ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଜିଲ୍ଲାସ୍ତରୀୟ କୃଷକ ଦିବସ ପାଳିତ  

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଜିଲ୍ଲାସ୍ତରୀୟ କୃଷକ ଦିବସ ପାଳିତ  

 ଢେଙ୍କାନାଳ, (ମନିସ )30/4/25 // ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆଜି ମହିଷାପାଟ ସ୍ଥିତ ଆଞ୍ଚଳିକ ତାଲିମ ଓ ସଂପ୍ରସାରଣ ପ୍ରତିଷ୍ଠାନର ଫାର୍ମ ମଧ୍ୟରେ ଚାଷକାର୍ଯ୍ୟର ଶୁଭାରମ ସ୍ୱରୂପ ଅକ୍ଷିମୁଠି କାର୍ଯ୍ୟ ଆରମ୍ଭ ହୋଇଛି । ଉତ୍ସବରେ ମୁଖ୍ୟ ଅତିଥି ଭାବେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପାତ୍ର ଯୋଗ ଦେଇ ପାରମ୍ପରିକ ହଳ କରି ଓ ଟ୍ରାକ୍ଟର ଚଳାଇ ଅକ୍ଷିମୁଠିର ଶୁଭାରମ୍ଭ କରିଥିଲେ । ଏହି ଉପଲକ୍ଷେ ଆୟୋଜିତ ସମାବେଶରେ ମାନ୍ୟବର ମନ୍ତ୍ରୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ, କୃଷି ହେଉଛି ଓଡ଼ିଶାର ମେରୁଦଣ୍ଡ ବୋଲି କହିଥିଲେ । ଏହା ଆମର ସଂସ୍କୃତି ଓ ପ୍ରକୃତିର ଅବିଚ୍ଛେଦ୍ୟ ଅଙ୍ଗ । କୃଷି ପ୍ରତି ସରକାର ସର୍ବାଧିକ ପ୍ରାଥମିକତା ଦେଉଛନ୍ତି । କୃଷି ଓ କୃଷିଭିତ୍ତିକ ଶିଳ୍ପ ପ୍ରତିଷ୍ଠାରେ ବୈପ୍ଳବିକ ପରିବର୍ତ୍ତନ ଯୋଗୁଁ ବର୍ତ୍ତମାନ ଏହା ଏକ ଲାଭଜନକ ବୃତ୍ତି ହୋଇ ପାରୁଛି | ସମସ୍ତେ ନିଜ ନିଜ ଘରେ ଗାଈ ରଖିବା ସହିତ ଓରଗାନିକ ପନିପରିବା ଚାଷ କରିବା ନିମନ୍ତେ ନିବେଦନ କରିଛନ୍ତି । କୃଷି ହେଉଛି ଆମ ଜୀବନ ଓ ବିକାଶର ମାନଦଣ୍ଡ | କୃଷିଭିତ୍ତିକ କାର୍ଯ୍ୟ ଓ କୃଷକମାନଙ୍କ ଉନ୍ନତି ସହିତ ରାଜ୍ୟର ବିକାଶ ନିମନ୍ତେ ଶିଳ୍ପାୟନକୁ ମଧ୍ୟ ସମାନ ଭାବେ ପ୍ରଧାନ୍ୟ ଦିଆଯାଉଛି ବୋଲି ପ୍ରକାଶ କରିଥିଲେ । ଉତ୍ସବରେ ଜିଲ୍ଲା ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ପୂହାଣ, ପୌର ଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର, ମାନ୍ୟବର ସାଂସଦଙ୍କ ପ୍ରତିନିଧି ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠି, କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଶ୍ରୀ ବିମଳେନ୍ଦୁ ମହାନ୍ତି, ଉଦ୍ୟାନ ବିଭାଗର ଉପ ନିର୍ଦ୍ଦେଶିକା ଶ୍ରୀମତୀ ଗୀତାଶ୍ରୀ ପାଢୀ ଯୋଗ ଦେଇ ପବିତ୍ର ଅକ୍ଷୟ ତୃତୀୟା ପାଳନର ତାତ୍ପର୍ଯ୍ୟ ସଂପର୍କରେ ଆଲୋକପାତ କରି ଏହି ତିଥିରେ ସମସ୍ତ ମାଙ୍ଗଳିକ କାର୍ଯ୍ୟର ଶୁଭାରମ୍ଭ କରାଯାଇ ପାରେ ବୋଲି ମତବ୍ୟକ୍ତ କରିଥିଲେ । ଶେଷରେ ଜିଲ୍ଲା ମୂଖ୍ୟ କୃଷି ଅଧିକାରୀ ଶ୍ରୀ ଶିବ ନାରାୟଣ ସିଂ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ନବରଙ୍ଗପୁର ଠାରେ ଓଡ଼ିଆ ପକ୍ଷ ପାଳନ ଅବସରରେ” ସ୍ବଛତା ଅଭିଯାନ” 

Sunil Chandra Nayak

ଉତ୍କଳ ଦିବସରେ ଔପନ୍ୟାସିକା ପ୍ରଜ୍ଞାଙ୍କୁ ସମ୍ମାନିତ

Sunil Chandra Nayak

ବିନା ଲାଇନମ୍ୟାନରେ ପାଳନ ହେଲା ଲାଇନମ୍ୟାନ ଦିବସ ଟାଟା ପାୱାରର ଶୋଷଣର ଶିକାର ହେଉଛନ୍ତି ଲାଇନମ୍ୟାନ

masiha

Leave a Comment

error: Content is protected !!