ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ଵ ଏଡ଼ସ୍ ଦିବସ ରେ ଯୁବ ରେଡକ୍ରସ୍, ରାୟଗଡା ସ୍ଵୟଂଶାସିତ ମହାବଦ୍ୟାଳୟ ଦ୍ୱାରା ସଚେତନତା ପଦଯାତ୍ରା ଓ ସଭା

ବିଶ୍ଵ ଏଡ଼ସ୍ ଦିବସ ରେ ଯୁବ ରେଡକ୍ରସ୍, ରାୟଗଡା ସ୍ଵୟଂଶାସିତ ମହାବଦ୍ୟାଳୟ ଦ୍ୱାରା ସଚେତନତା ପଦଯାତ୍ରା ଓ ସଭା

 ରାୟଗଡା, ୧ ଡିସେମ୍ବର: ବିଶ୍ଵ ଏଡ଼ସ୍ ଦିବସ ଅବସରରେ ଆଜି ରାୟଗଡା ସ୍ଵୟଂଶାସିତ ମହାବଦ୍ୟାଳୟ ଯୁବ ରେଡକ୍ରସ୍ ଦ୍ୱାରା ବିଶାଳ ସଚେତନତା ପଦଯାତ୍ରା ଓ ସଭା ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ରମଟି ପ୍ରାତଃକାଳୀନ ବେଳେ ମହାବିଦ୍ୟାଳୟ ପ୍ରାଙ୍ଗଣରୁ ଆରମ୍ଭ ହୋଇ ସହରର ବିଭିନ୍ନ ସ୍ଥାନକୁ ପରିକ୍ରମା କରି ଫେରିଥିଲେ । ଛାତ୍ରଛାତ୍ରୀମାନେ ଏଚ୍.ଆଇ.ଭି/ଏଡ଼ସ୍ ବିଷୟରେ ସଚେତନତାମୂଳକ ସ୍ଲୋଗାନ୍ ଉଚ୍ଚାରଣ କରିଥିଲେ। ଶେଷରେ ମହାବିଦ୍ୟାଳୟର ଖୋଲାମଞ୍ଚରେ ଆୟୋଜିତ ସଚେତନତା ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ ସରସ୍ଵତୀ ରାୟ ଉଦବୋଧନରେ ଏଡ଼ସ୍ ବିଷୟରେ ସଠିକ୍ ଜ୍ଞାନ, ଭ୍ରମ ଦୂରୀକରଣ ଓ ଯୁବ ପିଢୀଙ୍କ ଭୂମିକାକୁ ଉଲ୍ଲେଖ କରିଥିଲେ । ମହାବିଦ୍ୟାଳୟର ରେଡକ୍ରସ୍ ପରାମର୍ଶଦାତା ପ୍ରିୟଦର୍ଶିନୀ ବଳ ମଧ୍ୟ ଏଚ୍.ଆଇ.ଭି ପରୀକ୍ଷା, ପ୍ରତିରୋଧ ଉପାୟ ଓ ତତ୍ ସମ୍ପର୍କିତ ସହାୟତା ସେବା ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମକୁ ସଫଳ କରିବାରେ ଅଧ୍ୟାପକ ଶଙ୍କର ପେଦୁରୁ ଓ ଅନ୍ୟାନ୍ୟ ଅଧ୍ୟାପକ ଅଧ୍ୟାପିକାମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ଏହି କାର୍ଯ୍ୟକ୍ରମରେ 300ରୁ ଅଧିକ ଛାତ୍ରଛାତ୍ରୀ ପଦଯାତ୍ରା ଏବଂ ସଭାରେ ଉପସ୍ଥିତ ହୋଇ ସଚେତନତା ବାର୍ତ୍ତା ପ୍ରଚାର କଲେ। 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବରିଷ୍ଠ ସାମ୍ବାଦିକ ଗଜେନ୍ଦ୍ର ମହାରଣାଙ୍କ ପରଲୋକ, ସାମ୍ୱାଦିକ ମହଲରେ ଶୋକର ଛାୟା

Sunil Chandra Nayak

ଆଟିଗାଁ ରେ ଆମ୍ବେଦକର ପ୍ରତିମୂର୍ତ୍ତି ଉନ୍ମୋଚିତ

masiha

ମୁନିଗୁଡା ବ୍ଲକ ସଦର ମହକୁମା ଠାରେ ଜିଲ୍ଲାପାଳ, ରାୟଗଡଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ

masiha

Leave a Comment

error: Content is protected !!