ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟେରାକୋଟା କ୍ରାଫ୍ଟସ ତାଲିମ କାର୍ଯ୍ୟକ୍ରମ

ତେନ୍ତୁଳିଖୁଣ୍ଟି -୨୩/୧୨/୨୨- ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡା କୁମ୍ଭାର ଶାଳ ରେ ଟେରାକୋଟା କ୍ରାଫ୍ଟସ ତାଲିମ କାର୍ଯ୍ୟକ୍ରମ ଓ ଡିଜାଇନ ବିକାଶ କାର୍ଯ୍ୟକ୍ରମ ଲୁଲୁଙ୍ଗ ଶିଙ୍ଗ ଧୁରିଆ , ସହକାରୀ ନିର୍ଦେଶକ ହସ୍ତଶିଳ୍ପ ,ନବରଙ୍ଗପୁର ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆରମ୍ଭ ହୋଇଛି। ଏଥିରୁ ପ୍ରଥମଟି ଦୁଇ ମାସ ଦ୍ଵିତୀୟ ଟି ଏକ ମାସ ତାଲିମ ଦିଆଯିବ। କୁମ୍ଭକାର ମହିଳା ଓ ପୁରୁଷ ହିଁ ତାଲିମ ନେବେ। କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନ ଭୁବନେଶ୍ୱରଦ୍ୱାରା ଡିଜାଇନ ଓ ବିକାଶ ତାଲିମ କାର୍ଯ୍ୟକ୍ରମ କରାଯାଉଥିବା ବେଳେ ଟେରାକୋଟା ତାଲିମ ସି ଏଚ ଡି ଡି ଏସ (,ହସ୍ତଶିଳ୍ପ) ଦ୍ୱାରା ଆୟୋଜିତ ହେଉଛି। ସଚିନ କୁମାର ପଟେଲ,ଗୌରବ କୁମାର ଶୋରେନ,ଶ୍ରୀଧର ଦାସ ,ଅମିତ ପୁରୋହିତ ଓ ହରିଶ୍ଚନ୍ଦ୍ର କୁମ୍ଭାର ପ୍ରମୁଖ ଙ୍କ ପ୍ରତ୍ୟକ୍ଷ ପରିଚାଳନା ରେ ଦୁଇଟି ଯାକ ତାଲିମ କାର୍ଯ୍ୟକ୍ରମ ସି ଜାରୀ ରହିଛି। ତାଲିମ ପରେ ପ୍ରମାଣ ପତ୍ର ପ୍ରଦାନ କରାଯିବା ବ୍ୟବସ୍ଥା ରହିଛି। ସେମାନଙ୍କ ସମଗ୍ରୀ କୁ ଉପଯୁକ୍ତ ବଜାର ମଧ୍ୟ ପ୍ରଦାନ କରାଯିବ ବୋଲି କହିଛନ୍ତି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

୩ଦଫା ଦାବୀ ନେଇୱାର୍ଡ କୋଡ଼ିନେଟର ଙ୍କ ଏନଏସି ଇ ଓ ଙ୍କୁ ଦାବିପତ୍ର ପ୍ରଦାନ

masiha

“ମୋହନ ସରକାରକୁ ଡ଼ିଡ଼ିସିଏ କଲା ବଦନାମ”ଟ୍ରେ ନମ୍ବର ଚୋରୀରେ ରାଜସ୍ୱହ୍ରାସକୁ ନୂତନ ନିର୍ଦ୍ଧେଶକ ଙ୍କୁ ବଡ ଚାଲେଞ୍ଜ

masiha

ଟାଟା ପାୱାର ପଶ୍ଚିମ ଓଡ଼ିଶା ଲିମିଟେଡ୍‌ କର୍ମଚାରୀଙ୍କ ଦାଦାଗିରି: ଥାନାରେ ଏତଲା ଦେଲେ ସାମ୍ବାଦିକ 

masiha

Leave a Comment

error: Content is protected !!