ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହିନ୍ଦୋଳ ଉପଖଣ୍ଡ ରେ ରୁଙ୍ଗୁଟା କମ୍ପାନୀ କୁ ନେଇ ଦିନକୁ ଦିନ ବଢୁଛି ଅସନ୍ତୋଷ

ଜମିହରା ବିସ୍ଥାପିତ ପ୍ରଜାଙ୍କୁ ମିଳୁନି ନିଯୁକ୍ତି,କାରଖାନା ଭିତରେ ଓଡିଶା ବାହାର ଯୁବକ ଙ୍କୁ ଅଗ୍ରାଧିକାର ଭିତ୍ତି ରେ ମିଳୁଛି ନିଯୁକ୍ତି

କିଛିଦିନ ପୂର୍ବରୁ ହୋଇଥିବା ବିସ୍ପୋରଣ କୁ ଚପାଇବାକୁ ଚାଲିଛି ଜୋରଦାର ଉଦ୍ୟମ

ହିନ୍ଦୋଳ 24/7- ହିନ୍ଦୋଳ ବ୍ଲକ ବାଲିମି ଥାନା ଅନ୍ତର୍ଗତ ଝାଡ଼ବନ୍ଧ ଅଂଚଳରେ ଗଢିଉଠିଥିବା ରୁଙ୍ଗୁଟା କମ୍ପାନୀ ର ଦିନକୁ ଦିନ ମନୋମୁଖୀ କାର୍ଯ୍ୟ ଓ ମେରିରାୟ ନିତି କୁ ନେଇ ସ୍ଥାନୀୟ ଅଞ୍ଚଳ ରେ ଅସନ୍ତୋଷ ବଢ଼ିବାରେ ଲାଗିଛି, ଦୀର୍ଘ ୧୬ ବର୍ଷ ହେଲା କମ୍ପାନୀ ଜମି ଅଧିଗ୍ରହଣ କରିଥିବା ବେଳେ ବିସ୍ଥାପିତ ଜମିହରା ପ୍ରଜାଙ୍କୁ ପ୍ରତାରଣା ପୂର୍ବକ ଅଣଦେଖା କରୁଛି କମ୍ପାନୀ । କିଛିଦିନ ପୂର୍ବରୁ ତର୍କବେଡା ଗ୍ରାମର ଜମିହରା ବିସ୍ଥାପିତ ପରିବାର ପକ୍ଷରୁ କମ୍ପାନୀ ସମୁଖରେ ଧାରଣା ଦିଆଯାଇଥିଲା , ଗୋଟିଏ ମାସ ଭିତରେ ବିସ୍ଥାପିତ ପରିବାର ଙ୍କୁ ନିଯୁକ୍ତି ନଚେତ କ୍ଷତିପୂରଣ ଦିଆଯିବାର ପ୍ରତିଶୁତି ପରେ ଧାରଣା ରୁ ଉଠିଥିଲେ ବିସ୍ଥାପିତ ପରିବାର, ସେପଟେ ଗୁରୁବାର ପ୍ଲାଣ୍ଟ ଭିତରେ ହୋଇଥିବା ବଡ ଧରଣର ବିସ୍ପୋରଣ କୁ କମ୍ପାନୀ କର୍ତ୍ତୃପକ୍ଷ ସ୍ଥାନିୟ ଜନସାଧାରଣଙ୍କୁ ଲୁଚାଇବାକୁ ଯାଇ ଚତୁରତାର ସହ ଜୋରଦାର ଉଦ୍ୟମ କରୁଥିବା ସ୍ଥାନୀୟ ଅଞ୍ଚଳ ରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଫ୍ୟାକ୍ଟ୍ରି ଓ ବଏଲର ବିଭାଗ ଓ ଜିଲ୍ଲା ପ୍ରଶାସନ ନୀରବତା ଜନସାଧାରଣ ଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଗୁରୁବାର ମଧ୍ୟାହ୍ନ ପ୍ରାୟ ୧୨ ଟା ସମୟରେ ଏସେମଏସ ଫେଜ ୧ ବି ୪ ନମ୍ବର ଇଣ୍ଡାକ୍ସନ ରେ ହଠାତ ବିସ୍ପୋରଣ ହୋଇଥିଲା ବିସ୍ପୋରଣ ରେ ସ୍ଥାନୀୟ ଅଂଚଳ ଓ କମ୍ପାନୀ ଭିତରେ ଭୟର ବାତାବରଣ ଖେଳିଯାଇଥିଲା, ଫଳରେ କମ୍ପାନୀରେ ୨ ଜଣ କର୍ମଚାରୀ ଆହତ ହୋଇଥିଲେ, ମାତ୍ର ମଧ୍ୟାନ ଭୋଜନ ପାଇଁ ଅନ୍ୟ କର୍ମଚାରୀ ଯାଇଥିବା ରୁ ନିଶ୍ଚିତ ମୃତୁ ମୁଖରୁ ବଞ୍ଚିଯାଇଥିଲେ ଅନେକ କର୍ମଚାରୀ । ପ୍ରଥମେ ଏହି ଘଟଣାକୁ ଚପେଇ ଦେବାକୁ ଉଦ୍ୟମ କରିଥିଲେ କମ୍ପାନୀ କର୍ତ୍ତୃପକ୍ଷ ଏଥିପାଇଁ ଆହତ କର୍ମଚାରୀ ଙ୍କ ସମ୍ପର୍କ ରେ କମ୍ପାନୀ କର୍ତ୍ତୃପକ୍ଷ ଆଦୌ ମୁହଁ ଖୋଳିନଥିଲେ କେବଳ ବିସ୍ପୋରଣ ଖବର କୁ ହାଲକା ଭାବେ ରାଜି ହୋଇଥିଲେ, ଦୁର୍ଘଟଣା