ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ଆଇନସେବା ପ୍ରାଧିକରଣ ରାୟଗଡ ଦ୍ୱାରା ଆଇନ ସଚେତନତା କାର୍ଯ୍ୟକ୍ରମ

ଜିଲ୍ଲା ଆଇନସେବା ପ୍ରାଧିକରଣ ରାୟଗଡ ଦ୍ୱାରା ଆଇନ ସଚେତନତା କାର୍ଯ୍ୟକ୍ରମ

ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ତଥା ଜିଲ୍ଳା ଦୌରା ଜଜ୍ ଶ୍ରୀ ଦାମୋଦର ରଥ ଙ୍କ ପରାମର୍ଶ କ୍ରମେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଆନୁକୁଲ୍ୟରେ ପ୍ରାଧିକରଣ ର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ଙ୍କ ଅଧ୍ୟକ୍ଷତାରେ ଅଦ୍ୟ ତା-୩୧.୦୮.୨୦୨୬ ରିଖ ସୋମବାର ଦିନ ସକାଳ ଘ.୧୧.୦୦ମି ରେ ସ୍ଥାନୀୟ କୁମ୍ଭିକଟା ଗ୍ରାମ ପଞ୍ଚାୟତ ପରିସରରେ ଲୋକ ମାନଙ୍କ ପାଇଁ ସରକାରଙ୍କ ତରଫ ରୁ ଉପଲବ୍ଧ ଥିବା ବିଭିନ୍ନ ଜନ ମଙ୍ଗଳକାରୀ ଯୋଜନା ଓ ସ୍ଥାୟୀ ଲୋକ ଅଦାଲତର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କ୍ତିତ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଅନ୍ୟ ପ୍ରମୁଖ ଅତିଥି ମାନଙ୍କ ମଧ୍ୟରେ ରାୟଗଡା ବ୍କକ ଅଫିସର W.E.O. ଶ୍ରୀ ମନୋରଞ୍ଜନ ରାଉତ, ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ପ୍ରଣ୍ଟ ଅଫିସ ରିଟେନର ଶ୍ରୀ ସୁକାନ୍ତ ଦାସ, କୁମ୍ଭିକଟା ଗ୍ରାମ ପଞ୍ଚାୟତ ର ସରପଞ୍ଚ, ପି.ଇ.ଓ, କର୍ମଚାରୀ, ରାୟଗଡା ବ୍ଲକର ବହୁତ ଜେଣ୍ଡର ସି.ଆର୍.ପି ଓ କୁମ୍ଭିକଟା ଗ୍ରାମ ର ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ଥିଲେ I ଉପସ୍ଥିତ ଥିବା ଅତିଥିମାନେ ନିଜ ନିଜର ବକ୍ତବ୍ୟରେ ଅଂଶଗ୍ରହଣ କାରୀ ମାନଙ୍କୁ ସରକାରଙ୍କ ତରଫରୁ ଉପଲବ୍ଧ ଥିବା ବିଭିନ୍ନ ଜନ ମଙ୍ଗଳକାରୀ ଯୋଜନା ସଂପର୍କରେ ବିସ୍ତ୍ରୁତ ଭାବରେ ଅବଗତ କରାଇବା ସଙ୍ଗେ ସଙ୍ଗେ ଏହି ଯୋଜନାରେ ହିତାଧିକାରୀ ମାନେ କିପରି ନିଜକୁ ପଞ୍ଜୀକୃତ କରାଇ ଯୋଜନାର ସୁଫଳ ଉପଲବ୍ଧ କରିପାରିବେ ସେ ସଂପର୍କରେ ଅବଗତ କରାଇଥିଲେ I ପରିଶେଷରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ନିଜର ବକ୍ତବ୍ୟରେ ବିଭିନ୍ନ ସରକାରୀ ଯୋଜନା ଜନସାଧାରଣ ଙ୍କ ପାଖରେ ଉପଲବ୍ଧ ନହେଲେ ତାପାଇଁ ଜିଲ୍ଳା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ଆଇନରେ କଣ କଣ ସୁବିଧା ଅଛି ଓ ସ୍ଥାୟୀ ଲୋକ ଅଦାଲତର ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଅଂଶଗ୍ରହଣ କାରୀ ମାନଙ୍କୁ ବିସ୍ତ୍ରୁତ ଭାବରେ ଅବଗତ କରାଇଥିଲେ I ସର୍ବୋପରି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସମସ୍ତ ଗ୍ରାମବାସୀ, ଜେଣ୍ଡର ସି.ଆର୍.ପି ଓ ମାନ୍ୟବର ଅତିଥି ମାନଙ୍କର ଉପସ୍ଥିତି ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ଙ୍କ ର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମଟି ସଫଳତାର ସହିତ ଶେଷ ହୋଇଛି I 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ପଟ୍ଟାମୁଣ୍ଡାଇ ବ୍ଲକ ରେ ଯୋଗ ଦେଇ ଥିବା ନୂତନ ଶିକ୍ଷାଧିକାରୀ ଅଜିତ କୁମାର ବାରିକ ଙ୍କ ଲୋକପ୍ରିୟତା ବଢୁଛି

masiha

ବିଦ୍ୟୁତ୍ ଆଘାତରେ ଜଣକର ମୃତ୍ୟୁ ଶ୍ମଶାନରୁ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଲେ ପୁଲିସ

masiha

୪୨ ମୌଜାରେ ସମାଜସେବୀ କୈଳାସ ଚନ୍ଦ୍ର ପତିଙ୍କ ସ୍ମୃତି ଚାରଣ ସଭା 

masiha

Leave a Comment

error: Content is protected !!