ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୀବନ କୌଶଳ ଶିକ୍ଷା ତାଲିମ କାର୍ଯ୍ୟକ୍ରମ

ରାଉରକେଲା/ ସରକାରୀ ଉତ୍କୃଷ୍ଟ ଉଚ୍ଚ ବିଦ୍ୟାଳୟ, ସେକ୍ଟର-୬ ର କିଶୋର କିଶୋରୀଙ୍କ ଉଦ୍ଦେଶ୍ୟରେ ଜୀବନ କୌଶଳ ଶିକ୍ଷା ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଷଷ୍ଠ ରୁ ଅଷ୍ଟମ ଶ୍ରେଣୀରେ ପଢୁଥିବା ଛାତ୍ର ଛାତ୍ରୀ କୈଶୋରରେ ପାଦ ଥାପୁଥାପୁ, ଦ୍ରୁତ ପରିବର୍ତ୍ତନଶୀଳ ଶରୀରରେ ପ୍ରତ୍ୟହ କିଛିକିଛି ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରିବାର କ୍ଷମତା ସହିତ ନିଜକୁ ନିୟନ୍ତ୍ରଣରେ ରଖିବାର ବିବିଧ କୌଶଳ ଶିକ୍ଷା କରିଥିଲେ l ଏହି ତାଲିମ ଶିବିରରେ, ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସୁସ୍ମିତା ମହାପାତ୍ର ସଭାପତିତ୍ୱ କରିଥିବା ବେଳେ , ସମ୍ମାନିତ ଅତିଥି ଭାବେ ଲୁଆକେରା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ ରାଉଳ ବିଦ୍ୟାଳୟର ଅନ୍ତରୀଣ ଶିକ୍ଷକ ବକ୍ତା ଓ ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ ଅଭିନନ୍ଦନ ଜଣାଇବା ସହିତ ଏହି ଅନନ୍ୟ କାର୍ଯ୍ୟକ୍ରମର ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ। ଶ୍ରୀ ରାଉଳ ଛାତ୍ରଛାତ୍ରୀଙ୍କ ଭିତରେ ଶୃଙ୍ଖଳା ବଜାୟ ରଖିବା ନିମନ୍ତେ ଏକ ପ୍ରାସଙ୍ଗିକ ଭଜନରୁ ନିଜର ବକ୍ତବ୍ୟ ଆରମ୍ଭ କରି ଚିନ୍ତନ,ଯୋଜନା ଓ କାର୍ଯ୍ୟକାରିତା ସଂପର୍କରେ ଗୋଟିଏ ଶିକ୍ଷଣୀୟ ଗଳ୍ପ ମାଧ୍ୟମରେ ଜୀବନରେ ସଫଳ ହେବାର ମନ୍ତ୍ର ପିଲାଙ୍କୁ ଶିଖାଇଥିଲେ l ଏହାପରେ ବରିଷ୍ଠ ଶିକ୍ଷୟିତ୍ରୀ ପୁଷ୍ପା ତନ୍ତୀ, ଶିବ ପ୍ରସାଦ ଅଙ୍ଗରାଇ, ସରିତା ପରିଡ଼ା, ପାର୍ବତୀ ବାରିକ ଓ ଅନିମା ମିଶ୍ରଙ୍କ ଦ୍ୱାରା ଦଶଟି ବିନ୍ଦୁ ଯଥା- ଆତ୍ମ ସଚେତନତା, ସମାନୁଭୂତି, ସମସ୍ୟା ସମାଧାନ, ନିଷ୍ପତ୍ତି ନିର୍ଦ୍ଧାରଣ, ସୃଜନାତ୍ମକ ଚିନ୍ତା, ବିଶ୍ଳେଷଣାତ୍ମକ ଚିନ୍ତା, ପାରସ୍ପରିକ ସମ୍ପର୍କ, ଫଳପ୍ରଦ ଯୋଗାଯୋଗ, ଆବେଗ ସହିତ ଅବସ୍ଥାନ ଓ ମାନସିକ ଚାପର ପରିଚାଳନା ଉପରେ ସୁନ୍ଦର ସୁନ୍ଦର ଗଳ୍ପ, ଚିତ୍ର ହସ୍ତଶିଳ୍ପ ଓ ସକ୍ରିୟାତ୍ମକ କାର୍ଯ୍ୟକ୍ରମ ମାଧ୍ୟମରେ ବିସ୍ତୃତ ଆଲୋଚନା ପୂର୍ବକ ତାଲିମ ପ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମର ସଫଳତା ନିମନ୍ତେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ତଥା କର୍ମଚାରୀବୃନ୍ଦ ସ୍ୱତଃପ୍ରବୃତ୍ତ ଭାବେ ସହଯୋଗ କରିବା ସହିତ ପିଲାମାନଙ୍କୁ ଚକୋଲେଟ ବଣ୍ଟନ କରିଥିଲେ l ଶେଷରେ ଖେଳ ଶିକ୍ଷକ ଗୌରବ ମହନ୍ତ ଧନ୍ୟବାଦ ଅର୍ପଣ କରିବା ପରେ ସଭାପତିଙ୍କ ଅନୁମତି କ୍ରମେ ସଭା ସାଙ୍ଗ ହୋଇଥିଲା l

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

କେଶବ ନଗର ଶାଖାର ବାଲ୍ମିକୀ ଜୟନ୍ତୀ ସମାରୋହ

Sunil Chandra Nayak

ବିଶ୍ୱ ପରିବେଶ ଦିବସରେ ୱାଇଏମଏଫଆଇ କୁ ମିଳିଲା ‘ପ୍ରକୃତି ମିତ୍ର ପୁରସ୍କାର

ଜମିଜମା ରେକର୍ଡ କମ୍ପ୍ୟୁଟରୀକରଣ କ୍ଷେତ୍ରରେ ଜାତୀୟ ଭୂମି ସମ୍ମାନ-୨୦୨୩ ପୁରସ୍କାର

masiha

Leave a Comment

error: Content is protected !!