ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୟୋନିର କମ୍ପାନୀ କୁ କୋଡୀଙ୍ଗା ମାଳି ର ବକ୍ସାଇଟ ପ୍ରଦାନ କୁ ବିରୋଧ

ପୟୋନିର କମ୍ପାନୀ କୁ କୋଡୀଙ୍ଗା ମାଳି ର ବକ୍ସାଇଟ ପ୍ରଦାନ କୁ ବିରୋଧ

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଳକ ର କୋଡୀଙ୍ଗା ମାଳି ରୁ ଗତ କିଛି ବର୍ଷ ହେଲା ଓଏମସି ଜରିଆରେ ଖଣି ଖନନ କରାଯାଇ ବେଦାନ୍ତ କମ୍ପାନୀ କୁ ପ୍ରଦାନ କରାଯାଉଛି। କୋଡିଙ୍ଗା ମାଳି ରୁ ଖଣି ଖନନ ଦାୟିତ୍ୱ ଆନ୍ଧ୍ର ପ୍ରଦେଶ ର ମୈତ୍ରୀ ନାମକ ଘରୋଇ କମ୍ପାନୀ କୁ ଓଏମସି ୭୫ ପ୍ରତିଶତ ପ୍ରଦାନ କରିଥିବା ବେଳେ ଅବଶିଷ୍ଟ ୨୫ ପ୍ରତିଶତ ବର୍ତ୍ତମାନ ଆନ୍ଧ୍ରପ୍ରଦେଶ ର ପୟୋନିର ନାମକ କମ୍ପାନୀ କୁ ପ୍ରଦାନ କରାଯିବା ସକାଶେ ଚୁକ୍ତି କରାଯାଇଛି।ପ୍ରାୟ ଦେଢ଼ ଲକ୍ଷ ଟନ ବକ୍ସାଇଟ ପୟୋନିର କମ୍ପାନୀ ନେବା ସକାଶେ ସରକାର ଙ୍କ ପାଖରେ ସ୍ପିକୃତି ପାଇଥିବା ଜଣାପଡିଛି । ଗତ କିଛିମାସ ହେଲା ପୟୋନିର ନାମକ କମ୍ପାନୀ ସରକାର ଙ୍କ ପାଖରେ କାଗଜ ପତ୍ର କରିଥିବା ଜଣାପଡିବା ପରେ ଉକ୍ତ ପୟୋନିର କମ୍ପାନୀ କୁ ଖଣି ପ୍ରଦାନ ନକରିବାକୁ ବିଗତ ଦିନରେ ସାଧାରଣ ରେ ଦାବୀ ହୋଇଥିଲା,ଏପରିକି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀ ପତି ଙ୍କ ନେତୃତ୍ୱ ରେ କୋରାପୁଟ ରେ ରାଲି କରାଯାଇ ଜିଲ୍ଲା ପାଳ ଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଥିଲା ।ବୁଧବାର ପୟୋନିର କମ୍ପାନୀ ଦ୍ୱାରା ବକ୍ସାଇଟ ପରିବହନ ଆରମ୍ଭ ହେବାର ସୂଚନା ପାଇବା ପରେ ତାରା ବାହିନୀ ପତି ଙ୍କ ନିର୍ଦେଶ ରେ କୋରାପୁଟ ଜିଲ୍ଲା ଖଣି ସୁରକ୍ଷା ମଞ୍ଚ ଦ୍ଵାରା ଭଗବାନ ବାହିନୀ ପତି ଓ ମନୋଜ ବାହିନୀ ପତି ଙ୍କ ନେତୃତ୍ୱ ରେ ଶତାଧିକ ଲୋକେ ଏକତ୍ରିତ ହୋଇ ଜିରୋ ପଏଣ୍ଟ ଠାରେ ବିରୋଧ କରିବା ସହ ଟ୍ୟାଣ୍ଟ ମାରି ପୟୋନିର କମ୍ପାନୀ ଗୋ ବେକ୍ ନାରାବାଜି କରି ବସି ରହିଥିଲେ , ସରକାର ଯଦି ପୟୋନିର କମ୍ପାନୀକୁ ଖଣି ପ୍ରଦାନ କରନ୍ତି ତାହେଲେ ଆନ୍ଦୋଳନ କରାଯିବ ବୋଲି କଢ଼ା ଚେତାବନୀ ଦେଇଛନ୍ତି ।ଓଡିଶା ର ଖଣି କୁ ଆନ୍ଧ୍ର କମ୍ପାନୀ ବିଶାଖାପାଟଣା ପୋର୍ଟ କୁ ନେଇଁ ବିଦେଶ ରେ ବିକ୍ରି କରି କୋଟି କୋଟି ଟଙ୍କା ଲାଭବାନ ହେବ ଆଶା ପୟୋନିର କମ୍ପାନୀକୁ ଓଡ଼ିଶାରେ ପୁରାଇ ଦେବୁ ନାହିଁ ବୋଲି କହିବା ସହ ଏ ଅଞ୍ଚଳ ର ଲୋକେ ଧୂଳି ମାଟି ରେ ସଢ଼ି ରହିବେ କି ବୋଲି ପ୍ରଶ୍ନ କରିଥିଲେ। ଓଡିଶା ମାଟିର ବକ୍ସାଇଟ କୁ ଅଞ୍ଚଳ ରେ କାରଖାନା କରାଯାଇ ବିନିଯୋଗ କରାଯାଉ ଓ ସ୍ଥାନୀୟ ଅଞ୍ଚଳ ର ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ଦିଆଯାଉ, କାରଖାନା ପ୍ରତିଷ୍ଠା ହେଲେ ବିରୋଧ କରାଯିବ ନାହିଁ। ନଚେତ ବିରୋଧ କରାଯିବ ବୋଲି କୁହ ଯାଇଛି। ସୁରକ୍ଷା ଦୃଷ୍ଠି କାରଣରୁ ଜିରୋ ପଏଣ୍ଟ ଠାରେ ପୋଲିସ ମୃତୟନ କରାଯାଇଥିଲା। 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ଠାରେ ଅନୁଷ୍ଠିତ ହେଲା ବାମନଘାଟୀ ଉପଖଣ୍ଡ ସ୍ତରୀୟ ଯୁଗ୍ମ ଜନ ଶୁଣାଣି ଶିବିର.

masiha

ଦୁବାଇରେ ଚମକିଲେ କଳାହାଣ୍ଡିର ଯୁବା ବୈଜ୍ଞାନିକା, ଜିଲ୍ଲା ପାଇଁ ଆଣିଲେ ଗୌରବ

masiha

Rare “Brahma Kamal” Blooms in the Garden of a Senior Educationist Mr.Bijaya Ram Beura.

Sunil Chandra Nayak

Leave a Comment

error: Content is protected !!