ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏନ୍‌ ଏସ୍‌ ଏସ୍‌ ଛାତ୍ରଛାତ୍ରୀଙ୍କ ପାଇଁ ଆଭିମୁଖ୍ୟ କାର୍ଯ୍ୟକ୍ରମ

ଏନ୍‌ ଏସ୍‌ ଏସ୍‌ ଛାତ୍ରଛାତ୍ରୀଙ୍କ ପାଇଁ ଆଭିମୁଖ୍ୟ କାର୍ଯ୍ୟକ୍ରମ

ଭବାନୀପାଟଣା, ୦୪/୧୨/୨୦୨୪ : ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଆଭିମୁଖ୍ୟ କାର୍ଯ୍ୟକ୍ରମ ସଫଳତାର ସହିତ ସମ୍ପନ୍ନ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଛାତ୍ରଛାତ୍ରୀଙ୍କୁ ସେବା, ନେତୃତ୍ୱ ଓ ସାମାଜିକ ଦାୟିତ୍ୱବୋଧ, ଶୃଙ୍ଖଳା ପ୍ରତି ପ୍ରେରିତ ହେବା ନିମନ୍ତେ ଆୟୋଜନ କରାଯାଇଅଛି । ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ ଏବଂ ଅଧ୍ୟକ୍ଷତା କରିବା ସହିତ ଭାରପ୍ରାପ୍ତ କୁଳପତି ଡ଼. ନିବେଦିତା ନାଥ, ତାଙ୍କ ଅଭିଭାଷଣରେ ଏନ୍ ଏସ୍ ଏସ୍ ର ମୂଲ୍ୟବୋଧ ଓ ଏହାର ସାମାଜିକ ପ୍ରଭାବ ବିଷୟରେ ଆଲୋଚନା କରିଥିଲେ। ମୁଖ୍ୟବକ୍ତା ରୂପେ ଡ଼. କୈଳାଶ ଚନ୍ଦ୍ର ଦାସ ଛାତ୍ରଛାତ୍ରୀଙ୍କୁ ସେବାକୁ ଜୀବନର ଏକ ମୁଖ୍ୟ ଶ୍ରେଷ୍ଠତା ଭାବରେ ଗ୍ରହଣ କରିବା ପାଇଁ ପ୍ରେରଣା ଦେଇଥିଲେ। ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ଏନ୍ ଏସ୍ ଏସ୍ କାର୍ଯ୍ୟକ୍ରମ ସଂଯୋଜକ ଡ଼. ଚିତ୍ତରଞ୍ଜନ ଖୁଣ୍ଟିଆ ନିଜ ଅଭିମତରେ ନୂତନ ଶିକ୍ଷା ନୀତି-2020 ରେ ଏନ୍‌ ଏସ୍‌ ଏସ୍‌ ର ଗୁରୁତ୍ୱ ଏବଂ ଛାତ୍ରଛାତ୍ରୀଙ୍କ ନେତୃତ୍ୱ ବିକାଶ ଉପରେ ମତ ରଖିଥିଲେ। ଶ୍ରୀ ଜୟନ୍ତ କୁମାର ଦନସନା, ଏନ୍ ଏସ୍ ଏସ୍ କାର୍ଯ୍ୟକ୍ରମ ଅଧିକାରୀ (ପୁରୁଷ ବିଭାଗ – ୧), ଅତିଥିମାନଙ୍କ ପରିଚୟ ଏବଂ ଏନ୍ ଏସ୍ ଏସ୍ ର ଉଦ୍ଦେଶ୍ୟ ଉପସ୍ଥାପନା କରିଥିଲେ। ଏନ୍ ଏସ୍ ଏସ୍ କାର୍ଯ୍ୟକ୍ରମ ଅଧିକାରୀ ଡ଼. ପ୍ରିୟରଞ୍ଜନ ବେହେରା, (ପୁରୁଷ ବିଭାଗ – ୨) କାର୍ଯ୍ୟକ୍ରମକୁ ସଞ୍ଚାଳନା କରିଥିଲେ । ସଭାର ଶେଷରେ ମିସ୍‌ ରୋଜ୍ ମେରି ଏକ୍କା, ଏନ୍ ଏସ୍ ଏସ୍ କାର୍ଯ୍ୟକ୍ରମ ଅଧିକାରୀ (ମହିଳା ବିଭାଗ – ୩), ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ସ୍ୱେଚ୍ଛସେବୀଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟସ୍ତରୀୟ ଏନ୍‌ ଏସ୍ ଏସ୍ ପୁରସ୍କାର ପାଇଁ ମନୋନୀତ ସ୍ୱେଚ୍ଛାସେବୀ ଶ୍ରୀ ଦୀପକ ରଞ୍ଜନ ବେହେରା ଙ୍କୁ କୁଳପତି ଡ. ନିବେଦିତା ନାଥ ସମ୍ବର୍ଦ୍ଧନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସାଶ୍ୱତ ଦାନୀ, ଜୁବେଦା, ଅଭିଷେକ, ଲୋପମୁଦ୍ରା, ଗଙ୍ଗୋତ୍ରୀ, ସ୍ମୃତିଲତା ଏବଂ ଲୋହିତ ପ୍ରମୁଖ ସ୍ୱେଚ୍ଛାସେବୀ ମାନେ ସେମାନଙ୍କ ବୃକ୍ଷରୋପଣ ଶିବିର, ରାଷ୍ଟ୍ରୀୟ ଏକତା ଶିବିର, ଦୁଃସାହାସିକ ଶିବିର, ଶୀତକାଳିନ ଶିବିର, ରକ୍ତଦାନ ଶିବିର ଏବଂ ଫାର୍ଷ୍ଟ-ଏଡ୍ କ୍ୟାମ୍ପ୍ ଭଳି କାର୍ଯ୍ୟକ୍ରମର ଅଭିଜ୍ଞତା ପ୍ରଦାନ କରିଥିଲେ। 

( ମ ନି ସ ) 

Related posts

ବାଲ୍ୟ ବିବାହ ମୁକ୍ତ ଗ୍ରାମ ପଞ୍ଚାୟତ ଉପରେ ତାଲିମ

Sunil Chandra Nayak

କାମାକ୍ଷାନଗର ମେଡିକାଲରେ ସମୀକ୍ଷା କଲେ ମନ୍ତ୍ରୀ 

Sunil Chandra Nayak

ଜଳେଶ୍ଵର ଷ୍ଟେସନରେ ରେଳ ମନ୍ତ୍ରୀଙ୍କ ଦ୍ବାରା ସାଢ଼େ ୪ ବର୍ଷ ପୂର୍ବେ ଦିଆ ଯାଇଥିବା ଭିତ୍ତି ପ୍ରସ୍ତର କାର୍ଯ୍ୟ ଗଲା କୁଆଡେ ?

Sunil Chandra Nayak

Leave a Comment

error: Content is protected !!