ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତ୍ରି-ଦିବସୀୟ କବାଡି ପ୍ରତିଯୋଗିତା ଉଦଯାପିତ

ତ୍ରି-ଦିବସୀୟ କବାଡି ପ୍ରତିଯୋଗିତା ଉଦଯାପିତ

କର୍ଲାମୁଣ୍ଡା, (ସୁଶାନ୍ତ ରଣା): କର୍ଲାମୁଣ୍ଡା ବ୍ଲକ ରିଷିଡା ସ୍ଥିତ ଜଗନ୍ନାଥ କୌଶଲ୍ୟା ଜୁନିଅର କଲେଜ ଠାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡିଶା ତରଫରୁ ଚାଲିଥିବା ତ୍ରୀ-ଦିବସୀୟ ଆଞ୍ଚଳିକ ସ୍ତରୀୟ କବାଡି ପ୍ରତିଯୋଗିତା ଶନିବାର ଉଦଯାପିତ ହୋଇଯାଇଛି। ଅଧ୍ୟକ୍ଷ ହେମନ୍ତ କୁମାର ଚୌଧୁରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ନର୍ଲା ବିଧାୟକ ଭୂପିନ୍ଦର ସିଂହ, ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ଅଧ୍ୟକ୍ଷ ପ୍ରଣୟ ଆନନ୍ଦ କୁମାର ତ୍ରିପାଠୀ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଏହି କବାଡି ପ୍ରତିଯୋଗିତାରେ ବିକାଶ ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟ, କଳାହାଣ୍ଡି ଚମ୍ପିୟାନ ହୋଇଥିବା ବେଳେ ଏମ. ଏମ. ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ରାୟଗଡା ରନର ଅପ ହୋଇଥିଲା।

      ଉକ୍ତ ଉଦଯାପନୀ ସଭାରେ ଅଧ୍ୟାପକ ଗିରିରାଜ ଗହୀର ମଞ୍ଚ ପରିଚାଳନା କରିଥିବା ବେଳେ ଖେଳ ଶିକ୍ଷକ ଲଳିତ କୁମାର ଦାଶ, ଲଳିତ କୁମାର ସାହୁ, ପ୍ରଶାନ୍ତ ସାହୁ, ରାଜକିଶୋର ରଣା, ଦେବେନ୍ଦ୍ର ଭୋଇ, ଭେରୀକାନ୍ତ ପ୍ରଧାନ ଖେଳକୁ ପରିଚାଳନା କରିଥିଲେ। ଅଧ୍ୟାପକ ନୀଳାମ୍ବର ପାତ୍ର, ଦୁଷ୍ମନ୍ତ ମିର୍ଧା, ଗୁଲସନ କୁମାର ନାଗ, ସୋମନାଥ ନାଗ, ଫାଲ୍ଗୁନି ସାହୁ, ପ୍ରିୟଙ୍କା ମହାକୁଡ଼, ଜୋସ୍ନାମୟୀ ସାହୁ, ଲକ୍ଷ୍ମୀ ବାଗ, ଦୀପ୍ତି ଭୋଇ, ଗ୍ରନ୍ଥପାଳ ଚିନ୍ମୟ ରଣା, ସୌମ୍ୟ ରଞ୍ଜନ ତ୍ରିପାଠୀ, ଜଗଦିଶ ଭୋଇ, ନାରାୟଣ ଗହୀର, ଯୋଗୀନ୍ଦ୍ର ବେହେରା, ପାଣ୍ଡବ ହରିଜନ, କଳ୍ପନା ରଣା ସାହାଯ୍ୟ ସହଯୋଗ କରିଥିଲେ।

Related posts

ଶିକ୍ଷକଙ୍କ ହୃଦ୍ ଘାତ ରେ ମୃତ୍ୟୁ:ଅନ୍ତିମ ଯାତ୍ରା ରେ ଲୋକାରଣ୍ୟ ତଥା ଗ୍ରାମରେ ଶୋକାକୁଳ ପରିବେଶ

masiha

ବିଶାଳ ମାଗଣା ଚିକିତ୍ସା ଶିବିର

masiha

ବିଜୁ ପଟ୍ଟନାୟକ ଜଣେ ଅନନ୍ୟବ୍ୟକ୍ତିତ୍ଵ 

masiha

Leave a Comment

error: Content is protected !!