ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତ୍ରିଶକ୍ତି ଧାମ ଏବଂ ମାରଓ୍ବାଡି ଯୁବ ମଞ୍ଚ ଜାଗୃତି ଶାଖାର ମିଳିତ ସହଯୋଗରେ ମାଗଣା କୃତ୍ରିମ ଅଙ୍ଗ ପ୍ରତ୍ୟାରୋପଣ ଶିବିରର ଶୁଭାରମ୍ଭ

ତ୍ରିଶକ୍ତି ଧାମ ଏବଂ ମାରଓ୍ବାଡି ଯୁବ ମଞ୍ଚ ଜାଗୃତି ଶାଖାର ମିଳିତ ସହଯୋଗରେ ମାଗଣା କୃତ୍ରିମ ଅଙ୍ଗ ପ୍ରତ୍ୟାରୋପଣ ଶିବିରର ଶୁଭାରମ୍ଭ

ମାଗଣା କୃତ୍ରିମ ଅଙ୍ଗ ପ୍ରତ୍ୟାରୋପଣ ଶିବିର ନଭେମ୍ବର ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ

ରାଉରକେଲା ୨୭/୧୧, ତ୍ରିଶକ୍ତି ଧାମ ଏବଂ ମାରୱାଡି ଯୁବ ମଞ୍ଚ, ଜାଗୃତି ଶାଖା, ରାଉରକେଲା (ଡିଭିଜନ-୪) ପକ୍ଷରୁ ମିଳିତ ଭାବରେ ଆୟୋଜିତ ମାଗଣା କୃତ୍ରିମ ଅଙ୍ଗ ପ୍ରତ୍ୟାରୋପଣ ଶିବିରର ଉଦ୍ଘାଟନ ଆଜି ତ୍ରିଶକ୍ତି ଧାମ ଠାରେ ପୂର୍ବାହ୍ନ ୧୧ଟା ୩୦ ସମୟରେ ହୋଇଯାଇଛି। 

     ଦରିଦ୍ର ଲୋକଙ୍କୁ କୃତ୍ରିମ ଅଙ୍ଗ ପ୍ରଦାନ ଏବଂ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଲକ୍ଷ୍ୟରେ ଏହି ସେବା ନଭେମ୍ବର ୨୭, ୨୮ ଓ ୨୯ ତାରିଖ ତିନି ଦିନ ଧରି ଚାଲିବ। ଏହି ମାଗଣା କୃତ୍ରିମ ଅଙ୍ଗ ପ୍ରତ୍ୟାରୋପଣ ଶିବିରରେ ଦିବ୍ଯାଙ୍ଗମାନଙ୍କୁ କୃତ୍ରିମ ଗୋଡ଼, ଯାନ୍ତ୍ରିକ ହାତ, ଆଶାବାଡ଼ି, କହୁଣୀ ବାଡ଼ି, ଚାଲିବା ବାଡ଼ି ଏବଂ ଅନ୍ଧ ବାଡ଼ି ମାଗଣାରେ ବଣ୍ଟନ କରାଯିବ।  

   ହିତାଧିକାରୀ ଏବଂ ସେମାନଙ୍କ ପରିଚାରକଙ୍କ ପାଇଁ ରହିବା ଓ ଖାଇବା ସମେତ ସମସ୍ତ ବ୍ୟବସ୍ଥା ସମ୍ପୂର୍ଣ୍ଣ ମାଗଣାରେ ପ୍ରଦାନ କରାଯାଉଛି। ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କୁ ସ୍ୱାବଲମ୍ବୀ ଏବଂ ମର୍ଯ୍ୟାଦାଜନକ ଜୀବନଯାପନ କରିବାରେ ସହାୟତା ପ୍ରଦାନ କରିବା ଲକ୍ଷ୍ୟରେ ଆଜି ଠାରୁ ନଭେମ୍ବର ୨୯ ତାରିଖ ପର୍ଯ୍ୟନ୍ତ ମାରୱାଡି ଯୁବ ମଞ୍ଚ ଜାଗୃତି ଶାଖା ଏବଂ ତ୍ରିଶକ୍ତି ସେବା ଟ୍ରଷ୍ଟର ମିଳିତ ଆନୁକୁଲ୍ୟରେ ରାଞ୍ଚିର ଶ୍ରୀ ଭଗବାନ ମହାବୀର ବିକଳାଙ୍ଗ ସହାୟତା ସମିତିର ସହଯୋଗରେ ଏହି ବିଶାଳ ମାଗଣା ଦିବ୍ୟାଙ୍ଗ ସହାୟତା ଶିବିର ଆୟୋଜନ କରାଯାଉଛି। 

     ଶୁଭାରମ୍ଭ ହୋଇଥିବା ଏହି ୩ ଦିନିଆ ଶିବିରର ପ୍ରଥମ ଦିନରେ ହିତାଧିକାରୀମାନଙ୍କ କ୍ଷତିଗ୍ରସ୍ତ ଅଙ୍ଗର ପରୀକ୍ଷା ନିରୀକ୍ଷା ସହ ମାପ ନିଆଯାଇଛି। ଦ୍ବିତୀୟ ଦିନରେ ମଧ୍ୟ ଏହି କାର୍ଯ୍ୟକ୍ରମ ଜାରି ରହିବ। ତୃତୀୟ ଦିନ ଅର୍ଥାତ୍ ନଭେମ୍ବର ୨୯ ତାରିଖରେ ହିତାଧିକାରୀମାନଙ୍କୁ କୃତ୍ରିମ ଅଙ୍ଗ ଏବଂ ସହାୟକ ଉପକରଣ ପ୍ରଦାନ କରାଯିବ। 

