ପାପଡାହାଣ୍ଡି 23/12, ମନିସ —- ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ପଣ୍ଡିକୋଟ ପଂଚାୟତ ପ୍ରଧାନୀଗୁଡା ଗ୍ରାମର ଜଣେ ଗର୍ଭବତୀ ମହିଳା ଶୁକ୍ରବାର ନିଆଁରେ ପୋଡି ହୋଇ ଗୁରୁତର ହୋଇଛନ୍ତି | ତାଙ୍କୁ ପ୍ରଥମେ ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଜିଲ୍ଲା ମୂଖ୍ୟଚିକିତ୍ସାଳୟରେ ଭର୍ତି କରାଯାଇଛି | ସୂଚନା ମୁତାବକ ପ୍ରଧାନୀଗୁଡା ଗ୍ରାମର ମୋନଜ ବିଷୋୟୀ ଙ୍କ ସ୍ତ୍ରୀ ମମତା ବିଷୋୟୀ, (21) ପ୍ରବଳ ଶୀତ ଯୋଗୁଁ ସକାଳୁ ତାଙ୍କ ଘର ବାରଣ୍ଡା ରେ ନିଆଁ ସେକୁ ଥିଲେ | ଅସାବଧନତା ଯୋଗୁଁ ତାଙ୍କ ଶାଢ଼ୀରେ ନିଆଁ ଲାଗି ମମତା ଙ୍କ ଗୋଡ଼ ପୋଡି ହୋଇଯାଇଥିଲା | ସେ ସମୟରେ ଗଣେଶ ବିଷୋୟୀ ଓ ଲବ ବିଷୋୟୀ ତାଙ୍କୁ ଉଦ୍ଧାର କରି ତାଙ୍କୁ ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରି ଥିଲେ | ପରେ ଅବସ୍ଥା ଗୁରୁତର ହେବାରୁ ଜିଲ୍ଲା ମୂଖ୍ୟଚିକତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା | ସେଠାରୁ ବର୍ତମାନ ମମତାଙ୍କୁ ବିଶାଖାପାଟଣା ଯିବା ଲାଗି ଡାକ୍ତର କହିଛନ୍ତି | ଖବର ପାଇ ପାପଡାହାଣ୍ଡି ତହସିଲଦାର ଯୋଗେଶ୍ୱର ଭୋଇ ରାଜସ୍ୱ ନିରୀକ୍ଷକଙ୍କୁ ତଦନ୍ତ ପାଇଁ ପଠାଇବା ସହ ମମତା ଲାଗି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି |
previous post
next post