ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଆଁ ରେ ପୋଡି ହୋଇ ଗର୍ଭବତୀ ମହିଳା ଗୁରୁତର 

ପାପଡାହାଣ୍ଡି 23/12, ମନିସ —- ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ପଣ୍ଡିକୋଟ ପଂଚାୟତ ପ୍ରଧାନୀଗୁଡା ଗ୍ରାମର ଜଣେ ଗର୍ଭବତୀ ମହିଳା ଶୁକ୍ରବାର ନିଆଁରେ ପୋଡି ହୋଇ ଗୁରୁତର ହୋଇଛନ୍ତି | ତାଙ୍କୁ ପ୍ରଥମେ ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଜିଲ୍ଲା ମୂଖ୍ୟଚିକିତ୍ସାଳୟରେ ଭର୍ତି କରାଯାଇଛି | ସୂଚନା ମୁତାବକ ପ୍ରଧାନୀଗୁଡା ଗ୍ରାମର ମୋନଜ ବିଷୋୟୀ ଙ୍କ ସ୍ତ୍ରୀ ମମତା ବିଷୋୟୀ, (21) ପ୍ରବଳ ଶୀତ ଯୋଗୁଁ ସକାଳୁ ତାଙ୍କ ଘର ବାରଣ୍ଡା ରେ ନିଆଁ ସେକୁ ଥିଲେ | ଅସାବଧନତା ଯୋଗୁଁ ତାଙ୍କ ଶାଢ଼ୀରେ ନିଆଁ ଲାଗି ମମତା ଙ୍କ ଗୋଡ଼ ପୋଡି ହୋଇଯାଇଥିଲା | ସେ ସମୟରେ ଗଣେଶ ବିଷୋୟୀ ଓ ଲବ ବିଷୋୟୀ ତାଙ୍କୁ ଉଦ୍ଧାର କରି ତାଙ୍କୁ ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରି ଥିଲେ | ପରେ ଅବସ୍ଥା ଗୁରୁତର ହେବାରୁ ଜିଲ୍ଲା ମୂଖ୍ୟଚିକତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା | ସେଠାରୁ ବର୍ତମାନ ମମତାଙ୍କୁ ବିଶାଖାପାଟଣା ଯିବା ଲାଗି ଡାକ୍ତର କହିଛନ୍ତି | ଖବର ପାଇ ପାପଡାହାଣ୍ଡି ତହସିଲଦାର ଯୋଗେଶ୍ୱର ଭୋଇ ରାଜସ୍ୱ ନିରୀକ୍ଷକଙ୍କୁ ତଦନ୍ତ ପାଇଁ ପଠାଇବା ସହ ମମତା ଲାଗି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ସମାଜସେବୀ ଙ୍କ ଶ୍ରଦ୍ଧାଞ୍ଜଳି ସଭା 

masiha

ଅଟୋ ଛଡେଇ ନେଲା ଶଙ୍ଖା ସିନ୍ଦୁର

Sunil Chandra Nayak

ମା ମାଣିକେଶ୍ବରୀ ମନ୍ଦିର ଉନ୍ମୋତିକରଣ ପାଇଁ ବୋଲ ବୋମ ମାନଙ୍କ ସରକାରଙ୍କୁ ନିବେଦନ

Leave a Comment

error: Content is protected !!