ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ 

ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ 

ରାଉରକେଲା: ସେକ୍ଟର ୪ ସ୍ଥିତ ରାଉରକେଲା କଲେଜ, ରାଉରକେଲା ଓ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସହ ଏନଟିସିପି ର ମିଳିତ ଆନୁକୂଲ୍ୟରେ ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି। କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ଭାରତୀ ବରୁଆ ଙ୍କ ଅଧ୍ୟକ୍ଷତା, ସହାୟକ ପ୍ରଧ୍ୟାପକ ଅନୁପ ଏକ୍କାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସହ ପବ୍ଲିକ ସ୍ବାସ୍ଥ୍ୟ ଅଧିକାରୀ ଡ ସୁଶିଲା ରୀତାପ୍ରଭା କୁଜୁର ମୁଖ୍ୟ ଅତିଥି, ଏନଟିପିସି ର ସହ ପ୍ରବନ୍ଧକ ସ୍ବପ୍ନଜିତ୍ ମହାନ୍ତି ମୁଖ୍ୟବକ୍ତା ଭାବେ ଯୋଗଦେଇ ତମାଖୁ ବ୍ୟବହାରର ପ୍ରଭାବ ଓ ନିରାକରଣ ଦିଗରେ ବିଶେଷ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ। ପ୍ରାରମ୍ଭରେ ଅଧ୍ୟକ୍ଷତା କରୁଥିବା ଶ୍ରୀମତୀ ବରୁଆ ଅତିଥି ଙ୍କ ପରିଚୟ ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ମୁଖ୍ୟଅତିଥି ଡ କୁଜୁର ତମାଖୁର ବ୍ୟବହାର ଦ୍ଵାରା କିପରି ପରିବାର, ଆର୍ଥିକ ଓ ସାମାଜିକ ସମ୍ପର୍କ କ୍ଷେତ୍ରରେ କୁପ୍ରଭାବ ପକାଉଛି ସେ ସମ୍ପର୍କରେ ଆଲୋଚନା କରିଥିଲେ। ମୁଖ୍ୟବକ୍ତା ଶ୍ରୀ ମହାନ୍ତି ପ୍ରୋଜେକ୍ଟର ମାଧ୍ୟମରେ ବିଭିନ୍ନ ଚିତ୍ର ଓ ତଥ୍ୟ ସମ୍ବଳିତ ରିପୋର୍ଟ ମାଧ୍ୟମରେ ସମାଜ, ବିଶେଷକରି ଯୁବ ଓ ଛାତ୍ର ସମାଜ ପ୍ରଭାବିତ ହୋଇ ନିଜ ଭବିଷ୍ୟତ କୁ ଅନ୍ଧାର ମଧ୍ୟକୁ ଠେଲି ଦେଉଛନ୍ତି ସେ ସମ୍ପର୍କରେ ତଥା ଏହାର ନିରାକରଣ ଉପରେ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ। ଛାତ୍ର ଛାତ୍ରୀଙ୍କ ଉଦ୍ଦେଶ୍ୟରେ କହିଲେ ଯେ ମୁଁ କଣ ଜାଣିଲି ତାହା ବଡ଼କଥା ନୁହେଁ, ମୁଁ ଜାଣିଲା ପରେ ସମାଜକୁ କଣ ଜଣାଇଲି ତାହା ଗୁରୁତ୍ବପୂର୍ଣ୍ଣ। ତେଣୁ ସମ୍ମିଳିତ ଉଦ୍ୟମରେ ତମାଖୁ ବର୍ଜନ ସହ ପରିବେଶ ସୁରକ୍ଷା କରିବା। ଏହି ଅବସରରେ ପୂର୍ବରୁ ଆୟୋଜିତ ହୋଇଥିବା ବକୃତା,ରଙ୍ଗୋଲି ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ଶେଷରେ ଇଂରାଜୀ ବିଭାଗର ପ୍ରାଧ୍ୟାପକ ରଶ୍ମି ରଞ୍ଜନ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପ୍ରଧ୍ୟାପକ ସର୍ବଶ୍ରୀ ରଞ୍ଜିତ ପ୍ରଧାନ, ବନ୍ଦନା ସୋରେନ, ଦୀପାଳୀ ପ୍ରଧାନ,ତରଣୀ ନାୟକ, କରୁଣାକର ପାଟ୍ଟଶାଣୀ, ଶ୍ରୀରାମ ମାହାର, ଅଜିତ୍ ବେକ୍, ରଶ୍ମିପ୍ରଭା ମଥାନ, ମନୋଜ କୁମାର ଦଳେଇ, ପ୍ରିୟଙ୍କା ପଲେଇ ଙ୍କ ସମେତ କଲେଜର ବହୁ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ମନିଷା ମହାରଣା, ପୂର୍ଣ୍ଣିମା ଲୋହାର ପ୍ରମୁଖ ସହଯୋଗ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସିନାପାଲିରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ୯୨ଟି ଅଭିଯୋଗର ଶୁଣାଣି, ରେଡକ୍ରସ ପାଣ୍ଠିରୁ ସହାୟତା ପ୍ରଦାନ

Sunil Chandra Nayak

ଆମକୋ-ସିମକୋ ଶହିଦ ଦିବସର ପ୍ରସ୍ତୁତି ବୈଠକ ଅନୁଷ୍ଠିତ 

masiha

ପୈାରପାଳିକା ପକ୍ଷରୁ ଉଠା ଦୋକାନୀଙ୍କୁ ପୈାରପାଳିକା ସ୍ବଚ୍ଛ ସାଥିମାନେ ପ୍ଲାଷ୍ଟିକ ଓ ସୋଲ ଦ୍ରବ୍ୟ ବ୍ୟବହାର ପ୍ରତିବନ୍ଧତା ଉପରେ ସଚେତନତା କାର୍ଯ୍ୟକ୍ରମ 

Sunil Chandra Nayak

Leave a Comment

error: Content is protected !!