ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଳେଶ୍ଵର ପୌରପାଳିକାର ସମସ୍ତ ୧୭ ଟି ୱାର୍ଡ଼କୁ ରିଲିଫ୍ ଚାଉଳ ପ୍ରଦାନ ପାଇଁ ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ଦାବୀ 

ଜଳେଶ୍ଵର ପୌରପାଳିକାର ସମସ୍ତ ୧୭ ଟି ୱାର୍ଡ଼କୁ ରିଲିଫ୍ ଚାଉଳ ପ୍ରଦାନ ପାଇଁ ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ଦାବୀ 

ଜଳେଶ୍ଵର,୩୧/୧୦(ମନିସ)-ଗତ ବନ୍ୟାରେ ପ୍ରଭାବିତ ହୋଇଥିବା ଜଳେଶ୍ୱର ପୌରପାଳିକାର ସମସ୍ତ ୧୭ ଟି ୱାର୍ଡ଼ ମଧ୍ୟରୁ ୧୧ଟି ୱାର୍ଡ଼କୁ ସର୍ବମୋଟ ୮୦୯ କ୍ୱିଣ୍ଟାଲ ରିଲିଫ୍ ଚାଉଳ ରାଜ୍ଯ ସରକାରଙ୍କ ତରଫରୁ ପ୍ରଦାନ କରାଯାଇଥିବା ତନ୍ମଧ୍ୟରୁ ବାଦ ପଡ଼ିଥିବା ଆଉ ୬ ଗୋଟି ୱାର୍ଡ଼ ଯଥା:- ୨, ୩, ୪, ୧୦, ୧୪ ଓ ୧୭ ନମ୍ବର ୱାର୍ଡ଼ର ଅନେକ ଯୋଗ୍ୟ ବନ୍ୟା ପ୍ରପୀଡ଼ିତ ପରିବାର ରିଲିଫ୍ ଚାଉଳରୁ ବଞ୍ଚିତ ହୋଇଥିବାରୁ ସେମାନଙ୍କୁ ପୁନର୍ବାର ସହାୟତା ପ୍ରଦାନ ଦାବିରେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ନିର୍ଦ୍ଦେଶକ୍ରମେ ଓ ବିଜେପି ବିଧାୟକ ପ୍ରାର୍ଥୀ ବ୍ରଜ ମୋହନ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆଜି ବିଜେପି ନଗର କମିଟି ପକ୍ଷରୁ ବାଲେଶ୍ୱର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ହେମନ୍ତ କୁମାର ସିଂଙ୍କ ମାଧ୍ୟମରେ ଏକ ସ୍ମାରକ ପାତ୍ର ପ୍ରଦାନ କରା ଯାଇଛି। ପ୍ରକୃତ ବନ୍ୟା ପ୍ରପୀଡ଼ିତଙ୍କୁ ଚିହ୍ନଟ କରି ତୁରନ୍ତ ରିଲିଫ୍ ସହାୟତା ପ୍ରଦାନ ସହ ବଣ୍ଟନ ବ୍ୟବସ୍ଥାରେ ସ୍ୱଚ୍ଛତା ଓ ନିରପେକ୍ଷତା ରକ୍ଷା କରିବା ପାଇଁ ସାଂସଦ ପ୍ରତିନିଧି ଫାଲଗୁନି ପାଣିଗ୍ରାହୀ,ରାଜେଶ୍ ଖଟୁଆ,ତାପସ ପାଣିଗ୍ରାହୀ,ଅଞ୍ଜନ ଦାସ,ଆଦିତ୍ୟ ନାରାୟଣ ପାତ୍ର,ବିଶ୍ୱ ଭୂଷଣ ଦାସ ପ୍ରମୁଖ କର୍ମକର୍ତ୍ତା ନିର୍ବାହୀ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ଆମ କାର୍ଯ୍ୟ-କଳାପ ଓ ଦୃଷ୍ଟି ଭଙ୍ଗି ସମୂହ କୈନ୍ଦ୍ରିକ ହେବା ଉଚିତ : ମହାସଚିବ

masiha

କୋକସରା ଶିକ୍ଷା ବିଭାଗ ରେ ନୂତନ ଭାବେ ଯୋଗଦେଲେ ଦୁଇ ଅଧିକାରୀ

Sunil Chandra Nayak

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ର୍ଭଚୁଆଲ ବୈଠକ ମାଧ୍ୟମରେ ନୂତନ ଥାନା ଉଦଘାଟିତ 

Sunil Chandra Nayak

Leave a Comment

error: Content is protected !!