ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦକ୍ଷିଣ ଓଡିଶା ‘ଓଡିଶା ବିକାଶ ପରିଷଦ ଗଠନ’ ଯୁଗାନ୍ତକାରୀ ନିଷ୍ପତ୍ତି – ନବରଙ୍ଗପୁର ବିଧାୟକ

ଦକ୍ଷିଣ ଓଡିଶା ‘ଓଡିଶା ବିକାଶ ପରିଷଦ ଗଠନ’ ଯୁଗାନ୍ତକାରୀ ନିଷ୍ପତ୍ତି – ନବରଙ୍ଗପୁର ବିଧାୟକ 

ନବରଙ୍ଗପୁର:(୩।୧୨।୨୦୨୪) ରାଜ୍ୟ ବିଜେପି ସରକାର ଦକ୍ଷିଣ ଓଡିଶା ବିକାଶ ପରିଷଦ ଗଠନ ନିଷ୍ପତ୍ତିକୁ ସ୍ଵାଗତ କରିବା ସହ ଏହାଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ କହିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ନିର୍ଦ୍ଦେଶରେ ଗଠିତ ଟାସ୍କ ଫୋର୍ସ ଆସନ୍ତା ଅଳ୍ପ ଦିନ ମଧ୍ୟରେ ପୂର୍ଣ୍ଣାଙ୍ଗ ଓ ଚୁଡାନ୍ତ ରିପୋର୍ଟ ରାଜ୍ୟ ସରକାର ଙ୍କୁ ପ୍ରଦାନ କରିବ। ଏହିପରିଷଦ ଦ୍ଵାରା ସବୁ କ୍ଷେତ୍ରରେ ଅବହେଳିତ ଓ ପଛୁଆ ରହିଥିବା ଦକ୍ଷିଣ ଓଡିଶାର ସର୍ବାଙ୍ଗୀନ ବିକାଶ ହେବ । ଏହି ଅଞ୍ଚଳର ଶିକ୍ଷା, ସ୍ୱାସ୍ଥ୍ୟ,ଗମନାଗମନ, ଜଳସେଚନ, ପରିବହନ, କୃଷି, ଶିଳ୍ପ, ପର୍ଯ୍ୟଟନ ର ବିଶେଷ ଉନ୍ନତି ହୋଇପାରିବ । ଏହା ସହିତ ଏହି ଦକ୍ଷିଣ ଓଡିଶାର ଭାଷା, ସାହିତ୍ୟ, କଳା, ସଂସ୍କୃତି, ପରମ୍ପରା ର ସୁରକ୍ଷା ପାଇଁ ସ୍ଵତନ୍ତ୍ର ପଦକ୍ଷେପ ନିଆଯାଇପାରିବ । ଏହି ଅଞ୍ଚଳର ଖଣିଜ ସଂପଦର ସଦୁପଯୋଗ ହେବ । ଏହି ପରିଷଦରେ ନବରଙ୍ଗପୁର ଜିଲ୍ଲାର ଦୁଇଜଣ ପ୍ରତିନିଧି ଙ୍କୁ ସାମିଲ କରାଯାଇଛି । ପରିଷଦର ଅଧ୍ୟକ୍ଷ ଭାବରେ ରାଜ୍ୟର କ୍ୟାବିନେଟ ମନ୍ତ୍ରୀ ତଥା ଉମରକୋଟ ର ବିଧାୟକ ନିତ୍ୟାନନ୍ଦ ଗଣ୍ଡ,ଓ ସଦସ୍ୟ ଭାବରେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଙ୍କୁ ନିଯୁକ୍ତି ଦିଆଯିବା ସବୁଠାରୁ ଉଲ୍ଲେଖନୀୟ ବିଷୟ । ଏଥିପାଇଁ ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜଣାଉଛି ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ପାହାଡେଶ୍ୱର ମହାଦେବ ମନ୍ଦିର ରତ୍ନମୁଦ ଉତ୍ସଵ ପାଇଁ ଭକ୍ତିମୟ ପରିବେଶ

masiha

ପ୍ରଥମରୁ ଅଷ୍ଟମ ଛୁଆ ପାଠ ପଢୁଛନ୍ତି ଗୋଟିଏ କୋଠରୀରେ 

Sunil Chandra Nayak

ଵିଜାତଳା ବ୍ଳକ;ଲୁହାଶିଳା ପଂଚାୟତ ର ସରପଞ୍ଚ ଉପନିର୍ବାଚନ ପାଇଁ ପଞ୍ଚାୟତ ବାସୀଙ୍କ ଦାବି 

masiha

Leave a Comment

error: Content is protected !!