ପି.ଏ.ପି ସମ୍ବିଳନୀ ଅନୁଷ୍ଠିତ
ନବରଙ୍ଗପୁର (ମସିହା)- ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଦଳେଇଗୁଡ଼ା ସ୍ଥିତ ତିନୋଟି ବିଦ୍ୟାଳୟ ତଥା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ , ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ସରକାରୀ ଆଶ୍ରମ ବିଦ୍ୟାଳୟ ଠାରେ ପି ଏ ପି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ତଥା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ , ସଂମ୍ମାନୀୟ ଅତିଥିଭାବେ ଜିଲ୍ଲା ପରିଷଦ ଅଧକ୍ଷ ମୋତିରାମ ନାୟକ , ପାପଡାହାଣ୍ଡି ବିଡ଼ିଓ ଦିବାକର ବାଗ , ବ୍ଲକ ଅଧକ୍ଷା ହେମଲତା ମାଝୀ , ବ୍ଲକ ଉପାଧକ୍ଷ ସୁଶାନ୍ତ କୁମାର ବେହେରା , ପାପଡାହାଣ୍ଡି ସରପଞ୍ଚ ଚନ୍ଦ୍ର ଶେଖର ମାଝୀ , ପାପଡାହାଣ୍ଡି ଡବ୍ଲ୍ୟୁ ଇ ଓ ଯୋଗ ଦେଇଥିଲେ | ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଶ୍ରୀ ରନ୍ଧାରୀ ନବୀନ ସରକାର ଙ୍କ ଏହି ବିଦ୍ୟାଳୟ ପ୍ରତି ତାଙ୍କ ଭିଜନ ବିଷୟରେ ଅବଗତ କରାଇଥିଲେ | ପେରେଣ୍ଟ ଆଜ ପେଟନେର କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ର ଛାତ୍ରୀଙ୍କୁ ସରକାର କଣ ସବୁ ସୁବିଧା କରାଇଛନ୍ତି ସେନେଇ ଅଭିଭାବକ ମାନଙ୍କୁ ଅବଗତ କରାଇଛନ୍ତି | ଶ୍ରୀ ରନ୍ଧାରୀ ତାଙ୍କ ପଢା ସମୟରେ କେତେ ଅସୁବିଧା ରେ ପାଠ ପଢ଼ିଛନ୍ତି ସେନେଇ ଛାତ୍ର ଛାତ୍ରୀ ଙ୍କୁ କହିଥିଲେ | ବର୍ତମାନ ନବୀନ ସରକାର ଛାତ୍ର ଛାତ୍ରୀ ଙ୍କୁ ଅନେକ ସୁବିଧା ପଢିବାକୁ ଦେଉଛନ୍ତି, ତାହା ବଖାଣି ଥିଲେ | ଛାତ୍ର ଛାତ୍ରୀ ଆଗାମୀ ଦିନରେ ଦେଶର ଭବିଷ୍ୟତ ଏବଂ ଭଲ ପାଠ ପଡି ନିଜ ବାପା ମାଆ, ଗୁରୁଜନ ଙ୍କ ଟେକ ରଖିବା ହେବେ ବୋଲି ଭବିଷ୍ୟତ କାମନା କରିଥିଲେ | ତିନୋଟି ବିଦ୍ୟାଳୟ ରେ ବହୁ ସଂଖ୍ୟାରେ ଅଭିଭାବକ ମାନେ ଉପସ୍ଥିତ ରହି ସେମାନଙ୍କ ପିଲାଙ୍କୁ ସରକାର ଙ୍କ ଠାରୁ କି କି ସୁବିଧା ସବୁ ଯୋଗାଇ ଦିଆଯାଉଛି ସେନେଇ ପ୍ରଧାନ ଶିକ୍ଷକ ଏବଂ ଶିକ୍ଷୟତ୍ରୀ ମାନେ ଅବଗତ କରିଥିଲେ | ଛାତ୍ର ଛାତ୍ରୀଙ୍କୁ ଦୈନନ୍ଦିନ ରୁଟିନ ଅନୁଯାଇ ଖାଦ୍ୟ ପେୟ , ଶିକ୍ଷା , ସୌନ୍ଦର୍ଯ୍ୟ କରଣ ସାମଗ୍ରୀ , ସାନିଟାଈଜ ପେଡ , ମାସିକ ସ୍ୱାସ୍ଥ୍ୟ ପରୀକ୍ଷଣ , ଏସବୁ ବିଷୟରେ ଅଭିଭାବକ ଙ୍କୁ ଅବଗତ କରାଯାଇଥିଲା | ବର୍ଷ କୁ ସେମାନଙ୍କ ଆକାଉଣ୍ଟ କୁ ଖାତା ବହି ପାଇ ସରକାର ସିଧା ସଳଖ ଟଙ୍କା ପଠାଉଛନ୍ତି | ଏହି କାର୍ଯ୍ୟକ୍ରମ ରେ ସ୍ୱାସ୍ଥ୍ୟ ବିଭାଗ , ଶିକ୍ଷା ବିଭାଗ , ସମନ୍ଵିତ ଶିଶୁ ବିଭାଗ , ତରଫରୁ ଶିକ୍ଷଣୀୟ ଷ୍ଟଲ ଲଗାଯାଇ ଅଭିଭାବକ ଙ୍କୁ ସରକାର ଙ୍କ ମହତ୍ୱକାଂକ୍ଷା ବିଷୟରେ ଅବଗତ କରାଯାଇଥିଲା | ଅପରାହ୍ନ ରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା | ସରକାରୀ ଆଶ୍ରମ ବିଦ୍ୟାଳୟ ଦଳେଇଗୁଡ଼ାଠାରେ ସୁଦାମ ସେଠି ମଞ୍ଚ ପରିଚାଳନା କରିଥିଲେ |