ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା ଷ୍ଟିଲ ମଜୁଦୂର୍ ୟୁନିୟନ୍ ପକ୍ଷରୁ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ 

ରାଉରକେଲା ଷ୍ଟିଲ ମଜୁଦୂର୍ ୟୁନିୟନ୍ ପକ୍ଷରୁ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ 

ରାଉରକେଲା: ରାଉରକେଲା ଷ୍ଟିଲ ମଜୁଦୂର୍ ୟୁନିୟନ୍ ପକ୍ଷରୁ ସେକ୍ଟର -୫, ସି-୨୯ କାର୍ଯ୍ୟାଳୟ ଠାରେ ଉପସଭାପତି କୈଳାଶ ଚନ୍ଦ୍ର ନାୟକ ଙ୍କ ସଭାପତିତ୍ବରେ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ ହୋଇଯାଇଛି । ଶ୍ରୀ ନାୟକ ଅନୁଷ୍ଠାନର ପତାକା କୁ ଉତ୍ତୋଳନ କରିଥିଲେ । ୟୁନିୟନ ର କାର୍ଯ୍ୟକାରୀ ସଭାପତି ପ୍ରଦୋଷ କୁମାର ମହାନ୍ତି ଶ୍ରମିକ ଦିବସ ଉପରେ ଆଲୋକପାତ କରିଥିଲେ ।ସାଧାରଣ ସମ୍ପାଦକ ରମେଶ ଚନ୍ଦ୍ର ସେଠୀ ଶ୍ରମିକ ଦିବସ ଉପରେ ବିସ୍ତୃତ ଭାବେ ବର୍ଣ୍ଣନା କରି କହିଲେ କି ଆମେରିକାର ଚିକାଗୋ ସହର ଠାରେ ଥିବା ହେ ମାର୍କେଟ ଛକରେ ୧୮୮୬ ମସିହା ମଇ ୧ ତାରିଖରେ ଶ୍ରମିକ ମାନଙ୍କ ଉପରେ ଯେପରି ବର୍ବରୋଚିତ ଆକ୍ରମଣ ହେଲା ଓ ଯାହା ଫଳରେ ଅନେକ ଲୋକ ମୃତ୍ୟୁ ବରଣ କଲେ । ହେ ମାର୍କେଟ ରକ୍ତ ରଞ୍ଜିତ ହେଇଥିଲା, ସେହି ରକ୍ତରେ ଶ୍ରମିକ ନିଜ ନିଜ ପୋଷାକ ରକ୍ତ ରଞ୍ଜିତ କରି ଯେଉଁ ପତାକା ଉଡ଼ାଇ ଥିଲେ ଏବଂ ତାଙ୍କର ଦାବି ହାସଲ କରିଥିଲେ ସେହି ଲାଲ ରଙ୍ଗର ପତାକା ଆଜିର ଦିନରେ ବିଜୟର ପତାକା ଭାବେ ଉଡ଼ା ଯାଉଛି ।ବିଶ୍ଵ ବାସୀ ଆଜିର ଦିନକୁ ଶ୍ରମିକ ଦିବସ ରୂପେ ପାଳନ କରୁଛନ୍ତି । ୟୁନିୟନ ର ଉପଦେଷ୍ଟା ତଥା ବାର ଆସୋସିଏସନ୍ ର ସଭାପତି ସଦାନନ୍ଦ ସାହୁ ଶ୍ରମିକ ଦିବସର ତାତ୍ପର୍ଯ୍ୟ,ଆଭିମୁଖ୍ୟ ଓ ଉପକାର ଉପରେ ଉପସ୍ଥିତ ସାଥୀ ମାନଙ୍କୁ ଅବଗତ କରାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରମୋଦ କୁମାର ବେହେରା, ରାଧେନ୍ଦ୍ର କୁମାର ତିୱାରୀ ଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା l l ଅଧିକାରୀଙ୍କ ଅନୁପସ୍ଥିତରେ ଖୁଲମ୍ ଖୁଲା ଚାଲିଛି କାର୍ଯ୍ୟ  

Sunil Chandra Nayak

ଆମେରିକାର ଦକ୍ଷିଣ ପୂର୍ବରେ ଥିବା ଫ୍ଲୋରିଡ଼ା ରାଜ୍ୟରେ ଉତ୍କଳ ଦିବସ ରେ ଓଡ଼ିଆ କବି ଲେଖକ ମାନଙ୍କ ଲେଖାର ଦ୍ଵିତୀୟ ବର୍ଷ ସଂସ୍କରଣ ର “ବିଶ୍ଵମ୍ଭରା ” ହେଲା ପ୍ରକାଶିତ 

Sunil Chandra Nayak

ଜଗନ୍ନାଥ ଉଚ୍ଚ ବିଦ୍ୟାପୀଠ ରୁପ୍ରାର ରୌପ୍ୟ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!