ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିନା ପାଠ୍ୟ ପୁସ୍ତକରେ ମାସିକ ପରୀକ୍ଷା ପ୍ରସ୍ତୁତି,ଅଭିଭାବକ ମହଲରେ ଅସନ୍ତୋଷ

ବିନା ପାଠ୍ୟ ପୁସ୍ତକରେ ମାସିକ ପରୀକ୍ଷା ପ୍ରସ୍ତୁତି,ଅଭିଭାବକ ମହଲରେ ଅସନ୍ତୋଷ

ଢେ଼ଙ୍କାନାଳ – ନୂଆଁ ଶିକ୍ଷା ବର୍ଷର ଆରମ୍ଭର ୩ ମାସ ହେଲାଣି ହେଲେ ଏଯାଏଁ ଶିକ୍ଷା ଅନୁଷ୍ଠାନର ୬ଷ୍ଠ ଶ୍ରେଣୀ ଠାରୁ ୧୦ ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ସମ୍ପୂର୍ଣ୍ଣ ପାଠ ପୁସ୍ତକ ମିଳିଲା ନାହିଁ। ପୁରୁଣା ବହିରେ କାମ ଚଳାଇ ଦିଆଯାଉଛି। ନବମ ଶ୍ରେଣୀର ପାଠ୍ୟ ପୁସ୍ତକ ସମ୍ପୂର୍ଣ୍ଣ ବଦଳିଛି ମାତ୍ର ଏଠାରେ ଛାତ୍ରଛାତ୍ରୀଙ୍କୁ କେବଳ ଇଂରାଜୀ ଓ ଓଡିଆ ଭାଷାର ୨ଟି ପାଠ୍ୟ ପୁସ୍ତକ ସରାକରଙ୍କ ପକ୍ଷରୁ ମାଗଣା ମିଳିଛି। ଶିକ୍ଷକ ଶିକ୍ଷୟତ୍ରୀମାନେ ପିଡିଏଫ ଜରିଆରେ ପାଠ ଛାଡ଼ି ଦେଇ ଶ୍ରେଣୀ କକ୍ଷରେ ଜେନତେନ ପଢ଼ାଇ କାମ ଚଳାଉଛନ୍ତି। ଏଭଳି ସ୍ଥଳରେ ନବମ ଶ୍ରେଣୀରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା କେତେକ ଅଭିଭାବକ ଅଭିଯୋଗ କରୁଛନ୍ତି। ଏପ୍ରିଲ ମାସରୁ ଶିକ୍ଷା ବର୍ଷ ଆରମ୍ଭ ହେବା ପରେ ପ୍ରାୟ ଦେଢ଼ ମାସ ଧରି ଗ୍ରୀଷ୍ମ ଅବକାଶି ଏବଂ ପୁନର୍ବାର ଜୁନ ୧୮ ତାରିଖ ଯାଏଁ ଏଯାଏଁ ବିଦ୍ୟାଳୟ ଚାଲିବା ପରେ ମଧ୍ୟ ପିଲାଙ୍କୁ ଉପଯୁକ୍ତ ବିଷୟଭିରିକ ପାଠ୍ୟ ପୁସ୍ତକ ମିଳି ପାରିନଥିବା ଶିକ୍ଷା ବିଭାଗର ଆଦର୍ଶ ଶିକ୍ଷା ନୀତିକୁ ଘୋର ଘୋର ସମାଲୋଚନା କରାଯାଉଛି। ଚଳିତ ବର୍ଷ ୬ଷ୍ଠ ଶ୍ରେଣୀ ଛାତ୍ର ଛାତ୍ରୀଙ୍କୁ ଏଯାଏଁ ଚାରୋଟି ବିଷୟର ପାଠ୍ୟପୁସ୍ତକ ଯୋଗାଣ ହୋଇ ନଥିବା ବେଳେ ସପ୍ତମ ଶ୍ରେଣୀର ୪ଟି,ଅଷ୍ଟମ ଶ୍ରେଣୀର ୪ଟି,ନବମ ଶ୍ରେଣୀର ନୂତନ ଭାବେ ପରିବର୍ତ୍ତନ ହୋଇଥିବା ପାଠ୍ୟପୁସ୍ତକ ଗୁଡ଼ିକ ମଧ୍ୟରୁ ଗଣିତ,ବିଜ୍ଞ ସାମାଜିକ ବିଜ୍ଞାନ ପ୍ରଥମ ଭାଗ ଦ୍ୱିତୀୟ ଭାଗ,ସୂଚନା ଓ ପ୍ରଯୁକ୍ତି ବିଦ୍ୟା,ଏମ୍ପୁଇବିଲିଟି ସ୍କୁଲ,ହିନ୍ଦୀ ଓ ସଂସ୍କୃତ ଭଳି ପାଠ୍ୟ ପୁସ୍ତକ ଆଜି ଯାଏଁ ଛାତ୍ରଛାତ୍ରୀ ପାଇପାରି ନାହାନ୍ତି। ସେହିଭଳି ଦଶମ ଶ୍ରେଣୀର ଛାତ୍ର ଛାତ୍ରୀଙ୍କୁ ଇଂରାଜୀ,ଗଣିତ,ବିଜ୍ଞାନ ସହିତ ୯ଟି ବିଭିନ୍ନ ବିଷୟର ପାଠ୍ୟପୁସ୍ତକ ଆଜି ଯାଏଁ ପ୍ରଦାନ କରାଯାଇ ନାହିଁ। ଶିକ୍ଷକ ଶିକ୍ଷୟତ୍ରୀ ମାନେ ପୁରୁଣା ବହିରେ କାମ ଚଳାଇ ଦେଉଥିବାର ଖୋଦ ଛତ୍ର ଛାତ୍ରୀ ମାନଙ୍କ ଠାରୁ ଜଣା ଯାଇଛି। ସରାକରଙ୍କ ଘୋଷଣା ଅନୁଯାୟୀ ଚଳିତ ୨୦୨୬/୨୭ ଶିକ୍ଷା ବର୍ଷ ପାଇଁ ବୁକ୍ସ ଇଣ୍ଡିଆ ନାମକ ସଂସ୍ଥା ପାଠ୍ୟ ପୁସ୍ତକ ଯୋଗାଣ ନିମନ୍ତେ ଟେଣ୍ଡର ପାଇ ସିବିଏସି ଅନୁବନ୍ଧିତ ସମସ୍ତ ପାଠ୍ୟପୁସ୍ତକ ଯୋଗାଣ କ୍ଷେତ୍ରରେ ବ୍ୟତିକ୍ରମ ସୃଷ୍ଟି କରିଛି। ଶିକ୍ଷାବର୍ଷ ଆରମ୍ଭ ହେବା ଠାରୁ କିଛି କିଛି ବହି ବଜାରରେ ଉପଲବ୍ଧ ହେବା ପରେ କେତେକ ଛାତ୍ର ଛାତ୍ରୀ କ୍ରୟ କରି ପାଠ ପଢ଼ାରେ ମନ ନିବେଶ କରିଥିଲେ। ମାତ୍ର ଏଯାଏଁ ସର୍ବାଧିକ ଛାତ୍ର ଛାତ୍ରୀଙ୍କ ନିକଟରେ ପାଠ୍ୟ ପୁସ୍ତକ ନଥିବା ଜଣା ଯାଉଛି। ବ୍ୟବସ୍ଥାରେ ବ୍ୟତିକ୍ରମ ଯୋଗୁଁ ଏଭଳି ଅସୁବିଧା ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଗଠନ ଦିଗରେ ଅନ୍ତରାୟ ସାଜିବ ବୋଲି ଅନେକ ଅଭିଭାବକ ଓ ବୁଦ୍ଧିଜୀବୀ ଅସନ୍ତୋଷ ପ୍ରକଟ କରି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଅଭିଭାବକଙ୍କ ମଧ୍ୟରେ ପ୍ରତ୍ୟେକ ଶିକ୍ଷା ବର୍ଷ ଭଳି ଅନୁଷ୍ଠାନରେ ପ୍ରଥମ ମାସିକ ପରୀକ୍ଷା ପାଇଁ କର୍ତ୍ତୃପକ୍ଷ ଚଳିତ ମାସ ୧୪ ତାରିଖ ଠାରୁ ଦିନ ଧାର୍ଯ୍ୟ କରି ମାସିକ ପରୀକ୍ଷାର ସମୟ ସାରଣୀ ପ୍ରଦାନ କହିଛନ୍ତି। ବିନା ପାଠ୍ୟ ପୁସ୍ତକରେ ଶିକ୍ଷା ଦାନ ଏ ତରବରିଆ ପରୀକ୍ଷା ଆୟୋଜନ ନେଇ ଅନେକ ଅଭିଭାବକ ଅଭିଭାବିକା କ୍ଷୋଭ ପ୍ରକାଶ କରିଛନ୍ତି। ଏଥିରେ ସୁଧାର ଆଣିବା ପାଇଁ ଆଶାବ୍ୟକ୍ତ କରିଛନ୍ତି।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

କଳମପୁରରେ ଏଆଇଏସଏଫର ୯୦ତମ ପ୍ରତିଷ୍ଠା ଦିବସ

Sunil Chandra Nayak

ପ୍ରେସ୍ ୟୁନିଅନ୍ ରାୟଗଡା ଜିଲ୍ଳାର ହାତଧୂଆ ସଚେତନତା କାର୍ଯ୍ୟକ୍ରମ

masiha

ଡ଼ଃ ବିଆର ଆମ୍ବେଦକର କ୍ଳବର ସାଧାରଣ ସଭା ସାମାଜିକ ସ୍ୱାଧୀନତା ବିନା ରାଜନୈତିକ ସ୍ୱାଧୀନତାର କୌଣସି ଅର୍ଥ ନାହିଁ

Sunil Chandra Nayak

Leave a Comment

error: Content is protected !!