ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଦିବ୍ୟ ଝଡ କୁ ଡର, ରେ ନିଲମ୍ବନ ଆଦେଶ ପ୍ରତ୍ୟାହାର କଲା ବିଜେଡି

ଦିବ୍ୟ ଝଡ କୁ ଡର, ରେ ନିଲମ୍ବନ ଆଦେଶ ପ୍ରତ୍ୟାହାର କଲା ବିଜେଡି

ନବରଙ୍ଗପୁର,୧୩/୪(ରବିନାରାୟଣମହାନ୍ତି) ନବରଙ୍ଗପୁର ଜିଲ୍ଲାର ଜଣା ଶୁଣା ଖ୍ରୀଷ୍ଟିଆନ୍ ସଂଖ୍ୟାଲଘୁ ସମ୍ପ୍ରଦାୟର ଚେହେରା କହିଲେ , ନନ୍ଦାହାଣ୍ଡି ବ୍ଲକ୍ ର ପଡ଼ାଲଗୁଡ଼ା ଗ୍ରାମ ପଞ୍ଚାୟତ ର ଦିବ୍ୟଦାନ୍ ସୁନା ଙ୍କୁ ହିଁ ବୁଝାଏ।ସେ ୧୯୮୫ ରୁ ବର୍ତ୍ତମାନ ଯାଏ ଲୋକ ଙ୍କ ଜନ ପ୍ରତିନିଧି ହିସାବ ରେ ଜନତା ଙ୍କ ସେବା କରି ଆସୁଛନ୍ତି। ପ୍ରଥମେ ପଡାଲଗୁଡ଼ା ର ସରପଞ୍ଚ, ସମିତି ସଭ୍ୟ, ସିନ୍ଦିଗୁଡ଼ା ସମିତି ସଭ୍ୟ ନିର୍ବାଚିତ ହୋଇ ବ୍ଲକ ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରି ସାରିଛନ୍ତି।ବିଜେଡ଼ିରେ ଜିଲ୍ଲା ଉପ ସଭାପତି ପଦବୀରେ କାର୍ଯ୍ୟ କରୁଥିବା ବେଳେ,୨୦୨୨ ପଞ୍ଚାୟତ ନିର୍ବାଚନରେ ତାଙ୍କ ପରିବର୍ତ୍ତେ ନନ୍ଦାହାଣ୍ଡି ଜୋନ-୧ ର ନାରାୟଣ ରଥ ଙ୍କୁ ବିଜେଡ଼ି ଟିକେଟ ଦେଇଥିଲା । ଏଥିରେ ଅସନ୍ତୋଷ ବ୍ୟକ୍ତ କରି ସେ ଦଳ ର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ତାଙ୍କ କହିବା ହେଲା ତେନ୍ତୁଳିଖୁଣ୍ଟି ନନ୍ଦାହାଣ୍ଡି ବ୍ଲକ ରେ ଅଧିକାଂଶ ସଂଖ୍ୟାଲଘୁ ଖ୍ରୀଷ୍ଟିଆନ୍ ସମ୍ପ୍ରଦାୟର ଭାଇ ଭଉଣୀ ମାନେ ବାସ କରୁଛନ୍ତି। ଏଣୁ ସଂଖ୍ୟାଲଘୁ ସମ୍ପ୍ରଦାୟର ସ୍ଵାର୍ଥ ପାଇଁ ଗୋଟିଏ ମଧ୍ୟ ଜିଲ୍ଲା ପରିଷଦ ଆସନ ଦେବା ପାଇଁ ବିଜେଡ଼ି ଜିଲ୍ଲା ପର୍ଯ୍ୟବେକ୍ଷକ ସାଂସଦ ବିଧାୟକ ଙ୍କୁ ନେହୁରା ହୋଇଥିଲେ। ତାଙ୍କ କଥା କୁ କେହି ହେଲେ ମଧ୍ୟ ବିଶ୍ଵାସ କରି ନ ଥିଲେ। ଯାହା ଫଳରେ ନନ୍ଦାହାଣ୍ଡି ଜୋନ-୧ ର ସ୍ବାଧିନ ପ୍ରାର୍ଥୀ ଭାବେ ନିର୍ବାଚନ ରେ ଅବତୀର୍ଣ୍ଣ ହୋଇ ବିଜୟ ହୋଇଥିଲେ। ଏହା ପରେ ବିଜେଡ଼ି ର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା। ଦିବ୍ୟ ପଞ୍ଚାୟତ ସମିତି ବୈଠକ,ଜିଲ୍ଲା ପରିଷଦ ବୈଠକ ରେ ଶାସକ ଦଳର ନେତା ଙ୍କୁ ବିଭିନ୍ନ ପ୍ରଶ୍ନ ପଚାରି ଗାଇଲା କରୁଥିବା ସାଂସଦ ବିଧାୟକ ଙ୍କ ମୁଣ୍ଡ ବ୍ୟଥା ପାଲଟି ଥିଲା। ଏପରିକି ତାଙ୍କୁ ନ ଜଣାଇ ଜିଲ୍ଲାପାଳ ଙ୍କୁ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେଉଥିବାରୁ ବ୍ଲକ ପ୍ରଶାସନ ଉପରେ ରୋକ୍ ଠୋକ୍ ଚରମ ବାଣୀ ଶୁଣାଇ ଗଣ ମାଧ୍ୟମ ରେ ଚର୍ଚା କୁ ଆସିଥିଲେ।ଏସବୁ ଦୃଷ୍ଟି ରୁ ବିଜେଡ଼ି ଜିଲ୍ଲା ସ୍ତରୀୟ ନେତୃବୃନ୍ଦ ଆଗାମୀ ନିର୍ବାଚନ ରେ ବୈତରଣୀ ପାର ହେବାକୁ ହେଲେ ଦିବ୍ୟ ଝଡ କୁ ନ ରଖିଲେ, ଉଭୟ ସାଂସଦ ବିଧାୟକ ଚିତ୍ ପଟାଙ୍ଗ ହେବେ ବୋଲି ଜାଣି ସାଂସଦ ବିଧାୟକ ସମେତ ଦଳର ତୁଙ୍ଗ ନେତା ମାନେ ଆଲୋଚନା କରି ତାଙ୍କୁ ଫେରାଇ ଆଣିବାକୁ ଆପ୍ରାଣ ଚେଷ୍ଟା ଜାରି ରଖିଛନ୍ତି।ଏ ନେଇ ଦିବ୍ୟଙ୍କୁ ପଚାରିବାରୁ ଦଳ ରୁ ମୁଁ ଇସ୍ତଫା ଦେବା ପରେ ଦଳ ମତେ ନିଲମ୍ବିତ କରିଥିଲା।ଏ ନେଇ କୌଣସି ନିଷ୍କର୍ଷ ହୋଇ ନାହିଁ। ମୋର ଜୋନ ର ଜନତା ପୁଣି ଜିଲ୍ଲା ବ୍ୟାପି ଖ୍ରୀଷ୍ଟିଆନ୍ ସଂଖ୍ୟାଲଘୁ ସମ୍ପ୍ରଦାୟର ତୁଙ୍ଗ ନେତାଙ୍କ ବୈଠକ ଆସନ୍ତା ବୁଧବାର ଦିନ ଅନୁଷ୍ଠିତ ହେବ। ଏଥିରେ ହଜାର ହଜାର ସଂଖ୍ୟାରେ ତାଙ୍କ ଅନୁଗତ ଗୋଷ୍ଠୀର ଲୋକ ମାନେ ଯୋଗ ଦେବେ, ସେମାନେ ଆଗାମୀ ସାଧାରଣ ନିର୍ବାଚନ ପାଇଁ ଆଲୋଚନା କରିବେ । ସେମାନଙ୍କ ନିଷ୍ପତ୍ତି ପରେ କେଉଁ ଦଳକୁ ଯିବେ ନିଷ୍ପତ୍ତି ନେବେ ବୋଲି କହିଛନ୍ତି।

ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ୍ 

Related posts

କଂଗ୍ରେସ ର ସଙ୍ଗଠନ ସୃଜନ ଅଭିଯାନ 

Sunil Chandra Nayak

କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ଦଳଗୁଡ଼ିକ ମୁଣ୍ଡରେ ‘ମହିଳା ବିରୋଧୀ’ କଳଙ୍କର ଷ୍ଟାମ୍ପ ଲାଗିଗଲା: ମୋହନ ଚରଣ ମାଝୀ

Sunil Chandra Nayak

ରାଇରଙ୍ଗପୁର କୁଡୁମି ଭବନ ପରିସରରେ ପଶ୍ଚିମ ମୟୂରଭଂଜ ବିଜେପି ତରଫରୁ କେନ୍ଦ୍ର ସରକାରଙ୍କ ୧୧ ବର୍ଷ ଏବଂ ରାଜ୍ୟ ସରକାରଙ୍କ ୧ ବର୍ଷର ବିକାଶ କାର୍ଯ୍ୟକ୍ରମକୁ ନେଇ ସାମ୍ବାଦିକ ସମ୍ମିଳନୀ

masiha

Leave a Comment

error: Content is protected !!