         ଏହି ସେବା ଶିବିରର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ସମାଜରେ ଗରୀବ ବିକଳାଙ୍ଗ ବ୍ୟକ୍ତିମାନଙ୍କୁ ଆବଶ୍ୟକୀୟ କୃତ୍ରିମ ଅଙ୍ଗ ଏବଂ ସହାୟକ ଉପକରଣ ପ୍ରଦାନ କରି ସେମାନଙ୍କ ଜୀବନକୁ ଅଧିକ ଆରାମଦାୟକ, ସୁଗମ ଏବଂ ସ୍ୱାବଲମ୍ବୀ କରିବା। ଆର୍ଥିକ ପ୍ରତିବନ୍ଧକ ଯୋଗୁଁ ଅନେକ ଗରିବ ଓ ଦୁର୍ବଳ ଶ୍ରେଣୀର ବ୍ୟକ୍ତି ଏହି ସୁବିଧାରୁ ବଞ୍ଚିତ ହେଉଛନ୍ତି ସେମାନଙ୍କୁ ସହାୟତା ପ୍ରଦାନ କରିବା ଏହି ଶିବିରର ଲକ୍ଷ୍ୟ। ଏହି କାର୍ଯ୍ୟକ୍ରମର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ଏପରି ଲୋକଙ୍କୁ ସେବା ପ୍ରଦାନ କରିବା।

     ମାରଓ୍ବାଡି ଯୁବ ମଞ୍ଚ ଜାଗୃତି ଶାଖା ଏବଂ ତ୍ରିଶକ୍ତି ଧାମ ସେବା ଟ୍ରଷ୍ଟର ମିଳିତ ସହଯୋଗରେ ଶୁଭାରମ୍ଭ ହୋଇଥିବା ମାଗଣା ଅଙ୍ଗ ପ୍ରତ୍ୟାରୋପଣ ଶିବିରକୁ ଆଜି ଉଦ୍ଘାଟନ କରିଥିଲେ ଜାଗୃତି ଶାଖାର ପୂର୍ବତନ ସଭାନେତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ମାରୋଥିଆ। ସେ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ୨୦୧୪ର ପ୍ରଥମ କରି ଅମର ଭବନ ପରିସରରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ନର ସେବା ହିଁ ନାରାୟଣ ସେବା, ଏହାକୁ ପାଥେୟ କରି ଏହି ସେବା ଆରମ୍ଭ କରାଯାଇଛି। 

     ଶିବିରରେ ମାରୱାଡି ଯୁବ ମଞ୍ଚ ଜାଗୃତି ଶାଖାର ସଭାନେତ୍ରୀ ଶ୍ରୀମତୀ ପ୍ରଭାସ ଅଗ୍ରୱାଲ, ସଚିବ ଶ୍ରୀମତୀ କାଞ୍ଚନ ଅଗ୍ରୱାଲ, କୋଷାଧ୍ୟକ୍ଷା ଶ୍ରୀମତୀ ଜ୍ୟୋତି ଅଗ୍ରୱାଲ, ପ୍ରକଳ୍ପ ନିର୍ଦ୍ଦେଶିକା ଶ୍ରୀମତୀ ଅନାମିକା ମିତ୍ତଲ, ଶ୍ରୀମତୀ ରୁବି ବନସଲ, ଶ୍ରୀମତୀ ରୂପା ଅଗ୍ରୱାଲ, ଶ୍ରୀମତୀ କୌଶଲ ଅଗ୍ରୱାଲ ପ୍ରମୁଖଙ୍କ ସମେତ ତ୍ରିଶକ୍ତି ଧାମ ସେବା ଟ୍ରଷ୍ଟ ପକ୍ଷରୁ ଶ୍ୟାମ ବିହାରୀ ଗୋୟଲ ପ୍ରମୁଖ ଉପସ୍ଥିତ ରହି ମାଗଣା ଅଙ୍ଗ ପ୍ରତ୍ୟାରୋପଣ ଶିବିରର ପରିଚାଳନା କରୁଛନ୍ତି।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଓରାମ ସାଂସ୍କୃତିକ ସମାଜର ବାର୍ଷିକ ସାଧାରଣ ସଭାରେ ଜୁଏଲ ଓରାମଙ୍କ କର୍ଣ୍ଣ ମନ୍ତ୍ର

masiha

ରାଇରଙ୍ଗପୁରରେ ସୁସ୍ଥଭାରତ, ସମୃଦ୍ଧ ଭାରତ ଟ୍ରଷ୍ଟ ଆନୁକୂଲ୍ୟରେ ଔଷଧିୟ ବୃକ୍ଷରୋପଣ

masiha

ରାଉରକେଲା ଷ୍ଟିଲ ମଜୁଦୂର୍ ୟୁନିୟନ୍ ପକ୍ଷରୁ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ 

Leave a Comment

error: Content is protected !!