ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ର୍ଭଚୁଆଲ ବୈଠକ ମାଧ୍ୟମରେ ନୂତନ ଥାନା ଉଦଘାଟିତ 

ପାପଡାହାଣ୍ଡି ,09/01, ମନିସ —-ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମଇଦଲପୁରର ନୂତନ ଥାନାକୁ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ର୍ଭଚୁଆଲ ବୈଠକ ମାଧ୍ୟମରେ ଉଦଘାଟନ କରିଛନ୍ତି | ଉପସ୍ଥିତ ଜନ ସାଧାରଣଙ୍କୁ ଏନେଇ ଶୁବେଚ୍ଛା ବାର୍ତ୍ତା ଦେଇଥିଲେ | ଆରକ୍ଷୀ ଅଧିକାରୀ ଏସ.ସୁଶ୍ରୀଙ୍କ ସଭାପତିତ୍ୱରେ ଅତିଥିଭାବେ ଡାବୁଗାଁ ବିଧାୟକ ମନହୋର ରନ୍ଧାରୀ, ପୂର୍ବତନ ଡାବୁଗାଁ ବିଧାୟକ ଭୁଜବଳ ମାଝୀ, ବ୍ଲକ ଅଧକ୍ଷା ହେମଲତା ମାଝୀ, ବ୍ଲକ ଉପାଧକ୍ଷ ସୁଶାନ୍ତ ବେହେରା, ଜିଲ୍ଲା ପରିଷଦ ସଭ୍ୟା ଡା. ଲିପିକା ମାଝୀ, ମଇଦଲପୁର ସରପଞ୍ଚ ଚନ୍ଦ୍ରଶେଖର ମାଝୀ, ଉପଜିଲ୍ଲାପାଳ ଭାସ୍କର ରଇତ, ତହସିଲଦାର ଯୋଗେଶ୍ୱର ଭୋଇ, ବିଡ଼ିଓ ରଞ୍ଜିତା ମଲ୍ଲିକ, ଡ଼ିଏସପି ଚନ୍ଦ୍ରଶେଖର ହୋତ୍ତା, ଡ଼ିଏସପି ବବିତା ତ୍ରିପାଠୀ, ପାପଡାହାଣ୍ଡି ଏସଡିପିଓ ଆଦିତ୍ୟ ସେନ, ଉମରକୋଟ ଏସଡିପିଓ ସୁବେନ୍ଦୁ ଶବର ପ୍ରମୁଖ ମଞ୍ଚାସିନ ରହିଥିଲେ | ଜିଲ୍ଲା ଆରକ୍ଷୀ ଅଧିକାରୀ ପୂର୍ବରୁ ମଇଦଲପୁର ଫାଣ୍ଡି ରହିଥିଲା ଆଜି ଠାରୁ ଏହା ନୂତନ ଥାନା ହେବା କହିଥିଲେ | ମଇଦଲପୁର ଅଞ୍ଚଳ ହେଉଛି କଳାହାଣ୍ଡି ସୀମାନ୍ତ ଓ ଏହା ଘାଟି ଅଞ୍ଚଳ ତେଣୁ ଏହି ଅଞ୍ଚଳ ରେ ବହୁତ ଦୁର୍ଘଟଣା ହେଉଥିଲା ଓ ଆମ ଫାଣ୍ଡି କର୍ମଚାରୀ ଉଦ୍ଧାର କରି ଆଣୁଥିଲେ | ବର୍ତ୍ତମାନ ଥାନା କର୍ମଚାରୀ ସଂଖ୍ୟା ବଢ଼ିବାରୁ ଅପରାଧ କମିବା ସହ ଅଞ୍ଚଳ ର ଉନ୍ନତି ହୋଇପାରିବବୋଲି କହିଛନ୍ତି | ଏହି କାର୍ଯ୍ୟକ୍ରମ ରେ ପାପଡାହାଣ୍ଡି ଥାନା ଆଇଆଇସି ରାମେଶ୍ୱର ପ୍ରଧାନ, ତେନ୍ତୁଳୀଖୁଣ୍ଟି ଆଇଆଇସି ଟଙ୍କ ଗିରି, ଝରୀଗାଁ ଆଇଆଇସି ତପନ ପତି, ଡାବୁଗାଁ ଆଇଆଇସି ପ୍ରୋମଦ ନାୟକ, କୋଷାଗୁମଡା ଆଇଆଇସି ପରମା ନନ୍ଦ ସୁନାନୀ, ନବରଙ୍ଗପୁର ଆଇଆଇସି ନରେଶ ପ୍ରଧାନ, କୋଡ଼ିଙ୍ଗା ଓଆଇସି ଅଭିମନ୍ୟୁ ଦୁର୍ଗା, ପାପଡାହାଣ୍ଡି ଏସଆଇ ଶିବଜି ପଣ୍ଡା,ମୈଦଲପୁର ନୂତନ ଏସଆଇ ନଟବର ନନ୍ଦ, ଏଏସଆଇ ଡି. ଦେବି କୁମାର, ଏଏସଆଇ କୋମଳ ନାୟକ ଓ ମଇଦଳପୁର ଥାନା ଓ ପାପଡାହାଣ୍ଡି ଥାନା କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ଅନ୍ତର୍ଜାତୀୟ ରଗବୀ ଖେଳାଳି ସନ୍ଧ୍ୟାରାଣୀଙ୍କୁ ମୟୁରଭଞ୍ଜ ମାଟିରେ ଭବ୍ୟ ସମ୍ବର୍ଦ୍ଧନା 

Sunil Chandra Nayak

ସିନାପାଲିରେ ରଥଯାତ୍ରା ପ୍ରସ୍ତୁତି ବୈଠକ 

Sunil Chandra Nayak

ଭାରସାମ୍ୟ ହରାଇ ଓଲଟିଲା ଟାଟା ମ୍ୟାଜିକ୍,୨୫ ଜ‌ଣଙ୍କ ଅବସ୍ଥା ଗୁରୁତର

Sunil Chandra Nayak

Leave a Comment

error: Content is protected !!