ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ମାଗଣା ମେଗା ହାଇଡ୍ରୋସିଲ୍ (Hydrocele) ଅସ୍ତ୍ରୋପଚାର ଶିବିର .
ରାଇରଙ୍ଗପୁର ତା: ୨୭.୧୧.୨୦୨୬ ଆଜି ରାଇରଙ୍ଗପୁର ଉପଖଣ୍ଡ ହସ୍ପିଟାଲ୍ ଠାରେ ଫାଇଲେରିଆ (ବାତଜ୍ୱର/ଗୋଦର) ରୋଗର ନିରାକରଣ ପାଇଁ ଜିଲ୍ଲାସ୍ତରୀୟ ମାଗଣା ମେଗା ହାଇଡ୍ରୋସିଲ୍ ଅସ୍ତ୍ରୋପଚାର ଶିବିର ଅନୁଷ୍ଠିତ ହୋଇଯାଇଛି,ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଏବଂ ଲେପ୍ରା ସୋସାଇଟି, କାଇଣ୍ଡି କେୟାରର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି । ଏହି ଶିବିରରେ ତିରିଂ ବହଳଦା ଓ ରାଇରଙ୍ଗପୁର ବ୍ଲକର ୧୫ ଜଣ ହାଇଡ୍ରୋସିଲ୍ ରୋଗୀଙ୍କର ମାଗଣାରେ ସଫଳ ଅସ୍ତ୍ରୋପଚାର କରାଯାଇଛି ।ସାମିଲ ହୋଇଥିବା ପ୍ରମୁଖ ବ୍ୟକ୍ତିବିଶେଷ ଓ ଡାକ୍ତରୀ ଦଳ ମଧ୍ୟରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ବିଜୟ କୁମାର ଦାସ ଏବଂ ହସ୍ପିଟାଲ୍ ଅଧୀକ୍ଷକ ଡା. ରବୀନ୍ଦ୍ରନାଥ ମାରାଣ୍ଡି ସାମିଲ ହୋଇଥିଲେ । ଅଭିଜ୍ଞ ସର୍ଜରୀ ବିଶେଷଜ୍ଞ ଡା. ସତ୍ୟପ୍ରକାଶ ଧଳ ଆନାସ୍ଥେସିଆ ବିଶେଷଜ୍ଞ ଡା. ସତ୍ୟଜିତ ସିଂ ଓ ମେଡିକାଲ ଅଫିସର ଡ଼ା. ଦେବେନ୍ଦ୍ର ନାଥ ଟୁଡୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅସ୍ତ୍ରପଚାର କରାଯାଇଥିବାବେଳେ ଜିଲ୍ଲା ଭେକ୍ଟର ବାହିତ ରୋଗ ପରାମର୍ଶଦାତା ତପନ କୁମାର ସାହୁ, ଲେପ୍ରା ସୋସାଇଟି ପ୍ରକଳ୍ପ ର *ଏମ.ଇ.ଏଫ. ସି.(MEFC)* ପ୍ରହଲ୍ଲାଦ ମଙ୍ଗରାଜ,ହସ୍ପିଟାଲ୍ ପରିଚାଳକ ଆଲୋକ କୁମାର ଗୋଚ୍ଛାୟତ, ନର୍ସିଙ୍ଗ ଅଫିସର ସବିତା ଶତପଥୀ, ଫାର୍ମାସିଷ୍ଟ ନିରଜ ମହାନ୍ତ ସମେତ ଲେପ୍ରl ସୋସାଇଟିର ଆମ୍ବୁବତୀ ଦଳେଇ, ସୁକୁମତୀ ହେମ୍ବ୍ରମ, ମଧୁସୂଦନ ହେମ୍ବ୍ରମ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟକର୍ମୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।.
ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ୱାଳ

