ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡ଼ାବୁଗାଁ ରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ 

ଡ଼ାବୁଗାଁ ରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ 

ଡାବୁଗାଁ, ୧୪/୮ (ମ.ନି.ସ.)- ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମାଠାରେ ତ୍ରିରଙ୍ଗା ଯାତ୍ରା ବୁଧବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ଡାବୁଗାଁ ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରୁ ଛାତ୍ରୀଛାତ୍ର ମାନେ ଜାତୀୟ ପତାକା ଧରି ହର ଘର ତ୍ରିରଙ୍ଗା, ଘର ଘର ତ୍ରିରଙ୍ଗା ସ୍ଲୋଗାନ ଦେଇ ଏକ ରାଲିରେ ବାହାରି ଜୟନ୍ତୀନଗର, ବସଷ୍ଟାଣ୍ଡ, ହାଟପଦା ଦେଇ ବିଦ୍ୟାଳୟରେ ପହଞ୍ଚିଥିଲେ | ଏଥିରେ ବିଡିଓ ଶରତ ମାଝି, ତହସିଲଦାର ହରିଓମ ଭୋଇ, ଏବିଡିଓ ପଦ୍ମନାଭ ତ୍ରିପାଠୀ, ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା, ବ୍ଲକ ଆକାଂକ୍ଷା ସହଭାଗୀ ମୋନାଲ ପରିଡା, ବିଦ୍ୟାଳୟ ପ୍ରଧାନଶିକ୍ଷକ ପ୍ରଭାସ ଚନ୍ଦ୍ର ରାୟ, ଶିକ୍ଷକ ସାନୋଜ ମହାପାତ୍ର, ହେମନ୍ତ ସାମଲ, ସମସ୍ତ ଶିକ୍ଷୟତ୍ରୀ ଶିକ୍ଷକ, ବ୍ଲକ ଅଧିକାରୀ ଓ କର୍ମଚାରୀମାନେ ଯୋଗ ଦେଇଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଵିଷମ କଟକରେ ଯୁଗ୍ମ ଅଭିଯୋଗ ଶୁଣାଣି

ପୋଖରୀ ରେ ବୁଡି ୫ ବର୍ଷର ଶିଶୁ ମୃତ, ଆଉ ଜଣେ ୫ ବର୍ଷର ଶିଶୁ ଗୁରୁତର ଡାକ୍ତରଖାନାରେ ଭର୍ତ୍ତି

Sunil Chandra Nayak

ଜିଲ୍ଲା ମଣ୍ଡଳ ସ୍ତରୀୟ ବୈଠକରେ କର୍ମୀ ସଂଗଠନର ମୂଳଦୁଆ ଓ ମେରୁଦଣ୍ଡ – ଜିଲ୍ଲା ପ୍ରଭାରୀ ବଟ କିଶୋର ମିଶ୍ର.

Sunil Chandra Nayak

Leave a Comment

error: Content is protected !!