ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପି.ଏ.ପି ସମ୍ବିଳନୀ ଅନୁଷ୍ଠିତ 

ପି.ଏ.ପି ସମ୍ବିଳନୀ ଅନୁଷ୍ଠିତ 

ନବରଙ୍ଗପୁର (ମସିହା)- ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଦଳେଇଗୁଡ଼ା ସ୍ଥିତ ତିନୋଟି ବିଦ୍ୟାଳୟ ତଥା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ , ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ସରକାରୀ ଆଶ୍ରମ ବିଦ୍ୟାଳୟ ଠାରେ ପି ଏ ପି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ତଥା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ , ସଂମ୍ମାନୀୟ ଅତିଥିଭାବେ ଜିଲ୍ଲା ପରିଷଦ ଅଧକ୍ଷ ମୋତିରାମ ନାୟକ , ପାପଡାହାଣ୍ଡି ବିଡ଼ିଓ ଦିବାକର ବାଗ , ବ୍ଲକ ଅଧକ୍ଷା ହେମଲତା ମାଝୀ , ବ୍ଲକ ଉପାଧକ୍ଷ ସୁଶାନ୍ତ କୁମାର ବେହେରା , ପାପଡାହାଣ୍ଡି ସରପଞ୍ଚ ଚନ୍ଦ୍ର ଶେଖର ମାଝୀ , ପାପଡାହାଣ୍ଡି ଡବ୍ଲ୍ୟୁ ଇ ଓ ଯୋଗ ଦେଇଥିଲେ | ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଶ୍ରୀ ରନ୍ଧାରୀ ନବୀନ ସରକାର ଙ୍କ ଏହି ବିଦ୍ୟାଳୟ ପ୍ରତି ତାଙ୍କ ଭିଜନ ବିଷୟରେ ଅବଗତ କରାଇଥିଲେ | ପେରେଣ୍ଟ ଆଜ ପେଟନେର କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ର ଛାତ୍ରୀଙ୍କୁ ସରକାର କଣ ସବୁ ସୁବିଧା କରାଇଛନ୍ତି ସେନେଇ ଅଭିଭାବକ ମାନଙ୍କୁ ଅବଗତ କରାଇଛନ୍ତି | ଶ୍ରୀ ରନ୍ଧାରୀ ତାଙ୍କ ପଢା ସମୟରେ କେତେ ଅସୁବିଧା ରେ ପାଠ ପଢ଼ିଛନ୍ତି ସେନେଇ ଛାତ୍ର ଛାତ୍ରୀ ଙ୍କୁ କହିଥିଲେ | ବର୍ତମାନ ନବୀନ ସରକାର ଛାତ୍ର ଛାତ୍ରୀ ଙ୍କୁ ଅନେକ ସୁବିଧା ପଢିବାକୁ ଦେଉଛନ୍ତି, ତାହା ବଖାଣି ଥିଲେ | ଛାତ୍ର ଛାତ୍ରୀ ଆଗାମୀ ଦିନରେ ଦେଶର ଭବିଷ୍ୟତ ଏବଂ ଭଲ ପାଠ ପଡି ନିଜ ବାପା ମାଆ, ଗୁରୁଜନ ଙ୍କ ଟେକ ରଖିବା ହେବେ ବୋଲି ଭବିଷ୍ୟତ କାମନା କରିଥିଲେ | ତିନୋଟି ବିଦ୍ୟାଳୟ ରେ ବହୁ ସଂଖ୍ୟାରେ ଅଭିଭାବକ ମାନେ ଉପସ୍ଥିତ ରହି ସେମାନଙ୍କ ପିଲାଙ୍କୁ ସରକାର ଙ୍କ ଠାରୁ କି କି ସୁବିଧା ସବୁ ଯୋଗାଇ ଦିଆଯାଉଛି ସେନେଇ ପ୍ରଧାନ ଶିକ୍ଷକ ଏବଂ ଶିକ୍ଷୟତ୍ରୀ ମାନେ ଅବଗତ କରିଥିଲେ | ଛାତ୍ର ଛାତ୍ରୀଙ୍କୁ ଦୈନନ୍ଦିନ ରୁଟିନ ଅନୁଯାଇ ଖାଦ୍ୟ ପେୟ , ଶିକ୍ଷା , ସୌନ୍ଦର୍ଯ୍ୟ କରଣ ସାମଗ୍ରୀ , ସାନିଟାଈଜ ପେଡ , ମାସିକ ସ୍ୱାସ୍ଥ୍ୟ ପରୀକ୍ଷଣ , ଏସବୁ ବିଷୟରେ ଅଭିଭାବକ ଙ୍କୁ ଅବଗତ କରାଯାଇଥିଲା | ବର୍ଷ କୁ ସେମାନଙ୍କ ଆକାଉଣ୍ଟ କୁ ଖାତା ବହି ପାଇ ସରକାର ସିଧା ସଳଖ ଟଙ୍କା ପଠାଉଛନ୍ତି | ଏହି କାର୍ଯ୍ୟକ୍ରମ ରେ ସ୍ୱାସ୍ଥ୍ୟ ବିଭାଗ , ଶିକ୍ଷା ବିଭାଗ , ସମନ୍ଵିତ ଶିଶୁ ବିଭାଗ , ତରଫରୁ ଶିକ୍ଷଣୀୟ ଷ୍ଟଲ ଲଗାଯାଇ ଅଭିଭାବକ ଙ୍କୁ ସରକାର ଙ୍କ ମହତ୍ୱକାଂକ୍ଷା ବିଷୟରେ ଅବଗତ କରାଯାଇଥିଲା | ଅପରାହ୍ନ ରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା | ସରକାରୀ ଆଶ୍ରମ ବିଦ୍ୟାଳୟ ଦଳେଇଗୁଡ଼ାଠାରେ ସୁଦାମ ସେଠି ମଞ୍ଚ ପରିଚାଳନା କରିଥିଲେ |

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ହୃଦଘାତରେ ଚିକିତ୍ସିତ ସମୟରେ ଚାଲିଗଲା ଜୀବନ

Sunil Chandra Nayak

ବୁଢ଼ାରଜା ଉଚ୍ଚ ବିଦ୍ୟାଳୟ ପକ୍ଷରୁ ପ୍ରବେଶ ଉତ୍ସଵ ଅନୁଷ୍ଠିତ

masiha

ସାପ କାମୁଡାରେ ଗୁରୁତର ବ୍ୟକ୍ତିଙ୍କ ଚିକତ୍ସାଧିନ ଅବସ୍ଥାରେ ମୃତ୍ୟୁ

Leave a Comment

error: Content is protected !!