ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆନ୍ତର୍ଜାତୀୟ ସାକ୍ଷରତା ଦିବସ ରେ ଶିକ୍ଷକ ସମ୍ମାନିତ

ଆନ୍ତର୍ଜାତୀୟ ସାକ୍ଷରତା ଦିବସ ରେ ଶିକ୍ଷକ ସମ୍ମାନିତ

ରାଇରଙ୍ଗପୁର – ୧୨/୦୯ ମୟୁରଭଞ୍ଜ ଜିଲ୍ଲା, ଅଁଳା ଗ୍ରାମ ପଞ୍ଚାୟତ ଅଧୀନ ରାଇକମା ସ୍ଥିତ ଅଗ୍ରଣୀ ଶିକ୍ଷାନୁଷ୍ଠାନ ରଘୁନାଥ ଉଚ୍ଚ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଜିତ କୁy ମାର ଜେନା ଅନ୍ତର୍ଜାତୀୟ ସାକ୍ଷରତା ଦିବସ ରେ ସମ୍ମାନିତ ହୋଇଛନ୍ତି। ବାରିପଦା ରୋଟାରୀ କ୍ଲବ୍ ପକ୍ଷରୁ ରୋଟାରୀ ଭବନରେ ଆୟୋଜିତ ଅନ୍ତର୍ଜାତୀୟ ସାକ୍ଷରତା ଦିବସ -୨୦୨୬ ପାଳନ ଅବସରରେ ଜିଲ୍ଲାର ୧୫ ଜଣ କୃତୀ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ “ରାଷ୍ଟ୍ର ନିର୍ମାତା ସମ୍ମାନ” ରେ ସମ୍ମାନିତ କରଯାଇଛି। 

ବାରିପଦା ରୋଟାରୀ କ୍ଲବ୍ ସଭାପତି ତିମିର କୁମାର ଘୋଷ ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ଏହି ବର୍ଣ୍ଣାଢ୍ୟ ଉତ୍ସବରେ ପ୍ରାକ୍ତନ ରୋଟାରୀୟାନ ଇନ୍ଦ୍ରଜିତ୍ ସାହୁ ମୁଖ୍ୟ ଅତିଥି, ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ. ହରିନାରାୟଣ ବେହେରା ମୁଖ୍ୟବକ୍ତା, ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି ସମ୍ମାନନୀୟ ଅତିଥି, କ୍ଲବ୍ ର ସାକ୍ଷରତା ସମିତି ଅଧ୍ୟକ୍ଷ ଡ. ସୁଶାନ୍ତ କୁମାର ବସା ଓ କ୍ଲବ୍ ସଂପାଦକ ସନ୍ଦୀପ ଚାନ୍ଦ ଯୋଗଦେଇ ମାଧ୍ୟମିକ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଶ୍ରୀ ଅଜିତ କୁମାର ଜେନା ଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସ୍ବତନ୍ତ୍ର ଭାବେ ସମ୍ମାନିତ କରିଛନ୍ତି। ପ୍ରକାଶ ଥାଉକି ଶ୍ରୀ ଜେନା ବିଜ୍ଞାନ, ପରିବେଶ, କଳା ସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟକାରି ଜିଲ୍ଲା, ରାଜ୍ୟ ତଥା ଜାତୀୟ ସ୍ତରରେ ପୁରସ୍କୃତ ହୋଇଛନ୍ତି। ଜିଲ୍ଳାର ବହୁ ଶିକ୍ଷାବିତ୍ ଶ୍ରୀ ଜେନାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ୱାଳ 

Related posts

ଆଜିର ଦିବସର ଅନୁଚିନ୍ତା : ଜୁନ୍ ୨୮ ତାରିଖ:  ଜିନ୍-ଜାକ୍ ରୁଷୋଙ୍କ ଦର୍ଶନ,ବିଶ୍ୱଯୁଦ୍ଧ,ଭର୍ସାଇ ସନ୍ଧି, ବିଜ୍ଞାନ ପଥ ଏବଂ ଜାତୀୟ ପରିସଂଖ୍ୟାନ ଦିବସ 

Sunil Chandra Nayak

ଜାମଦାରେ କୃଷକ ରେଜିଷ୍ଟର ସଚେତନତା ରଥର ଶୁଭାରମ୍ଭ

masiha

ଶିଂସାରିରେ ପୋଲିସର ଫ୍ଲାଗ ମାର୍ଚ୍ଚ

masiha

Leave a Comment

error: Content is protected !!