ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟେରାକୋଟା କ୍ରାଫ୍ଟସ ତାଲିମ କାର୍ଯ୍ୟକ୍ରମ

ତେନ୍ତୁଳିଖୁଣ୍ଟି -୨୩/୧୨/୨୨- ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡା କୁମ୍ଭାର ଶାଳ ରେ ଟେରାକୋଟା କ୍ରାଫ୍ଟସ ତାଲିମ କାର୍ଯ୍ୟକ୍ରମ ଓ ଡିଜାଇନ ବିକାଶ କାର୍ଯ୍ୟକ୍ରମ ଲୁଲୁଙ୍ଗ ଶିଙ୍ଗ ଧୁରିଆ , ସହକାରୀ ନିର୍ଦେଶକ ହସ୍ତଶିଳ୍ପ ,ନବରଙ୍ଗପୁର ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆରମ୍ଭ ହୋଇଛି। ଏଥିରୁ ପ୍ରଥମଟି ଦୁଇ ମାସ ଦ୍ଵିତୀୟ ଟି ଏକ ମାସ ତାଲିମ ଦିଆଯିବ। କୁମ୍ଭକାର ମହିଳା ଓ ପୁରୁଷ ହିଁ ତାଲିମ ନେବେ। କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନ ଭୁବନେଶ୍ୱରଦ୍ୱାରା ଡିଜାଇନ ଓ ବିକାଶ ତାଲିମ କାର୍ଯ୍ୟକ୍ରମ କରାଯାଉଥିବା ବେଳେ ଟେରାକୋଟା ତାଲିମ ସି ଏଚ ଡି ଡି ଏସ (,ହସ୍ତଶିଳ୍ପ) ଦ୍ୱାରା ଆୟୋଜିତ ହେଉଛି। ସଚିନ କୁମାର ପଟେଲ,ଗୌରବ କୁମାର ଶୋରେନ,ଶ୍ରୀଧର ଦାସ ,ଅମିତ ପୁରୋହିତ ଓ ହରିଶ୍ଚନ୍ଦ୍ର କୁମ୍ଭାର ପ୍ରମୁଖ ଙ୍କ ପ୍ରତ୍ୟକ୍ଷ ପରିଚାଳନା ରେ ଦୁଇଟି ଯାକ ତାଲିମ କାର୍ଯ୍ୟକ୍ରମ ସି ଜାରୀ ରହିଛି। ତାଲିମ ପରେ ପ୍ରମାଣ ପତ୍ର ପ୍ରଦାନ କରାଯିବା ବ୍ୟବସ୍ଥା ରହିଛି। ସେମାନଙ୍କ ସମଗ୍ରୀ କୁ ଉପଯୁକ୍ତ ବଜାର ମଧ୍ୟ ପ୍ରଦାନ କରାଯିବ ବୋଲି କହିଛନ୍ତି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ବାସନ୍ତୀ ସ୍ବାଇଁଙ୍କ କବିତା ସଙ୍କଳନ ଗୀତିଧାରା ଲୋକାର୍ପିତ

Sunil Chandra Nayak

ଓଡିଶା ସୂଚନା ଅଧିକାର ଅଭିଜlନ ପକ୍ଷରୁ ଜିଲ୍ଲା ସ୍ତରୀୟ ସମ୍ମିଳନୀ ଓ ଦିନିକିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

masiha

ମହୁମାଛି ଆକ୍ରମଣରେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ

Leave a Comment

error: Content is protected !!