ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ମୋଦି ସରକାର ଙ୍କ ଜନ ବିରୋଧି, ଶ୍ରମିକ, କୃଷକ ନୀତି ବିରୁଦ୍ଧରେ ୫ ଏପ୍ରିଲ ପାର୍ଲିଆମେଣ୍ଟ ଅଭିଯାନ କୁ ସଫଳ କରିବା ପାଇଁ ଆହ୍ୱାନ

ରାଉରକେଲା/କେନ୍ଦ୍ର ବିଜେପି ନେତୃତ୍ଵାଧୀନ ମୋଦି ସରକାର ଙ୍କ ଜନ ବିରୋଧି, ଶ୍ରମିକ, କୃଷକ ତଥା ଦେଶ ବିରୋଧି ନୀତି ବିରୁଦ୍ଧରେ ସି ଆଇ ଟି ୟୁ, ଅଖିଳ ଭାରତ କୃଷକ ସଭା, ଅଖିଳ ଭାରତ କ୍ଷେତ ମଜଦୂର ୟୁନିୟନ ଡାକରା ରେ ୫ ଏପ୍ରିଲ ପାର୍ଲିଆମେଣ୍ଟ ଅଭିଯାନ ସଫଳ କରିବା ସହିତ ଦେଶର ସାଧାରଣ ଜନତା, ଶ୍ରମିକ, କୃଷକ,କ୍ଷେତ ମଜଦୂର କର୍ମଚାରୀ,ଯୁବ, ଛାତ୍ର, ମହିଳା, ଆଦିବାସୀ ସକଳ ସ୍ତରର ସାଧାରଣ ଲୋକଙ୍କ ୨୦ ଦଫା ଦାବିରେ ଦିଲ୍ଲୀ ଅଭିଯାନ ପାଇଁ ସୁନ୍ଦରଗଡ଼ ଜିଲ୍ଲାର ଶହ ଶହ ସଂଖ୍ୟାରେ ସାମିଲ ହେବାକୁ ଆଜି ଶ୍ରମିକ ଭବନ, ସେକ୍ଟର ୧୬ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସିଆଇଟିୟୁ ର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ରାଜ୍ୟ ସାଧାରଣ ସମ୍ପାଦକ ବିଷ୍ଣୁ ମହାନ୍ତି ଆହ୍ୱାନ ଦେଇଛନ୍ତି। ସେ ଏହି କାର୍ଯ୍ୟକ୍ରମ ସଂପର୍କରେ ବିସ୍ତୃତ ଭାବରେ ଦର୍ଶାଇଛନ୍ତି ଯେ କେନ୍ଦ୍ର ରେ ମୋଦି ଦେଶର ଲୋକମାନଙ୍କ ପାଇଁ ଆଛାଦିନ ଆଣିବେ ବୋଲି କହି କ୍ଷମତାକୁ ଆସିଥିଲେ, କିନ୍ତୁ ତାଙ୍କ ଶାସନର ୯ ବର୍ଷ ସରିଥିବା ବେଳେ କେତେକ ହାତଗଣତି ପୁଞ୍ଜିପତି ମାନଙ୍କର ଆଛାଦିନ ଆସିଛି ଏବଂ ଦେଶର ସକଳ ସ୍ତରର ଲୋକଙ୍କ ପାଇଁ ଖରାପ ଦିନ ଆସିଯାଇଛି ବୋଲି ସେ ଅଭିଯୋଗ କରିଥିଲେ। ଦେଶରେ ନିତ୍ୟବ୍ୟବହାର୍ଯ୍ୟ ଜିନିଷ ର ଦର ଆକାଶଛୁଆଁ ହୋଇଛି, ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ଦର ସର୍ବକାଳୀନ ରେକର୍ଡ଼ ଭଙ୍ଗ କରିଛି। ଦେଶର ଶ୍ରମିକ, କୃଷକ,କୃଷି ଶ୍ରମିକ ମାନଙ୍କ ଉପରେ ଆକ୍ରମଣ କରାଯାଇଥିଲା ବେଳେ ଆଇନ ର ପରିବର୍ତନ କରାଯାଇଛି। ଦେଶର ଯୁବକ ମାନଙ୍କ ପ୍ରତି ପ୍ରତାରଣା କରାଯାଇଛି। ମୋଦି ସରକାରର କର୍ପୋରେଟ ବନ୍ଧୁମାନଙ୍କର ହଜାର ହଜାର କୋଟି ଟଙ୍କା ଅନାଦେୟ ବ୍ୟାଙ୍କ ଋଣ ସରକାର ଛାଡ କରୁଥିବା ବେଳେ ଦେଶର ସାଧାରଣ ଲୋକଙ୍କ ଉପରେ ବିଭିନ୍ନ ଜରିଆରେ ଟିକସ ବୃଦ୍ଧି କରାଯାଇଛି। ଏହି ଜନ ବିରୋଧି ନୀତି ବିରୁଦ୍ଧରେ ଦେଶବାସୀ ଏକ ହେବାକୁ ସେ ଆହ୍ୱାନ ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ସି ଆଇ ଟି ୟୁ ରାଜ୍ୟ ଉପ ସଭାପତି ପ୍ରମୋଦ ସାମଲ,ବିମାନ ମାଇତି, ଜାହାଙ୍ଗୀର ଅଲ୍ଲୀ, ରାଜ୍ୟ ସଂପାଦକ ହୃଦାନନ୍ଦ ଯାଦବ, ଜିଲ୍ଲା ସଂପାଦକ ରାଜ କିଶୋର ପ୍ରଧାନ, କୃଷକ ସଭା ରାଜ୍ୟ ଯୁଗ୍ମ ସଂପାