ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜ୍ଞାନ ପ୍ରକଳ୍ପ ପ୍ରତିଯୋଗିତା ସମସ୍ତଙ୍କୁ ଉଦ୍ଭାବନ ଅଭିମୁଖୀ କରିବାର ପ୍ରକୃଷ୍ଟ ମଞ୍ଚ

ଜିଲ୍ଲାସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଓ ପ୍ରକଳ୍ପ ପ୍ରତିଯୋଗିତା ଉଦଯାପିତ 

ଭବାନୀପାଟଣା: ୧୮.୦୧.୨୦୨୩// ସ୍ଥାନୀୟ ବ୍ରଜମୋହନ ହାଇସ୍କୁଲ ପରିସରରେ INSPIRE ମାନକ ଅନ୍ତର୍ଗତ ଜିଲ୍ଲା ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଓ ପ୍ରକଳ୍ପ ପ୍ରତିଯୋଗିତା ୨୦୨୧-୨୨ ଉଦଯାପିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ସୁଶାନ୍ତ କୁମାର ଚୋପଦାରଙ୍କ ମାର୍ଗ ଦର୍ଶନରେ ଅନୁଷ୍ଠିତ ମେଳାରେ ଉଦ୍ଘାଟନୀ ଉତ୍ସବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ ମୁଖ୍ୟ ଅଥିତି ଭାବେ ଯୋଗ ଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଉଦ୍ଘାଟନୀ ସଭାରେ ସମ୍ମାନିତ ଅତିଥି ଭାବେ ଲାଞ୍ଜିଗଡ ଗୋଷ୍ଠୀ ଶିକ୍ଷା ଅଧିକାରୀ ସଞ୍ଜୀବ କୁମାର ନାୟକ, କୋକସରା ଗୋଷ୍ଠୀ ଶିକ୍ଷା ଅଧିକାରୀ ନେପାଲ ଚନ୍ଦ୍ର ବାଗ,NIF ସଦସ୍ୟ ସୁବ୍ରତ ବାରିକ ଯୋଗ ଦେଇଥିଲେ। ବ୍ରଜମୋହନ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଷଷ୍ଠୀ ଝାଙ୍କର୍ ସଭାପତି ଭାବେ କାର୍ଯ ତୁଲାଇ ଥିବାବେଳେ ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଦୁଷ୍ମନ୍ତ ଶେଖର ପାଢ଼ୀ ସ୍ବାଗତ ଅଭିଭାଷଣ ରଖିଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟ, ଡଙ୍ଗରିଗୁଡ଼ାର କଳାକାର ଛାତ୍ରୀଗଣ ସଙ୍ଗୀତ ପରିବେଷଣ କରିଥିଲେ । ବିଚାରକ ଭାବେ ଅଧ୍ୟାପିକା ସସ୍ମିତା ପଣ୍ଡା,ଅଧ୍ୟାପକ ତ୍ରିନାଥ ବିଶୋଇ,ପ୍ରେମରଞ୍ଜନ ତ୍ରିପାଠୀ ଓ ହେମନ୍ତ କୁମାର ରଣା ଯୋଗ ଦେଇଥିଲେ । ଏଥିରେ ଜିଲ୍ଲାର ସମସ୍ତ ବ୍ଲକରୁ ଜାତୀୟ ସ୍ତରରେ ଚୟନ ହୋଇଥିବା ୧୫୨ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ପ୍ରକଳ୍ପ ପ୍ରସ୍ତୁତକାରୀ କୁନି ବୈଜ୍ଞାନିକ ମାନେ ସେମାନଙ୍କ ମାର୍ଗଦର୍ଶକ ସିଖୁକଙ୍କ ସହ ଅଂଶ ଗ୍ରହଣ କରିଥିଲେ। INSPIRE ମାନକ ପୋର୍ଟାଲ ଅନୁଯାୟୀ ଶତ ପ୍ରତିଶତ ନୋମିନେଶନ କରିଥିବା ଲାଞ୍ଜିଗଡ, ନର୍ଲା ଓ କେସିଙ୍ଗା ବ୍ଲକ ଶିକ୍ଷା ଅଧିକାରୀ ଓ ତାଙ୍କ ଦଳଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଜନତା ଉଚ୍ଚ ବିଦ୍ୟାଳୟ, ବୋର୍ଡା ପ୍ରଧାନ ଶିକ୍ଷକ ପ୍ରକାଶ ନିଶଙ୍କ ସଭା କାର୍ଯ ପରିଚାଳନା କରିଥିଲେ ।

