ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରସାମ୍ୟ ହରାଇ ମୋଟର ସାଇକେଲ ଦୁର୍ଘଟଣାଗ୍ରସ୍ତ : ଚାଳକ ଗୁରୁତର

କନ୍ଧମାଳ:29/06/23(ମନିସ): ଭାରସାମ୍ଯ ମୋଟରସାଇକେଲ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ବେଳେ ଚାଳକ ଗୁରୁତର ହୋଇଛନ୍ତି । ପ୍ରାଥମିକ ଚିକିତ୍ସା ପରେ ଚାଳକକୁ କନ୍ଧମାଳ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି। ଘଟଣା ପ୍ରକାରେ ଗୁରୁବାର ଅପରାହ୍ନ ରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରୁ ବ୍ୟକ୍ତିଗତ କାର୍ଯ୍ୟ ସାରି ନିଜ ଗାଁ କଳାହାଣ୍ଡି ଜିଲ୍ଲାର ଲୁବେନଗଡ଼ ପଞ୍ଚାୟତର କାଲିସରୁ ଗ୍ରାମକୁ ମୋଟରସାଇକେଲ ଯୋଗେ ଦୁଇଜଣ ଯୁବକ ଯିବା ସମୟରେ ବାଲିଗୁଡ଼ା ଥାନା ମୁସୁକୁଲି ଘାଟିରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥ‌ିବା ମାଇଲ ମିଟର ଖୁଣ୍ଟରେ ମୋଟର ସାଇକେଲ ବାଡେଇ ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଘଟଣା ସମ୍ପର୍କରେ ଖବରପାଇ ବାଲିଗୁଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ଆରୋହୀ କାର୍ତ୍ତିକ ମାଝୀ ଓ ଭୀମସେନ ମାଝୀ ହୋଇଥିବା ବେଳେ ଚାଳକ କାର୍ତ୍ତିକ ମାଝୀର ଅବସ୍ଥା ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି ।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

ଜୋନ୍ସ ମହାରଣାଙ୍କୁ ଶ୍ରଦ୍ଧାଞ୍ଜଳି

Sunil Chandra Nayak

‘ବିକାଶର ଧାରା, ଓଡ଼ିଶା ସାରା’: ନୂଆପଡାରେ ଜିଲ୍ଲାସ୍ତରୀୟ ଜୈବିକ ଚାଷ କର୍ମଶାଳା ଅନୁଷ୍ଠିତ

Sunil Chandra Nayak

ଦୁଃସାହସିକ ମୋଟର ସାଇକେଲ ଯାତ୍ରା ପାଇଁ ଅଜୟ ଗୁରୁ ଙ୍କୁ ସମ୍ବର୍ଦ୍ଧନା , ୨- ବାଲିମି ଛକରେ ମିଲେଟ୍ ଟିଫିନ୍ ସେଣ୍ଟର ଉଦ୍‌ଘାଟିତ , ୩-ବିଶ୍ଵ ମସ୍ତିଷ୍କ ପକ୍ଷାଘାତ ଦିବସ ପାଳିତ ,୪- ବରିଷ୍ଠ ନାଗରିକ ଦିବସ ପାଳିତ , ୫- ଭୁବନ ବିଜେଡି ତରଫରୁ ସହିଦ ବାଜି ରାଉତଙ୍କ ୧୦୧ତମ ଜୟନ୍ତୀ ପାଳନ , ୬-ଜାତୀୟ କଂଗ୍ରେସ ଦଳ ପକ୍ଷରୁ ୪ ଦଫା ଦାବି ନେଇ ବିରାଟ ପ୍ରତିବାଦ ଶୋଭାଯାତ୍ରା ୭- ଶିକ୍ଷକ ବଦଳିକୁ ବିରୋଧ, ଷଢଙ୍ଗୀ ହାଇସ୍କୁଲ ଫାଟକରେ ତାଲା , ୮-ପୋଖରୀରେ ବୁଡି ଛାତ୍ରର ଅକାଳ ମୃତ୍ୟୁ ; ଅଞ୍ଚଳରେ ଶୋକର ଛାୟା , ୯- ବଟଗାଁ ଗ୍ରାମ ପଞ୍ଚାୟତରେ ଶିଶୁ ବିବାହ ମୁକ୍ତ ଗ୍ରାମ ପାଇଁ ଗ୍ରାମସଭା , ୧୦-ଶାଶୁ ଘର ଲୋକଙ୍କ ଯୌତୁକ ପାଇଁ ବୋହୂକୁ ନିର୍ଯାତନା, ନ୍ୟାୟ ପାଇଁ ଏସପିଙ୍କ ଦ୍ୱାରସ୍ଥ ହେଲେ ପୀଡ଼ିତା , ୧୧- ସହିଦ ବାଜିରାଉତ ଜନ୍ମ ସତବାର୍ଷିକ ପାଳିତ  ୧୨- କୋଟଗରା ହେଲା ‘ଶିଶୁ ଶ୍ରମିକ ମୁକ୍ତ’ ପଞ୍ଚାୟତ ଘୋଷିତ

Sunil Chandra Nayak

Leave a Comment

error: Content is protected !!