ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାମ୍ବାଦିକ ଙ୍କ ମାତୃ ବିୟୋଗ 

ସାମ୍ବାଦିକ ଙ୍କ ମାତୃ ବିୟୋଗ 

କଳାହାଣ୍ଡି ଜିଲ୍ଲା ନର୍ଲା ର କାର୍ଯ୍ୟରତ ସାମ୍ବାଦିକ ର୍ତିଲୋଚନ ଗଉଡ ଙ୍କ ମାଁ ସୁବର୍ଣି ଗଉଡ ଙ୍କ ନିଜ ବାସଭବନ ରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇ ଥିଲା। ଦୀର୍ଘ ଦିନ ହେଲା ସେ ବାର୍ଦ୍ଧକ୍ୟ ଜନିତ ରୋଗ ରେ ରେ ପୀଡ଼ିତ ଥିଲେ, ଦୁଇ ଦିନ ପୂର୍ବରୁ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କ ପାଞ୍ଚ ଝିଅ ଙ୍କ ସହିତ ବନ୍ଧୁ ବାନ୍ଧବ ସମସ୍ତେ ଆସି ତାଙ୍କ ଘରେ ତାଙ୍କୁ ଦେଖି ଥିଲେ।

ମଙ୍ଗଳ ବାର ସକାଳ ୫ ଟା ୪୫ ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ସ୍ଥାନୀୟ ଗାଡିଆ ଜୋର ନଈ କୁଳ ରେ ତାଙ୍କ ଶେଷ କୃତ୍ୟ ସଂପନ୍ନ କରାଗଲା। ଏହି ସମୟରେ ତାଙ୍କ ଚାରି ପୁଅ ଭୀମ ଗଉଡ, ପ୍ରଶନ୍ନ ଗଉଡ଼ ତ୍ରିଲୋଚନ ଗଉଡ,ଓ ସଞ୍ଜୟ ଗଉଡ ଉପସ୍ଥିତ ଥିଲେ। ତାଙ୍କ ପୁଅ ତ୍ରିଲୋଚନ ଗଉଡ ମୂଖାଗ୍ନୀ ଦେଇ ଥିବା ବେଳେ ସାନ ପୁଅ ସଞ୍ଜୟ ଗଉଡ ଗୋଡ଼ ପଟେ ଅଗ୍ନି ସଂଯୋଗ କରି ମାଁ ଙ୍କୁ ଛଳ ଛଳ ଆଖିରେ ଶେଷ ବିଦାୟ ଦେଇଥିଲେ। ତାଙ୍କ ନାତି ସନ୍ତୋଷ ଗଉଡ, ଚକ୍ର ଗଉଡ, ମାଜିସ୍ ଗଉଡ, ବିକାଶ ଗଉଡ ଙ୍କ ସହିତ ତାଙ୍କ ଅଣ ନାତି ମାନେ ମଧ୍ୟ ସମସ୍ତେ ଉପସ୍ଥିତ ଥିଲେ। 

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

ମଣ୍ଟଫୋର୍ଟ ସ୍କୁଲ୍,ଢେଙ୍କାନାଳରେ ବାର୍ଷିକ ବିଜ୍ଞାନ,ଗଣିତ, ପରିବେଶ ଓ କଳା ପ୍ରଦର୍ଶନୀ -୨୦୨୫ ଉଦ୍ ଯାପିତ 

Sunil Chandra Nayak

ପ୍ରଗତି ଉତ୍କଳ ସଂଘରେ ନବବର୍ଷ ଉପଲକ୍ଷେ ‘ମୋ ପ୍ରିୟ କବି ଓ କବିତା’ ପାଠ ଅନୁଷ୍ଠିତ

masiha

ସିଲେଇ ତାଲିମ ପ୍ରମାଣ ପତ୍ର ପ୍ରଦାନ କାର୍ଯକ୍ରମ   

Sunil Chandra Nayak

Leave a Comment

error: Content is protected !!