ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଭିଯୋଗ କୁ ପ୍ରତ୍ୟାଖାନ କଲା ସେକ୍ଟର ୨ ଦୁର୍ଗା ପୂଜା କମିଟି 

ଅଭିଯୋଗ କୁ ପ୍ରତ୍ୟାଖାନ କଲା ସେକ୍ଟର ୨ ଦୁର୍ଗା ପୂଜା କମିଟି 

ରାଉରକେଲା: ବିଭିନ୍ନ ଗଣମାଧ୍ୟମରେ ସେକ୍ଟର ୨ ଦୁର୍ଗାପୂଜା କମିଟିର ସାଧାରଣ ସମ୍ପାଦକ ବିରେନ୍ଦ୍ର ନାରାୟଣ ସ୍ବାଇଁ ଙ୍କ ବିରୁଦ୍ଧରେ ଆସିଥିବା ଆର୍ଥିକ ହେରଫେର ଖବର ପ୍ରକାଶ ପାଇବା ପରେ, ଏନେଇ ପୂଜା କମିଟି ତରଫରୁ ସେକ୍ଟର ୨ସ୍ଥିତ କମ୍ୟୁନିଟି ସେଣ୍ଟର୍ ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ତଥ୍ୟ ଉପସ୍ଥାପନା କରାଯାଇଥିଲା। ସୂଚନାଯୋଗ୍ୟଯେ କମିଟିର ସାଧାରଣ ସଂପାଦକ ଶ୍ରୀ ସ୍ବାଇଁ ପାଖାପାଖି ଅଢ଼େଇ ଲକ୍ଷ ଟଙ୍କା ହେରଫେର କରିଛନ୍ତି ବୋଲି ପ୍ରାକ୍ତନ କମିଟି ସଭାପତି ଚିତ୍ତରଞ୍ଜନ ଜେନା ସେକ୍ଟର ୩ ଥାନାରେ ଅଭିଯୋଗ କରିଥିଲେ। ତେବେ ଏହାକୁ ପ୍ରତ୍ୟାଖାନ କରାଯାଇ ସାମ୍ବାଦିକ ସମ୍ମିଳନୀରେ ବିଗତ ୪ବର୍ଷର ହିସାବ ରଖାଯାଇଥିଲା। ଅନ୍ୟ ପକ୍ଷେ ଆସନ୍ତା ୨୫ ତାରିଖରେ କମିଟିର ଚଳିତ ବର୍ଷର ନୂତନ କମିଟି ଗଠନ ସହ ଆୟ ବ୍ୟୟ ର ହିସାବ ରଖାଯାଇଥାନ୍ତା। ମାତ୍ର ଏହା ପୂର୍ବରୁ ନଇ ନଦେଖୁଣୁ ଲଙ୍ଗଳା ନୀତିରେ ଶ୍ରୀ ଜେନା ଏକ ହଟଚମଟ ସୃଷ୍ଟି କରିବା ପାଇଁ ଏହିଭଳି ଭିତ୍ତିହୀନ ଅଭିଯୋଗ କରିଛନ୍ତି ବୋଲି କୁହାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ କମିଟିର ଉପଦେଷ୍ଟା ଗୋପିନାଥ ପଟ୍ଟନାୟକ,ରଶ୍ମିତ୍ ସାହାଣୀ, ପ୍ରାକ୍ତନ ସଭାପତି ସନାତନ ସୁନାନୀ ,ସାଧାରଣ ସମ୍ପାଦକ ବିରେନ୍ଦ୍ର ନାରାୟଣ ସ୍ବାଇଁ, କୋଷାଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ବର୍ଷର ଆୟବ୍ୟୟ ସହ ଏସମ୍ପର୍କରେ ମତ ରଖିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

୭୭ ତମ ସାଧାରଣତନ୍ତ୍ର ଦିବସ ଅବସରରେ ଶିଶୁମାନଙ୍କ ଦ୍ୱାରା କ୍ରାନ୍ତି ତରଫରୁ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ‘ ମେରୀ ଜାନ୍ ହିନ୍ଦୁସ୍ତାନ-୨୦୨୬’ ଉଦଯାପିତ

Sunil Chandra Nayak

ବିଭାଗ ଚୁପ୍, ଚାଷୀ କଲେ ଘାଇ ମରାମତି

masiha

ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!