ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟାଳୟର ବିଭିନ୍ନ ସମସ୍ୟା ନେଇ ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ

ଡାବୁଗାଁ, ୨୪/୭ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ର ଚଚରାଗୁଡା ପଞ୍ଚାୟତ ଅଧୀନ ବାଣୁଆଗୁଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଥିବା ବିଭିନ୍ନ ସମସ୍ୟା ନେଇ ସୋମବାର ଗ୍ରାମବାସୀ ବିଦ୍ୟାଳୟ ରେ ତାଲା ପକାଇ ଧାରଣା ଦେଇଥିଲେ | ସୂଚନାଯୋଗ୍ୟ:- ଉକ୍ତ ବିଦ୍ୟାଳୟରେ ୧ମ ଶ୍ରେଣୀରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୪୩ ଜଣ ଛାତ୍ରୀଛାତ୍ର ପାଠ ପଢୁଛନ୍ତି | ସରକାର ଙ୍କ ନିୟମାନୁସାରେ ୨ ଜଣ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି | ବିଦ୍ୟାଳୟର ପରିପାର୍ଶ୍ଵିକ ଅବସ୍ଥା ଶୋଚନୀୟ ହୋଇପଡିଛି | ଆଜି ଗ୍ରାମବାସୀମାନେ ମିଳିତ ହୋଇ ପୁରୁଣା ଶ୍ରେଣୀ ଗୃହ ଅବସ୍ଥା ଶୋଚନୀୟ ହୋଇଥିବାରୁ ନୂତନ ଶ୍ରେଣୀ ଗୃହ ନିର୍ମାଣ, ରୋଷେଇ ଘରେ ବର୍ଷା ହେଲେ ପାଣି ଗାଲୁଛି ତାର ମରାମତି କରିବା, ବିଦ୍ୟାଳୟକୁ ବିଦ୍ୟୁତ ଯୋଗାଣ ଓ ବିଦ୍ୟାଳୟ ଚାରିପଟେ ପାଚେରୀ ନିର୍ମାଣ କରିବା ଆଦି ଦାବିରେ ବିଦ୍ୟାଳୟରେ ତାଲା ପକାଇ ଫାଟକ ଆଗରେ ଧାରଣାରେ ବସିଥିଲେ | ଖବର ପାଇ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଭଗବାନ ମାଝି ଓ ଚଚରାଗୁଡା ସିଆରସିସି ଗୁପ୍ତ ପ୍ରସାଦ ନାଗ ପହଞ୍ଚି ଲୋକମାନଙ୍କୁ ବୁଝା ସୁଝା କରିଥିଲେ କିନ୍ତୁ ଗ୍ରାମବାସୀ ଧାରଣାରୁ ହାତିନଥିଲେ | ଆଜି ବ୍ଲକ କାର୍ଯ୍ୟ|ଳୟରେ ଜିଲାପାଳ ଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ସରିବା ପରେ ଜିଲାପାଳଙ୍କ ସମେତ ସମସ୍ତ ଅଧିକାରୀ ମାନେ କ୍ଷେତ୍ର ପରିଦର୍ଶନରେ ଯାଇଥିଲେ | ସେଠାରେ ଖବରପାଇ ଜିଲାପାଳ କମଳ ଲୋଚନ ମିଶ୍ର, ଜିଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅନ୍ୟା ଦାସ, ଡାବୁଗାଁ ବିଡିଓ ଶରତ ମାଝି, ଏବିଡିଓ ପଦ୍ମନାଭ ତ୍ରିପାଠୀ ପ୍ରମୁଖ ପହଞ୍ଚିଥିଲେ | ଖୁବ ଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେବାପରେ ଗ୍ରାମବାସୀ ଧାରଣାରୁ ଉଠିଥିଲେ | ଏହି ଧାରଣାରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରଘୁନାଥ ମାଝି, ମଙ୍ଗଳଦି ମାଝି, ରଇନୁ ମାଝି, ଅସମାନ ନାୟକ, ଲକ୍ଷ୍ମଣ ମାଝି, ବନସିଂ ଭତ୍ରା, ଭାସ୍କର ହରିଜନ, ପଦମ ମାଝି, ଭାଗୀରଥୀ ମାଝି, ରାମ ମାଝି, କୁରୁବଲ ମାଝି, କୁଶ ଚଲାନ, ନୀଳ ମାଝି, ଦୁର୍ଜ୍ୟ ମାଝି ଓ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଦରଲୀପଡା ପ୍ରାଥମିକ ବିଦ୍ୟାଳୟରେ ଶୋଚନୀୟ ଅବସ୍ଥା ଗୋଟିଏ କୋଠରୀରେ ରୋଷେଇ, ଓ ପାଠପଢା

masiha

ରାଜ୍ୟସଭା ସାଂସଦ ସୁଜିତ କୁମାର ଙ୍କ ପ୍ରଚେଷ୍ଟା , କଳାହାଣ୍ଡି ଜିଲ୍ଲାର ୧୧ଜଣ କଳାକାର ଆଜି ଯିବେ ଜାପାନ

ରାଇରଙ୍ଗପୁର ହରେକୃଷ୍ଣ ମହତାବ ଭବନ ପରିସରରେ ରାଇରଙ୍ଗପୁର ଡାକ ଡିଭିଜନର ଦ୍ବିତୀୟ ସ୍ଥାପନା ଦିବସ ମହାସମାରୋହରେ ପାଳିତ     

Sunil Chandra Nayak

Leave a Comment

error: Content is protected !!