ସମ୍ପର୍କ ରେ କମ୍ପାନୀ କର୍ତ୍ତୃପକ୍ଷ ଙ୍କୁ ଯୋଗାଯୋଗ କରିବାରେ କେବଳ କ୍ଷତିଗ୍ରସ୍ଥ ଫରନେସ ୟୁନିଟ ସିଲ କରିଦିଆଯାଇ ତଦନ୍ତ ଚାଲିଛି କହୁଥିବା ବେଳେ ପ୍ରକୃତ ସତ୍ୟା ସତ୍ୟ ଏଯାଏ ଜଣାପଡ଼ିନାହିଁ, ପ୍ରକାଶ ଥାଉକି ସ୍ଥାନୀୟ ଅଞ୍ଚଳବାସି ଓ ପ୍ରଶାସନ କୁ ବିଭିନ୍ନ  ପ୍ରଲୋଭନ ଦେଖାଇ ରୁଙ୍ଗୁଟା କମ୍ପାନୀ ପ୍ରତିଷ୍ଠା ହୋଇଥିଲା ଶିଳ୍ପ ଆସିଲେ ଅଞ୍ଚଳରେ ଉର୍ନତି ହେବା ସହିତ ଲୋକ ମାନଙ୍କ ର ସମସ୍ତ ମୌଳିକ ସମସ୍ୟା ର ସମାଧାନ ହେବ ଅଞ୍ଚଳ ର ବେକାର ଯୁବକ ଯୁବତୀ ମାନେ କର୍ମନିଯୁକ୍ତି ପାଇପାରିବେ ଶିଳ୍ପାଞ୍ଚଳ ର ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ଗମନାଗମନ ର ବ୍ୟାପକ ବ୍ୟବସ୍ଥା ହେବ ବୋଲି ଅଞ୍ଚଳ ର ଜନସାଧାରଣ ସ୍ୱପ୍ନ ଦେଖିଥିଲେ ଫଳରେ ଖୁବ କମଦାମ ରେ ଶାଗମାଛ ଦର ରେ ନିଜର ଘର ଦ୍ୱାର, ଜମିବାଡ଼ି ଜଙ୍ଗଲ, ପୋଖରୀ, ରାସ୍ତାଘାଟ ସବୁକୁ କମ୍ପାନୀ ହାତକୁ ଟେକିଦେଲେ, ମାତ୍ର କମ୍ପାନୀ ହେବା ପରେ ଏଯାଏ ନିଯୁକ୍ତି ତ ଦୁରର କଥା ବିସ୍ଥାପିତ, ଓ ପ୍ରଭାବିତ ଲୋକଙ୍କ କ୍ଷତିପୂରଣ ଓ ଥଇଥାନ କଥା ଆକାଶ କଇଁଆ ଚିଲିକା ମାଛ ପାଲଟିଛି ।ବେଆଇନ ଜମି ଅଧିଗ୍ରହଣ ପରିବେଶ ଓ ଜଙ୍ଗଲ କ୍ଷୟ ନେଇ ଆଇନ ଶୃଙ୍ଖଳା ପରିସ୍ଥିତି ଦେଖାଯାଉଛି, ସ୍ଥାନୀୟ ଯୁବକ ଙ୍କୁ ନିଯୁକ୍ତି ଦିଆନଯାଇ ଅଭିଜ୍ଞାତା ଆଳଦେଖାଇ ପଶ୍ଚିମବଙ୍ଗ, ବିହାର ଝାଡଖଣ୍ଡ, ଅଞ୍ଚଳ ରୁ ଯୁବକ ଆଣି ନିଯୁକ୍ତି ଦିଆଯାଉଛି, କମ୍ପାନୀ କର୍ତ୍ତୃପକ୍ଷ ଉତ୍ପାଦନ କ୍ଷମତା ବଢ଼ାଇ ଲାଭବାନ ହେଉଥିବା ବେଳେ ସ୍ଥାନୀୟ ସମସ୍ୟା କୁ ଆଦୌ ଗୁରୁତ୍ୱ ଦିଆଯାଉନାହିଁ କେବଳ ଜନ ଆକ୍ରୋଶକୁ ଚପାଇବାକୁ ଯାଇ ହାତଗଣତି କେତେକଙ୍କୁ ଠିକା ଶ୍ରମିକ ଭାବେ ନିୟୋଜନ କରାଯାଇଥିବା ଅଭିଯୋଗ ହେଉଛି । ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଜନସାଧାରଣ ଙ୍କ ସମସ୍ୟା ସମାଧାନ ପାଇଁ ଚେଷ୍ଟା କରିବା ପାଇଁ ଅଞ୍ଚଳ ର ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।

ପ୍ରଦିପ ସାହୁ, ହିନ୍ଦୋଳ

Related posts

କଳାହାଣ୍ଡି ଉତ୍ସବ ଘୁମୁରା, ପ୍ରସାର ପ୍ରଚାର କମିଟି ବୈଠକ

masiha

ଏତେ ପ୍ରଚାର ଓ ସଚେତନତା ଅଭିଯାନ ପରେ ବି ବାଲ୍ୟ ବିବାହ ଚାଲୁଛି କିନ୍ତୁ ବାଲ୍ୟବିବାହ ରୋକିଲା ପ୍ରଶାସନ

Sunil Chandra Nayak

ମହାଶିବରାତ୍ରି ଜାଗର ମହାସମାରୋହରେ ପାଳିତ

masiha

Leave a Comment

error: Content is protected !!