ ଯୋଜନା ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଅଛି ସର୍ବୋପରି, ଗରିବ ମୁହଁରେ ହସ ଫୁଟେଇବାର ଅଛି ଏଣୁ ସରକାରୀ କଳ ଲୋକାଭିମୁଖୀ ହେବା ନିମନ୍ତେ ଆହ୍ଵାନ ଦେଇଥିଲେ ।

 ପ୍ରାରମ୍ଭରେ ମୁଖ୍ୟ ଅତିଥି ଜିଲ୍ଲାର ବିଭିନ୍ନ ବିଭାଗ ତରଫରୁ ଅଠର ଗୋଟି ସଚେତନତା ଷ୍ଟଲ୍ ପରିଦର୍ଶନ କରିଥିଲେ। ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି ନିମନ୍ତେ ପ୍ରଦର୍ଶନ କରାଯାଇଥିଲା। 

       ଏହି ଅବସରେ ଦଶ ଜଣ ମହିଳାଙ୍କୁ ସୁଭଦ୍ରା କିସ୍ତି ମିଶନ ଶକ୍ତି ତରଫରୁ ବଡ ରାଇସିଂ ଗ୍ରାମର ସାଇ ଏସ୍ ଏଚ୍ ଜିକୁ ଛଅ ଲକ୍ଷ ଟଙ୍କା, ରାୟଗଡା ପୌରାଞ୍ଚଳର ବଦ୍ରୀନାଥ ଏସ୍ ଏଚ୍ ଜି ଙ୍କୁ ଚାରି ଲକ୍ଷ ଟଙ୍କା ଓ ପ୍ରଗତି ଏସ୍ ଏଚ୍ ଜି ଙ୍କୁ ଦୁଇ ଲକ୍ଷ ଟଙ୍କାର ବ୍ୟାଙ୍କ ରୁଣ ସହାୟତା ପ୍ରଦାନ କରାଯାଇଛି । ଶ୍ରମ ବିଭାଗ ପକ୍ଷରୁ ହିତାଧିକାରୀଙ୍କୁ ମୃତ୍ୟୁ କାଳୀନ, ବିବାହ, ପ୍ରସୂତୀ କାଳୀନ ଓ ଉଚ୍ଚ ଶିକ୍ଷା ନିମନ୍ତେ ସହାୟତା ଓ ନିର୍ମାଣ ଶ୍ରମିକ ପଞ୍ଜୀକରଣ ପ୍ରମାଣପତ୍ର ମୁଖ୍ୟ ଅତିଥି ଙ୍କ କରକମଳରେ ପ୍ରଦାନ କରାଯାଇଥିଲା। 

      ଶ୍ରୀ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପ୍ରଦୀପ ପ୍ରଜ୍ବଳନ ଓ ପୁଷ୍ପମାଲ୍ଯ ପ୍ରଦାନ ପୂର୍ବକ କାର୍ଯ୍ୟକ୍ରମର ପ୍ରାରମ୍ଭ କରାଯାଇଥିଲା ଓ ପରେ ଓଡିଶୀ , ଡ଼ଙ୍ଗରିଆ କନ୍ଧ ଲାଞ୍ଜିଆ ସଉରା ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା  । ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ ଏଥିରେ ସହଯୋଗ କରିଥିଲେ। ଶେଷରେ ଉପ ନିର୍ଦ୍ଦେଶକ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ମେଳା ତିନିଦିନ ଧରି ଚାଲିବ ବୋଲି ଶ୍ରୀଯୁକ୍ତ ପ୍ରଧାନ ପ୍ରକାଶ କରିଛନ୍ତି।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଉତ୍କଳମଣି ସେବାସଂସ୍ଥାର ଶୀତବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ

masiha

ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର ସ୍ପଷ୍ଟୀକରଣ ସଂଘ ର ଜ଼ିଲ୍ଲା ସଭାପତି ଶ୍ୟାମ ସୁନ୍ଦର ଭୋଇ

Sunil Chandra Nayak

ପ୍ରବାଦ ପୁରୁଷ ବିଜୁ ବାବୁ ଯୁଗ ଯୁଗ ପାଇଁ ମନେ ରହିବେ

Sunil Chandra Nayak

Leave a Comment

error: Content is protected !!