ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କନ୍ଧମାଳ ମହାସିଙ୍ଗି ଓ ବଇଡାରେ କିଟ୍‍ ପକ୍ଷରୁ ୨ଶହ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ହସ୍‍ପିଟାଲ୍‍ ଓ ଦିବାଧ୍ୟାୟୀ ବିଦ୍ୟାଳୟର ଭୂମିପୂଜନ

କନ୍ଧମାଳ ଜିଲ୍ଲା ମହାସିଙ୍ଗି ଓ ବଇଡାଠାରେ କିଟ୍‍ ପକ୍ଷରୁ ୨ଶହ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ହସ୍‍ପିଟାଲ୍‍ ଓ ଦିବାଧ୍ୟାୟୀ (ଡେ ବୋର୍ଡିଂ) ବିଦ୍ୟାଳୟର ଭୂମିପୂଜନ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ସମେତ ସ୍ଥାନୀୟ ବିଧାୟକ ଚକ୍ରମଣି କହଁର ଓ ଜିଲ୍ଲାର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ ଶ୍ରୀ ସାମନ୍ତ ସୂଚନା ଦେଇ କହିଲେ, ଗତ ୩୦ ବର୍ଷ ଧରି କିଟ୍‍ ଓ କିସ୍‍ ନିରନ୍ତର ସମାଜସେବା କାର୍ଯ୍ୟ ଜାରି ରଖିଛି। ସାଂସଦ ଭାବରେ ମୁଁ କନ୍ଧମାଳ ସଂସଦୀୟ କ୍ଷେତ୍ରର ବିଭିନ୍ନ ଅଞ୍ଚଳର ବିକାଶ ନିମନ୍ତେ ଗତ ୪ବର୍ଷ ଧରି ବିଭିନ୍ନ ପ୍ରକାର ଉନ୍ନୟନ ପ୍ରକଳ୍ପ ନିରବଚ୍ଛିନ୍ନ ଭାବେ ପ୍ରୟାସ ଜାରି ରଖିଛି। ସାଂସଦ ଭାବେ ନିର୍ବାଚିତ ହୋଇ ଆସିବା ପରେ କନ୍ଧମାଳ ସଂସଦୀୟ କ୍ଷେତ୍ରରେ ଶିକ୍ଷା, ସ୍ଵାସ୍ଥ୍ୟ, ରୋଜଗାର ଓ ପର୍ଯ୍ୟଟନ ଉପରେ ଗୁଣାତ୍ମକ ପରିବର୍ତ୍ତନ ଆଣିବା ପାଇଁ ଚେଷ୍ଟିତ ବୋଲି ସେ କହିଥିଲେ। ଶ୍ରୀ ସାମନ୍ତଙ୍କ ଦ୍ଵାରା ପ୍ରତିଷ୍ଠିତ ଅନୁଷ୍ଠାନ କିଟ୍‍ ପକ୍ଷରୁ କନ୍ଧମାଳ ଜିଲ୍ଲାର ମହାସିଙ୍ଗି ଓ ବଇଡାଠାରେ ଦୁଇଟି ୨ଶହ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ହସ୍‍ପିଟାଲ୍‍ ଓ ଦିବାଧ୍ୟାୟୀ (ଡେ ବୋର୍ଡିଂ) ବିଦ୍ୟାଳୟ କରିବା ନିମନ୍ତେ ପ୍ରୟାସ ଆରମ୍ଭ ହୋଇଛି ବୋଲି ଶ୍ରୀ ସାମନ୍ତ କହିବା ଏଥିପାଇଁ ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ।

ବଇଡାଠାରେ ଉକ୍ତ କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ, ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ବସନ୍ତ କୁମାର ସାହୁ, ଏସପି ଶୁଭେନ୍ଦୁ ପାତ୍ର, ଡିଏଫଓ ପ୍ରଶାନ୍ତ ପଟେଲ, ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ବିଜୟ ନାୟକ, ରାଜ୍ୟ ଗୃହ ନିର୍ମାଣ ନିଗମ ପୂର୍ବତନ ଅଧ୍ୟକ୍ଷ ସରୋଜ କର୍ଣ୍ଣ, ଫୁଲବାଣୀ ବ୍ଲକ ଅଧ୍ୟକ୍ଷା ସସ୍ମିତା କହଁର, ଗଞ୍ଜୁଗୁଡା ସରପଞ୍ଚ ଆଲୋକ କହଁର, ସ୍ଵେଚ୍ଛାସେବୀ ପୁନମ କହଁର ଓ ବିଡ଼ିଓ ପ୍ରବୀଣ କୁମାର ବାଣୁଆ ପ୍ରମୁଖ ଉପସ୍ଥିତ ଥିବା ବେଳେ ମହାସିଙ୍ଗିଠାରେ ବାଲିଗୁଡା ବିଧାୟକ ଚନ୍ଦ୍ରମଣି କହଁର, ଜିଲ୍ଲା ପରିଷଦ ସଭାପତି ନନ୍ଦିନୀ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

କନ୍ଧମାଳ ରୁ ଜୟ ସେନ ପରିଡା ଙ୍କ ରିପୋର୍ଟ 

Related posts

ଓଡ଼ିଆ ପକ୍ଷ ପାଳନ ଅବସରରେ ରକ୍ତ ଦାନ ଶିବିର 

Sunil Chandra Nayak

ତମାଖୁ ମୁକ୍ତ ବିଦ୍ୟାଳୟ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ନୁଆଁ ବସଷ୍ଟାଣ୍ଡ ନିର୍ମାଣ ଓ ବଜାର ରାସ୍ତା ସମ୍ପ୍ରସାରଣ ପାଇଁ ଉଛେଦ ପ୍ରକ୍ରିୟା ଆରମ୍ଭ

masiha

Leave a Comment

error: Content is protected !!