ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତିର୍ତୋଲ ସେବାସମବାୟ ସମିତି ର ବ୍ୟାଙ୍କ ସେବା ଓ ଋଣ କର୍ମଶାଳା 

ତିର୍ତୋଲ : – ଜଗତସିଂହପୁର ଜିଲ୍ଲା ତିର୍ତୋଲ ର ମଣିଜଙ୍ଗା ସ୍ଥିତ ମା ନାରାୟଣୀ ଙ୍କ ମନ୍ଦିର ପରିସରରେ ଗତ ଶନିବାର ଅପରାହ୍ନ ରେ ସମବାୟ ବ୍ୟାଙ୍କ ସେବା ଓ ଋଣକର୍ମଶାଳା, ତିର୍ତୋଲ କୃଷି ସେବା ସମବାୟ ସମିତି ର ସଭାପତି ତଥା ଅବସର ପ୍ରାପ୍ତ ସେନା ଅଧକାରୀ ସୁଶାନ୍ତ ଚରଣ ସାହୁ ଙ୍କ ପୌରାହିତ୍ୟ ରେ ଅନୁଷ୍ଠିତ ହୋଇଯାଇଛି !ଏହି ଋଣ କର୍ମଶାଳା ରେ ତିର୍ତୋଲ ସମବାୟ ବ୍ୟାଙ୍କ ର ମ୍ୟାନେଜର ଫକୀର ଚରଣ ସ୍ବାଇଁ , ବରିଷ୍ଠ ଅଧିକାରୀ ରଞ୍ଜିତ କୁମାର ସାହୁ , ସମିତିର ଉପସଭାପତି ରଶ୍ମିତା ମହାପାତ୍ର , ବରିଷ୍ଠ ନାଗରିକ ଶ୍ରୀବତ୍ସ ପ୍ରାସାଦ ସାହୁ , ଶିବ ପ୍ରସାଦ ବେହେରା ପ୍ରମୁଖ ବରେଣ୍ୟ ଅତିଥି ଭାବେ ଯୋଗଦେଇ, ତିର୍ତୋଲ ଅଞ୍ଚଳର ସର୍ବ ପୁରାତନ ବ୍ୟାଙ୍କ ତିର୍ତୋଲ ସମବାୟ ବ୍ୟାଙ୍କ ମାଧ୍ୟମରେ ଏ ଅଞ୍ଚଳରେ କୃଷିର ବିକାଶ ଓ କୃଷକ ମାନଙ୍କର ଅର୍ଥନୈତିକ ଅଭିବୃଦ୍ଧି ନିମନ୍ତେ ଏହି ବ୍ୟାଙ୍କ ନିରନ୍ତର କାର୍ଯ୍ୟ କରିଆସୁଛି ଏବଂ ସମବାୟ ବ୍ୟାଙ୍କ ରେ ସବୁଶ୍ରେଣୀର କୃଷକ ମାନଙ୍କ ପାଇଁ ସୁବିଧା ସୁଯୋଗ କରିଆସୁଛି ବୋଲି ସୂଚନା ପ୍ରଦାନ କରିଥିଲେ ବ୍ୟାଙ୍କ ର କର୍ମଚାରୀ ଅରୁଣ କୁମାର ଜେନା! ଏହି କର୍ମଶାଳାକୁ ଶତାଧିକ ସଂଖ୍ୟାରେ ଏସ. ଏଚ. ଜି. ର ମହିଳା ମାନେ ଅଂଶ ଗ୍ରହଣ କରି, ଋଣ ସମ୍ପର୍କିତ ବିଷୟରେ ବ୍ୟାଙ୍କ କର୍ତୃପକ୍ଷଙ୍କ ଠାରୁ ଅବଗତ ହୋଇଥିବାର ଦେଖିବାକୁ ମିଳିଥିଲା !

ତିର୍ତ୍ତୋଲରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା !

Related posts

ଭୁବନ ରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

masiha

ରାୟଗଡାରେ ଚତୁର୍ଥ ରାଷ୍ଟ୍ରୀୟ ଲୋକଅଦାଲତ ରେ ୧୭୬୦ ଟି ମାମଲା ଫଇସଲା ହୋଇ ଜୋରିମାନା ବାବଦକୁ ୫୬୧୩୯୦୦ ଟଙ୍କା ଆଦାୟ ହୋଇଛି

masiha

ସରସ୍ବତୀ ଶିଶୁ ବିଦ୍ଯାମନ୍ଦିରରେ ଜାତୀୟ ବିଜ୍ଞାନ ଦିବସ ପାଳିତ

masiha

Leave a Comment

error: Content is protected !!