ଉଦଯାପନୀ ଦିବସରେ ମୁଖ୍ୟ ଅଥି ତି ଭାବେ ସର୍ଦ୍ଦାର ସୁରଜିତ ସିଂହ, ଅବସରପ୍ରାପ୍ତ ଅଧ୍ୟକ୍ଷ ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ଓୟୁଏଟି ଆସୋସିଏଟ ପ୍ରୋଫେସର୍ ଡ. ନିରାକାର ରଣସିଂହ ଯୋଗ ଦେଇଥିଲେ,ସମ୍ମାନିତ ଅତିଥି ଭାବେ ଭବାନୀପାଟଣା ବ୍ଲକ ଶିକ୍ଷା ଅଧିକାରୀ ସୁନନ୍ଦା ପଣ୍ଡା, ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ମହେନ୍ଦ୍ର କୁମାର ପଣ୍ଡା ଯୋଗ ଦେଇଥିଲେ। ବିଜ୍ଞାନ ପ୍ରକଳ୍ପ ପ୍ରତିଯୋଗିତା ସମସ୍ତଙ୍କୁ ଉଦ୍ଭାବନ ଅଭିମୁଖୀ କରିବାର ପ୍ରକୃଷ୍ଟ ମଞ୍ଚ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ପ୍ରଦଶିତ ହୋଇଥିବା ସମସ୍ତ ପ୍ରକଳ୍ପ ମଧ୍ୟରୁ ପନ୍ଦର ଗୋଟି ଶିଶୁ ବୈଜ୍ଞାନିକ ରାଜ୍ୟ ସ୍ତରକୁ ମନୋନୀତ ହୋଇଥିଲେ। ସେମାନେ ହେଉଛନ୍ତି ସୌମ୍ୟ ରଞ୍ଜନ ସିଂ,ବିକାଶ ରାଉତ,ରାମ ମାଝି,ଖୁସବୁ ସାହୁ, ସୌମ୍ୟ ସମ୍ବିତ ସାହୁ, ବର୍ଷା ଲହଜଲ,ମଧୁସ୍ମିତା ଶା,କାର୍ତ୍ତିକ ମାଝୀ,ରୋଷନୀ ପ୍ରଧାନୀ,ଯୋଗେନ୍ଦ୍ର ମଶ୍ରା,ଆଶୁତୋଷ ମେହେର, ଲକ୍ଷ୍ମୀ ନାୟକ, ଦୀପ୍ତି ବନ୍ଦିଛୋଡ,ସ୍ୱୟଂସମ୍ଭୁ ଦାସ ଓ ତାରେଶ୍ୱର୍ ନାୟକ। ସମସ୍ତ ବିଜେତାଙ୍କୁ ପୁରସ୍କୃତ କରାଯାଇଥିଲା । ମଞ୍ଚ ସଂଯୋଜନା ଶୁଭେନ୍ଦୁ ଶେଖର ବେହେରା କରିଥିବା ବେଳେ ବ୍ରଜମୋହନ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଧନ୍ୟବାଦ୍ ଅର୍ପଣ କରିଥିଲେ। Inspire nomination କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଯୋଗୁଁ ସାଧନ କର୍ମୀ ସନ୍ତୋଷ କୁମାର କର ଓ ପ୍ରାକ୍ତନ ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ପ୍ରକାଶ ନିଶଙ୍କଙ୍କୁ ଶିକ୍ଷା ବିଭାଗ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ବିଭିନ୍ନ କାର୍ଯ୍ୟକ୍ରମରେ ମେଳା ପରିଚାଳନା କମିଟି ସଦସ୍ୟ ତଥା ବ୍ରଜମୋହନ ବିଦ୍ୟାଳୟର ଶିକ୍ଷକ ଓ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ଭୂତପୂର୍ବ ବିଧାୟକ ରାଜେନ୍ଦ୍ର ପ୍ରସାଦ ସିଂଙ୍କୁ ଶ୍ରଦ୍ଧାଂଜଳି

masiha

ଦୁର୍ଘଟଣା ରେ ଦୁଇ ଗୁରୁତର

Sunil Chandra Nayak

ଶାନ୍ତିଝର ବୁଲି ଦେଖିଲେ ଜିଲ୍ଲାପାଳ , ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

Sunil Chandra Nayak

Leave a Comment

error: Content is protected !!