ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପିତୃଦେବ ଭବ । (ଶୋକ ସମ୍ବାଦ)

ପିତୃଦେବ ଭବ । (ଶୋକ ସମ୍ବାଦ)

କଟକ : ପିତା ସ୍ୱର୍ଗ ପିତା ଧର୍ମ ପିତା ହି ପରମ ତପ ,ପିତରି ପ୍ରୀତିମାପନ୍ନେ ପ୍ରୀୟନ୍ତେ ସର୍ବଦେବତା l 

ଆମର ପରମ ପୂଜ୍ୟ ପିତୃଦେବ ଶ୍ରୀ ଯୁଗଳ କିଶୋର ଦାଶ ଆମ ସମସ୍ତଙ୍କୁ ଗଭୀର ଶୋକ ସାଗରରେ ଭସାଇ ଇହ ଲୀଳା ସମ୍ଭରଣ କରିଛନ୍ତି l ସେ ଥିଲେ ଜଣେ ଲୋଭ କ୍ରୋଧ ମୋହ ବିବର୍ଜିତ ଦିବ୍ୟ ପୁରୁଷ l ତାଙ୍କ ପରି ଧର୍ମାତ୍ମା ଙ୍କୁ ପାଇ ସ୍ୱୟଂ କାଳ ବି ଆଜି ଧନ୍ୟ l ଏହିପରି ମହାତ୍ମାଙ୍କୁ ହରାଇ କାଳ ବି ଆଜି ନିର୍ବାକ l ଆମ ତିନି ଭାଇ ଙ୍କୁ ଶିକ୍ଷା ଦୀକ୍ଷା ଓ ସଂସ୍କାର ଦେଇ ଉପଯୁକ୍ତ ମଣିଷ କରି ଗଢି ତୋଳି ବାରେ ସେ ଟିକିଏ ବି ଉଣା ନକରି ଜଣେ ଆଦର୍ଶ ପିତା ର କର୍ତ୍ତବ୍ୟ କରି ଆମଙ୍କୁ ଅନାଥ କରି ସବୁ ଦିନ ପାଇଁ ନିତ୍ୟ ଗୋଲୋକ ଧାମକୁ ଯାତ୍ରା କରିଛନ୍ତି l ତାଙ୍କ ଅବର୍ତ୍ତମାନରେ ଆମେ ତିନି ଭାଇ ଆଜି ଅନାଥ l କିଏ ଆଉ ଜୀବନ ଯାତ୍ରାରେ ଝୁଣ୍ଟି ପଡିଲେ ଆହା କହିବ l ବାପା ତମେ ଆମ ତିନି ଭାଇଙ୍କର ବଳ ସମ୍ବଳ ତୁମଙ୍କୁ ହରାଇ ଆମେ ଆଜି ନିସ୍ଵ l ତୁମ ଅମର ଆତ୍ମା ବିଭୁ ସାନ୍ନିଧ୍ୟ ଲାଭ କରୁ ସେପାରିରେ ଥାଇ ଆମଙ୍କୁ ସର୍ବଦା ସହାୟ ହୁଅ l ତୁମ ଆଶୀର୍ବାଦ ସବୁବେଳେ ଆମ ମୁଣ୍ଡ ଉପରେ ଥାଉ l ପରମ କାରୁଣିକ ଜଗନ୍ନାଥଙ୍କ ପଦାରବିନ୍ଦରେ ଏତିକି ମାଗୁଣି l ଏହା ହିଁ ତ ତାଙ୍କର ବାହୁଡା଼ ଯାତ୍ରା ସେ ଥିଲେ ହିମାଳୟ ପରି ଦୃଢ଼ ପ୍ରତିଜ୍ଞ ଓ ଐରାବତ ପରି ଶକ୍ତ ମନୋବଳ ର ମୂର୍ତ୍ତି ମାନ ପ୍ରତୀକ ଏଣୁ ତାଙ୍କ ଅବର୍ତ୍ତମାନରେ ଏତିକି କହି ପାରିବି 

ଶୋଇ ଗଲା ଐରାବତ ହିମାଳୟ ପରବତ 
    ଶୁଖିଗଲା ଶେଷେ ତାର ଶାଶ୍ୱତ ଝରଣl 
     ଯାଇଛି ଅମର ଧାମେ କୁହ ସିନା ମୃତ୍ୟୁ ନାମେ 
   ବାହୁଡା଼ ବିଜୟ ତାର ନୁହଁଇ ମରଣ l 
   ନୁହେଁ ସେ ବଧିର ଗିରି ଦେଇ ପାରେ ହୃଦ ଚିରି 
  ପାବକ ତୁଷାରେ ତାର ଗଠିତ ଜୀବନ 
 ତେବେ କିମ୍ପା ଚିନ୍ତା ଆଉ ମହାରଥୀ ଶୋଇ ଥାଉ 
ନକର ତା ପାଶେ ବସି ଆତୁରେ କ୍ରନ୍ଦନ ।
                  -ଜିତେନ କୁମାର ଦାଶ
                           ପ୍ରଧାନ ଶିକ୍ଷକ,
           ଝାରକଟା ଉପ୍ରା ବିଦ୍ୟାଳୟ 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଜୀବନ ଯୁଦ୍ଧରେ ହାରିଗଲେ ଯୁବ ସାମ୍ବାଦିକ

Sunil Chandra Nayak

କଇଁପୁର ଗାଁ ଆର.ଡ଼ି ରାସ୍ତା ମରଣଯନ୍ତା

Sunil Chandra Nayak

ପଦ୍ମବଜାର ମାଣ୍ଡବା ସାହିରେ ୨୭ତମ କାର୍ତିକେଶ୍ବର ପୂଜା ଉପଲକ୍ଷେ କଳସଯାତ୍ରା

Sunil Chandra Nayak

Leave a Comment

error: Content is protected !!