ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ହୃଦଘାତରେ ବିୟୋଗ

ପାପଡାହାଣ୍ଡି,24/7, ମନିସ –=ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଡକରାଗୁଡା ଗ୍ରାମର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ମୋତିରାମ ନାୟକଙ୍କ ହୃଦଘାତରେ ବିୟୋଗ ହୋଇଛି | ରବିବାର ରାତ୍ରରେ ସେ ନିଜ ନାତି ନାତୁଣୀ ମାନଙ୍କ ସହ ଖାଇ ସାରିବା ପରେ ହୃଦଘାତ ହୋଇ ଅଚେତ ହୋଇ ପଡ଼ିଥିଲେ | ପରିବାର ଲୋକେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ପାପଡାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ, ଯେଉଁ ଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ସେ ଜଣେ ଶାନ୍ତ ସ୍ଵଭାଵ, ମେଳାପୀ ଓ ମିଷ୍ଟା ଭାସି ବ୍ୟକ୍ତି ଥିଲେ | 2010ରେ ସେ ଘାଟଗୁଡା ସରକାରି ଉଚ୍ଚ ବିଦ୍ୟାଳୟରୁ ଅବସର ଗ୍ରହଣ କରିଥିଲେ | ଏତଦ ବ୍ୟତୀତ ଭତରା ସମାଜର ଜଣେ ଜଣା ସୁଣା ଓ ଭାତ ନାୟକ ଭାବରେ ପରିଚିତ ଥିଲେ | ସୋମବାର ଡକରାଗୁଡାରେ ତାଙ୍କ ଶେଷକୃତ୍ୱ କରାଯାଇଥିଲା | ଶେଷ ଦର୍ଶନ ପାଇଁ ଡାବୁଗାଁ ବିଧାୟକ ମନୋହର ରନ୍ଧାରି ସହ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇଥିଲେ | ଜିଲ୍ଲା ଭତରା ସମାଜର ବହୁ ସଦସ୍ୟ ଆସି ଶେଷ ଦର୍ଶନ କରିଥିଲେ | ତାଙ୍କ ବିୟୋଗରେ ଅଞ୍ଚଳର ଅପୂରଣୀୟ କ୍ଷତି ହୋଇଛି | ମୋତିରାମଙ୍କ ବିୟୋଗରେ ପାପଡାହାଣ୍ଡି ବ୍ଲକରେ ଶୋକାକୁଳ ପରିବେଶ ହୋଇଉଠିଛି |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ସମବାୟ ଉନ୍ନୟନ ପରିଷଦ ବୈଠକ ଅନୁଷ୍ଠିତ

masiha

ଖୁସୀ ଆନନ୍ଦର ଆସର ଖ୍ରୀଷ୍ଟମାସ ବଡଦିନ

Sunil Chandra Nayak

ଏଚଏମଏସ୍‌‍ର ନେତୃତ୍ଵରେ ଏସବିଆଇରେ କାର୍ଯ୍ୟରତ ଆଉଟସୋର୍ସିଂ କର୍ମଚାରୀଙ୍କ ସମସ୍ୟା ନେଇ କେନ୍ଦ୍ରୀୟ ଶ୍ରମ କମିଶନରଙ୍କ କାର୍ଯ୍ୟାଳୟରେ ତ୍ରିପାକ୍ଷୀକ ଆଲୋଚନା

masiha

Leave a Comment

error: Content is protected !!