ମାଆର ସନ୍ତାନ ପ୍ରତି ଥିବା କର୍ତ୍ତବ୍ୟର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ସୁରମା ରଣା:ଏକାଦଶାହ ଉପଲକ୍ଷେ ଆୟୋଜିତ ସଭାରେ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି
ଜଳେଶ୍ଵର -୨୧/୧୦(ମନିସ)-ମାଆର ସନ୍ତାନ ପ୍ରତି ଥିବା କର୍ତ୍ତବ୍ୟର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ସୁରମା ରଣା। ଗତକାଲି ସନ୍ଧ୍ୟାରେ ଜଳେଶ୍ୱର ବ୍ଲକ ଅନ୍ତର୍ଗତ ପାଇକସିଦା ଗ୍ରାମର ସ୍ବର୍ଗତ ହରିଶ ଚନ୍ଦ୍ର ରଣାଙ୍କ ଧର୍ମପତ୍ନୀ ସୁରମା ରଣା (୮୬)ଙ୍କ ଏକାଦଶାହ ଉପଲକ୍ଷେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ବକ୍ତାମାନେ ଉପରୋକ୍ତ ମତ ପ୍ରଦାନ କରିଛନ୍ତି। ବାଲେଶ୍ୱର ଜିଲ୍ଲା ଖାଉଟି ଅଦାଲତର ପୂର୍ବତନ ସଭାପତି ସୁକୁମାର ରଣାଙ୍କ ପୌରହିତ୍ୟରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ ଅଧ୍ୟକ୍ଷ ବିପିନ ବିହାରୀ ବିଶ୍ୱାଳ ଓ ଡ.କ୍ଷିତୀଶ୍ୱର ଦାଶ,ପୂର୍ବତନ ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ଡ. କାଳୀପଦ ପଣ୍ଡା, ବାଲେଶ୍ୱର ସଦର ଗୋଷ୍ଠୀ ଶିକ୍ଷଧିକାରୀ ସୁଧାଂଶୁ ଶେଖର ଜେନା, ପୂର୍ବତନ ଟେଲିକମ ଅଧିକାରୀ କାହ୍ନୁ ଚରଣ ମହାନ୍ତି,ଅବସରପ୍ରାପ୍ତ ଶିକ୍ଷକ ସୁଦର୍ଶନ ଦାସ,ପୂର୍ବତନ ସରପଞ୍ଚ ରାମନାଥ ଗିରି ପ୍ରମୁଖ ବିଶିଷ୍ଟ ଅତିଥି ରୂପେ ଯୋଗଦେଇ ସ୍ୱର୍ଗତା ରଣାଙ୍କ ତ୍ୟାଗ ଓ ବଳିଦାନ ଯୋଗୁଁ ଆଜି ତାଙ୍କର ୩ ଜଣ ପୁତ୍ର ସମାଜରେ ଉଚ୍ଚ ପଦ ପଦବୀରେ ପ୍ରତିଷ୍ଠା ଲାଭ କରିଛନ୍ତି ବୋଲି ମତବ୍ୟକ୍ତ କରିଥିଲେ।ସେ ଜଣେ ଧର୍ମପରାୟଣ ମହିଳା ହିସାବରେ ନିଜ ଅଞ୍ଚଳରେ ସମସ୍ତଙ୍କ ବେଶ ପ୍ରିୟପାତ୍ର ଥିଲେ ବୋଲି ସେମାନେ କହିଥିଲେ।ପ୍ରାରମ୍ଭରେ ମଧ୍ୟମ ପୁତ୍ର ତଥା ବାରିପଦା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ଡ.ସୁବ୍ରତ କୁମାର ରଣା ଅତିଥି ପରିଚୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସାମ୍ବାଦିକ ଆରତୀ ଦାସ, ଶିକ୍ଷାବିତ୍ ଡ.ଅଜିତ୍ କୁମାର ମହାନ୍ତି, ଜଗନ୍ନାଥ ଡିଗ୍ରୀ କଲେଜର ଅଧ୍ୟକ୍ଷ ସରୋଜ କୁମାର ମହାନ୍ତି, ଇଂଜିନିୟର ଡ. ହୃଷୀକେଶ ସାହୁ,ସମାଜସେବୀ ବିଜୟ ଉପାଧ୍ୟାୟ ଓ ମଧୁସୂଦନ ସେନାପତି, ସୁଶାନ୍ତ କୁମାର ବେହେରା,ବସନ୍ତ କୁମାର ମାହାନ୍ନା,ରବୀନ୍ଦ୍ର ନାଥ ବେହେରା,ସାନ ଭାଇ ଅରୁଣ କୁମାର କାମିଲା,ଜ୍ୟେଷ୍ଠ ପୁତ୍ର ସନ୍ତୋଷ କୁମାର ରଣା ପ୍ରମୁଖ ଅତିଥି ରୂପେ ଯୋଗଦେଇ ଦିବଂଗତ ଆତ୍ମା ଉଦ୍ଦେଶ୍ୟରେ ସ୍ମୃତିଚାରଣ କରିବା ସହିତ ତାଙ୍କର ପ୍ରତିମୂର୍ତ୍ତି ପ୍ରତିଷ୍ଠା କରିବା ପାଇଁ ପ୍ରସ୍ତାବ ରଖିଥିଲେ।ଶେଷରେ କନିଷ୍ଠ ପୁତ୍ର ତଥା ପାରଳାଖେମୁଣ୍ଡି ଜିଲ୍ଲା ଦୌରାଜଜଙ୍କ ଅଦାଲତର ରେଜିଷ୍ଟର ସତ୍ୟବ୍ରତ ରଣା ଧନ୍ୟବାଦ ଅର୍ପଣ କରିଥିଲେ।
ସୁକୁମାର ରଣା ଙ୍କ ରିପୋର୍ଟ୍

