ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପରିମଳ ବ୍ୟବସ୍ଥା ନେଇ ବସ୍ତିବାସିନ୍ଦାଙ୍କ ବି ଦି ଓ ଙ୍କୁ ଦାବିପତ୍ର ପ୍ରଦାନ

ପରିମଳ ବ୍ୟବସ୍ଥା ନେଇ ବସ୍ତିବାସିନ୍ଦାଙ୍କ ବି ଦି ଓ ଙ୍କୁ ଦାବିପତ୍ର ପ୍ରଦାନ

ନବରଙ୍ଗପୁର:(୨୯|୪)(ରବି ନାରାୟଣ ମହାନ୍ତି)ଦୀର୍ଘଦିନ ଧରି ସାହିରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ରହିଥିବାରୁ ସାହି ପରିବେଶ ଦୂଷିତ ଅବସ୍ଥାରେ ରହିଛି। ସାହିରେ ରହୁଥିବା କିଛି ପରିବାରଙ୍କ ଘର ପରିସରରୁ ଦୈନନ୍ଦିନ ବ୍ୟବହାର କରୁଥିବା ଶୌଚ,ସ୍ନାନ ଓ ଲୁଗା ସଫା,ବାସନ ମଜା ଅସନା ପାଣି ଡ୍ରେନେଜ୍ ସୁବିଧା ନଥିବାରୁ ସି ସି ରାସ୍ତା ଉପରେ ବୋହୁଛି। ଯାହାଫଳରେ ବସ୍ତିବାସିନ୍ଦାଙ୍କ ଯାତାୟାତ ବେଳେ ସମସ୍ୟା ଦେଖାଯାଉଛି। ସ୍କୁଲ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଓ ଅଙ୍ଗନୱାଡ଼ି କୁ ଯାଉଥିବା ଶିଶୁ ମାନଙ୍କୁ ଅସନା ଦୂଷିତ ପାଣି ଉପରେ ଚାଲିବାକୁ ପଡୁଛି। ଝରିଗାଁ ପଞ୍ଚାୟତ ସଦର ସ୍ଥିତ ୬ ନଂ ୱାର୍ଡ ରେ ଦେଖିବାକୁ ମିଳିଛି ପରିମଳ ବିପର୍ଯ୍ୟସ୍ତ ଅବସ୍ଥା। ସଂକୀର୍ଣ୍ଣ ରାସ୍ତା କୁ ଡ୍ରେନେଜ୍ ବ୍ୟବସ୍ଥା ଅଭାବରେ ବର୍ଷା ଦିନେ ଶୋଚନୀୟ ହୋଇପଡୁଛି ସାହି ରାସ୍ତା। ବାରମ୍ବାର ଏହାର ପ୍ରତିକାର ପାଇଁ ପଞ୍ଚାୟତ ପ୍ରଶାସନ କୁ ଜଣାଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ସମସ୍ୟାର ସମାଧାନ ହୋଇପାରି ନାହିଁ। ପରିମଳ ବ୍ୟବସ୍ଥା ପାଇଁ ପଞ୍ଚାୟତ ପାଣ୍ଠିରେ ଅର୍ଥ ନଥିବା କହିଛନ୍ତି ସରପଞ୍ଚ ଯୋଗେଶ୍ୱର ପୂଜାରୀ। ଏନେଇ ସରପଞ୍ଚ ଶ୍ରୀ ପୂଜାରୀ ଙ୍କ ସହ ୱାର୍ଡ ବାସୀ ଏକ ଦଳ ଆଜି ୬ ନଂ ୱାର୍ଡ ପରିମଳ ବ୍ୟବସ୍ଥା ତୁରନ୍ତ କରିବାକୁ ଝରିଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମଧୁସୂଦନ ମାଝୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ବିଡ଼ିଓ ଶ୍ରୀ ମାଝୀ ଅଭିଯୋଗ ଗ୍ରହଣ କରି ଆଇ ଟି ଡି ଏ ପକ୍ଷରୁ ପାଣ୍ଠି ମଂଜୁର କରିବାକୁ ପତ୍ର ଲେଖିବେ ବୋଲି କହିଛନ୍ତି।ବର୍ଷା ଋତୁ ଆରମ୍ଭ ପୂର୍ବରୁ ଡ୍ରେନେଜ ବ୍ୟବସ୍ଥା ଏବଂ ରାସ୍ତା ପୁନଃ ନିର୍ମାଣ କରିବାକୁ ବସ୍ତିବାସିନ୍ଦା ଙ୍କ ମଧ୍ୟରେ ତ୍ରିଲୋଚନ ନାୟକ, ପ୍ରସନ୍ନ ଦଳେଇ,ସିମାଞ୍ଚଳ ଭତରା, ଲଳିତା ଭତରା,ଜଗନ୍ନାଥ ନାୟକ,ବିମଳା ନାୟକ,ଚନ୍ଦ୍ର ଶେଖର ପାତ୍ର,ରାମସିଂ ଗୌଡ଼,ଶକୁନ୍ତଳା ନାୟକ,ପଦ୍ମାଳୟା ,ଜାନକୀ ଭତରା,ରଘୁନାଥ ଦାସ, ଦଶରଥ ନାୟକ, ଦୟମତି ମାଝୀ, କାର୍ତ୍ତିକ ପାତ୍ର ପ୍ରମୁଖ ଦାବୀପତ୍ର ପ୍ରଦାନ କରିଛନ୍ତି। ବସ୍ତିବାସୀଙ୍କ ଅଭିଯୋଗ ପ୍ରକାରେ ଅସନା ପାଣି ପ୍ରସଙ୍ଗରେ ସମ୍ପୃକ୍ତ ଘର ମାଲିକଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ସେମାନେ ଗୁରୁତ୍ଵ ଦେଉନାହାନ୍ତି। ଯାହା ଫଳରେ ଆଗାମୀ ଦିନରେ ୱାର୍ଡ ମଧ୍ୟରେ କୌଣସି ଅପ୍ରୀତିକର ପରିସ୍ଥିତି ଯେପରି ନହୁଏ ସେଥିପାଇଁ ଝରିଗାଁ ଥାନାରେ ଏକ ଲିଖିତ ଅଭିଯୋଗ ୱାର୍ଡ ବାସୀ ପ୍ରଦାନ କରିଛନ୍ତି। ତେବେ ଦେଖିବାକୁ ବାକି ରହିଲା ଏଭଳି ଦୂଷିତ ପରିବେଶ ର ସମସ୍ଯା କେବେ ସୁଧୁରିବ ?

