ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମାଜସେବୀ ଚିତ୍ରଭାନୁ ସିଂ ମାଝୀଙ୍କ ପରଲୋକ

ସମାଜସେବୀ ଚିତ୍ରଭାନୁ ସିଂ ମାଝୀଙ୍କ ପରଲୋକ

ସିନାପାଲି, ୨୭/୧୧: ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ହାତୀବନ୍ଧା ଗ୍ରାମର ବରିଷ୍ଠ ସମାଜସେବୀ ତଥା ଗୌନ୍ତିଆ ଚିତ୍ରଭାନୁ ସିଂ ମାଝୀଙ୍କ ପରଲୋକ ହୋଇଯାଇଛି। ତାଙ୍କ ବିୟୋଗରେ ହାତୀବନ୍ଧା ଗ୍ରାମ ସମେତ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ସ୍ୱର୍ଗତ ମାଝୀ ଜଣେ ମିଷ୍ଟଭାଷୀ, ମେଳାପୀ ଓ ଜନହିତକର ବ୍ୟକ୍ତିତ୍ୱ ଭାବେ ପରିଚିତ ଥିଲେ। ଗ୍ରାମର ଗୌନ୍ତିଆ ଭାବେ ଦାୟିତ୍ୱ ତୁଲାଇବା ସହ ଅଞ୍ଚଳର ଶିକ୍ଷା ଓ ସାମାଜିକ ବିକାଶ କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ ଥିଲା। ଅନେକ ହାଇସ୍କୁଲ ଓ ସରସ୍ୱତୀ ଶିଶୁମନ୍ଦିର ପ୍ରତିଷ୍ଠା କ୍ଷେତ୍ରରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏଥିସହ ସେ ତିନି ଥର ସରପଞ୍ଚ ଭାବେ ନିର୍ବାଚିତ ହୋଇ ଜନସାଧାରଣଙ୍କ ସେବା କରିଥିଲେ।ଗ୍ରାମର ଉନ୍ନତି, ଶିକ୍ଷାର ପ୍ରସାର ଓ ସାମାଜିକ କାର୍ଯ୍ୟକଳାପରେ ତାଙ୍କର ଅବଦାନ ସଦାସର୍ବଦା ସ୍ମରଣୀୟ ହୋଇ ରହିବ। ତାଙ୍କ ବିୟୋଗ ଅଞ୍ଚଳ ପାଇଁ ଏକ ଅପୂରଣୀୟ କ୍ଷତି।

Related posts

ସୀମାରେ ସୁରକ୍ଷା, ସମାଜରେ ଜୀବନଦାନ: ବୀର ଯବାନଙ୍କ ମହାନତା

ନବରଙ୍ଗପୁର ଜିଲ୍ଲା ବ୍ୟାଡମିଣ୍ଟନ ସଂଘ ନିର୍ବାଚନ ସମ୍ପନ୍ନ: ରାକେଶ କୁମାର ଗୁପ୍ତା ସଭାପତି ଓ ଲିଙ୍ଗରାଜ ମହାନ୍ତି ସମ୍ପାଦକ ନିର୍ବାଚିତ 

Sunil Chandra Nayak

ସରକାରୀ ସ୍ନାତକ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ଵାଚନ ରେ ବିଜେଡି ଦଳର ବିସିଜେଡି ର କ୍ଲିନ୍ ସୁଇପ 

Sunil Chandra Nayak

Leave a Comment

error: Content is protected !!