ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଉମରକୋଟ ଠାରେ ଭାଜପା ର ସମର୍ପଣ ଦିବସ ପାଳନ

ଉମରକୋଟ ଠାରେ ଭାଜପା ର ସମର୍ପଣ ଦିବସ ପାଳନ

ନବରଙ୍ଗପୁର:- (୧୧|୨(ରବି ନାରାୟଣ ମହାନ୍ତି) ପ୍ରତି ବର୍ଷ ଫେବୃଆରୀ ଏଗାର ତାରିଖ ପଣ୍ଡିତ ଦିନଦୟାଲ ଉପଧ୍ୟାୟ ଙ୍କ ପୁଣ୍ୟ ତିଥିରେ ଭାରତୀୟ ଜନତା ପାର୍ଟି “ସମର୍ପଣ ଦିବସ” ରୁପେ ପାଳନ କରି ଆସୁଅଛି । ପଣ୍ଡିତ ଦିନଦୟାଲ ଉପଧ୍ୟାୟ ଙ୍କ ଜନ୍ମ ୨୫ସେପ୍ଟେମ୍ବର ୧୯୧୬ଉତ୍ତର ପ୍ରଦେଶର ମଥୁରା ଜିଲ୍ଲା ର ଏକ ଗ୍ରାମରେ ହୋଇଥିଲା ସେ ଅତ୍ୟନ୍ତ ଗରିବ ପରିବାରର ,ବାଲ୍ୟ ବୟସ ରୁ ପରିବାର ର ମୃତ୍ୟୁ ଦେଖିଛନ୍ତି । ମାମୁଁ ଘରେ ପାଠ ପଢି ବଢି ଥିଲେ । ୧୯୩୭ ରେ ଆରଏସଏସ ରେ ସାମିଲ ହୋଇଥିଲେ, ୧୯୫୨ ରେ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ସଂସ୍ପର୍ଶରେ ଆସି ଭାରତୀୟ ଜନ ସଂଘର ସ୍ଥାପନା କରିଥିଲେ ଏବଂ ଅଧ୍ୟକ୍ଷତା ମଧ୍ୟ କରିଥିଲେ ।ସେ ଭାରତ କୁ କୃଷି, ରକ୍ଷା ଓ ନ୍ୟାୟ କ୍ଷେତ୍ରରେ ଏକ ଆତ୍ମନିର୍ଭର ରାଷ୍ଟ୍ର ରୁପେ ଦେଖିବାକୁ ଚାହିଁଥିଲେ ।ସେ ଏକାତ୍ମ ମାନବ ବାଦ ପ୍ରତିଷ୍ଠିତ ପ୍ରତୀକ ଥିଲେ, ଦର୍ଶନ ଓ ବିଚାରକ ଥିଲେ ।ଦୁଃଖ ର ବିଷୟ ୧୯୬୮ ଫେବୃଆରୀ ଏଗାର ତାରିଖ ଦିନ ତାଙ୍କ ର ରହସ୍ୟଜନକ ମୃତ୍ୟୁ ଘଟିଥିଲା । ଏହି ପରିପ୍ରେକ୍ଷୀରେ ଆଜି ଉମରକୋଟ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟ ଠାରେ ତାଙ୍କରି ଫଟୋ ଚିତ୍ରରେ ପୂଷ୍ପମାଲ୍ୟ ଓ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରି ଧୂପ ଦୀପ ପ୍ରଜ୍ବଳନ କରି ସ୍ମୃତିଚାରଣ କରାଯାଇଥିଲା lଏଥିରେ ଜିଲ୍ଲା ସାଧାରଣ ସମ୍ପାଦକ ଅଶୋକ କୁମାର ପାଢୀ, ବିଧାନସଭା ସଂଯୋଜକ ସୁରେଶ ଆଚାର୍ଯ୍ୟ, ମହିଳା ସାଧାରଣ ସମ୍ପାଦିକା ମନ୍ଦିରା ନାୟକ, ପୂର୍ବତନ ନଗର ସଭାପତି ଗୋପୀନାଥ ସାହୁ, ନଗର ସଭାପତି ସନ୍ତୋଷ ଶର୍ମା, ପ୍ରଦୀପ ମିଶ୍ର, ସନ୍ତୋଷ ସରକାର, ଅଭିରାମ ଦାସ, ରମେଶ ଦାସ, ପ୍ରମୋଦ ନାୟକ, ଶଂକର ଭାଇ, ସାନ ଭାଇନା ଏଭଳି ବହୁ ବିଜେପି କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।ଏହି ଶ୍ରଦ୍ଧାଞ୍ଜଳୀ ସଭାକୁ ସାଧାରଣ ସମ୍ପାଦକ ପ୍ରଭାତ କୁମାର ନାୟକ ପରିଚାଳନା କରିଥିଲେ । 

( ମ ନି ସ ) 

Related posts

ବନ୍ଧୁଗାଁ ବ୍ଲକରେ ଶାନ୍ତି ଶୃଙ୍ଖଳାରେ ୮୧.୩୦ ପ୍ରତିଶତ ମତଦାନ

masiha

ବାହାନଗା ମର୍ମନ୍ତୁଦ ରେଳ ଦୁର୍ଘଟଣା ପ୍ରସଙ୍ଗରେ ବିରୋଧୀ ରାଜନୈତିକ ଦଳ ତରଫରୁ ଜୁନ୍ ୧୨ ରାଉରକେଲା ରେଳଷ୍ଟେସନ ଆଗରେ ଗଣଧାରଣା ପାଇଁ ପ୍ରସ୍ତୁତି ବୈଠକ

ଭାରତୀୟ ଜନତା ଯୁବମୋର୍ଚ୍ଚା ତରଫରୁ ଜନସଙ୍ଘ ପ୍ରତିଷ୍ଠାତା ତଥା ମହାନ ସ୍ୱାଧୀନତା ସଂଗ୍ରାମି ଡା. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୧୨୫ତମ’ ଜନ୍ମ ଜୟନ୍ତୀ 

Leave a Comment

error: Content is protected !!