ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଂସ୍କୃତିକୁ ଆଲୋକିତ କରୁଛି ଦୟାଦାସଙ୍କ ଧୂନୀ ତ୍ରିତାପହାରୀ ବ୍ରହ୍ମ ଗୋଛନ୍ଦ ମହାଯଜ୍ଞ ଉଦଯାପିତ

ସଂସ୍କୃତିକୁ ଆଲୋକିତ କରୁଛି ଦୟାଦାସଙ୍କ ଧୂନୀ

ତ୍ରିତାପହାରୀ ବ୍ରହ୍ମ ଗୋଛନ୍ଦ ମହାଯଜ୍ଞ ଉଦଯାପିତ

କେନ୍ଦୁଝର, ୫/୪: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ କଲଣ୍ଡା ପଞ୍ଚାୟତ ଅନ୍ତର୍ଗତ ବଡବିଲସ୍ଥିତ ସନ୍ଥ ଦୟାଦାସ ପୀଠରେ ୪ ଦିନ ବ୍ୟାପୀ ୬୦ତମ ତ୍ରିତାପହାରୀ ବ୍ରହ୍ମ ଗୋଛନ୍ଦ ମହାଯଜ୍ଞ ଓ ତୃତୀୟ କୃଷ୍ଣଲୀଳା ରାସ ମହାମଞ୍ଚ ବୁଧବାର ସଂଧ୍ୟାରେ ଉଦଯାପିତ ହୋଇଯାଇଛି।

ଉଦଯାପନୀ ଉତ୍ସବରେ ରାଜ୍ୟ ସରକାରଙ୍କ କ୍ରୀଡା, ଉଚ୍ଚ ଶିକ୍ଷା, ଓଡ଼ିଆ ଭାଷା–ସାହିତ୍ୟ–ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୟାଦାସ ପୀଠରେ ଶହଶହ ବର୍ଷ ଧରି ଜଳୁଥିବା ଧୂନୀ ସଂସ୍କୃତିକୁ ଆଲୋକିତ କରୁଥିବା ସହ ସଂସାର ମଙ୍ଗଳର ପ୍ରତୀକ ବୋଲି କହିଥିଲେ। ଶ୍ରୀକୃଷ୍ଣଙ୍କ ଗୁଣ ଅନୁସରଣ କରି ସମାଜରେ ଉତ୍ତମ ମାନବ ହେବାକୁ ସେ ଆହ୍ୱାନ ଦେଇଥିଲେ।

ପଦ୍ମଶ୍ରୀ ହଳଧର ନାଗ ସଂକୀର୍ତ୍ତନ ମାଧ୍ୟମରେ ଆତ୍ମଶୁଦ୍ଧି ସମ୍ଭବ ବୋଲି କହିଥିବାବେଳେ, କୋରେଇ ବିଧାୟକ ଆକାଶ ଦାସ ନାୟକ ଏହି ଆୟୋଜନକୁ ସଂସ୍କୃତି ଜାଗରଣର ମାଧ୍ୟମ ବୋଲି ଅଭିହିତ କରିଥିଲେ।

୪ ଦିନ ବ୍ୟାପୀ ରାସ ମହାମଞ୍ଚରେ କେନ୍ଦୁଝର, ସୁନ୍ଦରଗଡ଼ ଓ ଝାଡ଼ଖଣ୍ଡ ଅଞ୍ଚଳର ୫୦ରୁ ଅଧିକ ସଂକୀର୍ତ୍ତନ ଦଳ ଅଂଶଗ୍ରହଣ କରି ନୃତ୍ୟ ପରିବେଷଣ କରିଥିଲେ। ଉଦଯାପନୀ ଦିବସରେ ସମସ୍ତ ଦଳକୁ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ସଫଳତାରେ ଭଗତପୁର, କଲଣ୍ଡା, ବଡବିଲ ଓ ବାଂଶପାଳ ବ୍ଲକର ଗ୍ରାମବାସୀଙ୍କ ସକ୍ରିୟ ସହଯୋଗ ମିଳିଥିଲା।

ଉର୍ମିଳା ପଣ୍ଡା ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ଆଇନସେବା ପ୍ରାଧିକରଣ ରୟଗଡା ଦ୍ବାରା ଆଇନ ସଚେତନତା କାର୍ଯ୍ୟକ୍ରମ 

masiha

ରେଲୱେ ସମସ୍ୟା ଉପରେ ରାଜ୍ୟସଭା ସାଂସଦ ଙ୍କ ଦାବୀ ପ୍ରସଙ୍ଗ – କାର୍ଯ୍ୟକାରିତା ରିପୋର୍ଟ ଦେଲେ ପୂର୍ବତଟ ରେଳ ମହାପ୍ରବନ୍ଧକ

Sunil Chandra Nayak

ଦିଗି ଗ୍ରାମରେ ଚର୍ଚ୍ଚ ନିର୍ମାଣ କୁ ଗ୍ରାମବାସୀଙ୍କ ବିରୋଧ : ନିର୍ମାଣ ବନ୍ଦ ପାଇଁ ତେନ୍ତୁଳିଖୁଣ୍ଟି ଥାନାରେ ଏତଲା

masiha

Leave a Comment

error: Content is protected !!