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବିଜୁ ପଟ୍ଟନାୟକ ଅଡିଟୋରିୟମରେ ଡାକ କର୍ମଯୋଗୀ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

masiha

ଭବାନୀପାଟଣା ଠାରେ ଅତିରିକ୍ତ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

୧- ଗଜଲକ୍ଷ୍ମୀ ପୂଜା ପାଇଁ ଅନୁକୂଳ ମାଟି ଅଣାଗଲା ,୨- କଂସାରୀ ସମାଜ ଲକ୍ଷ୍ମୀପୂଜା ଶତ ବାର୍ଷିକୀ ଉପଲକ୍ଷେ ମାଟି ଅନୁକୂଳ,୩- ସହର ମଧ୍ୟରେ ଦ୍ରୁତ ଗତିରେ ଭାରୀଯାନ ଚଳାଚଳ ନେଇ ଅସନ୍ତୋଷ ,୪- ବିଦ୍ୟାଳୟରେ ନିମ୍ନ ମାନର ପୋଷାକ ବଣ୍ଟନ, ୫- ମଠକରଗୋଳା ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଦିବସ, ୬- ଅଧ୍ୟାପକ ନଥିବାରୁ ଉଦ୍ଭିଦ ବିଜ୍ଞାନ ର ବିଦ୍ୟାର୍ଥୀ ନିରାଶ , ୭- ମୁଖ୍ୟ ଚିକିତ୍ସକ ନଥିବାରୁ ନିୟମିତ କର୍ମଚାରୀଙ୍କ ଅନୁପସ୍ଥିତ ,୮- ସ୍କୁଟି ଦୁର୍ଘଟଣାରେ ୧ ମୃତ , ୯- ଶୌଚ ପାଇଁ ବାଡ଼ିକୁ ଯାଇଥିଲେ, ହାତୀ ଆକ୍ରମଣରେ ବ୍ୟକ୍ତି ଗୁରୁତର ,୧୦-ପାଠକ ବିଚାର ମଞ୍ଚ ପକ୍ଷରୁ ଆୟୁର୍ବେଦ ଦିବସ , ୧୧- ରାଧାଷ୍ଟମୀ ଓ ସୁନିଆଁରେ ମା’ ଗଜଲକ୍ଷ୍ମୀଙ୍କ ମୂର୍ତ୍ତି ପାଇଁ ମାଟି ଅନୁକୂଳ , ୧୨- ୪୩୦ ଗ୍ରାମ ବ୍ରାଉନସୁଗର୍ ଜବତ,ବେପାରୀ ଗିରଫ ,୧୩- ତପୋବନ ପୀଠରେ ନବାନ୍ନ ଉତ୍ସବ , ୧୪- ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ, କ୍ରସରରେ ମୃତ ଅପରେଟରଙ୍କ ପରିବାରକୁ କ୍ଷତିପୁରଣ ଦାବି , ୧୫- ଭକ୍ତଙ୍କୁ ଦୁର୍ବ୍ୟବହାର ଓ ମାଡ଼, ଥାନା ରେ ଅଭିଯୋଗ , ୧୬ – ବନ୍ୟଜନ୍ତୁ ଶିକାର ପାଇଁ ସୋଲାର ଫେନ୍ସିଂ ରେ ୧୧କେଭି ବିଦ୍ୟୁତ/ ଶୌଚ ହେବାକୁ ଯାଇ ବିଦ୍ୟୁତ, ଯୁବକ ମୃତ୍ୟୁ , ୧୭- ଚାକିରୀ ନାଁ ରେ ଚକ୍ରାନ୍ତ, ଘରକୁ ଯିବା ମନା, ଜଣକୁ ଆଣି ଦେଲେ ଜଣେ ଘରକୁ ଯିବ, ଝିଅକୁ ଖୋଜିଖୋଜି ବଲାଙ୍ଗୀରରୁ ଢେଙ୍କାନାଳରେ ପହଁଞ୍ଚିଲେ ବାପା 

Sunil Chandra Nayak

Leave a Comment

error: Content is protected !!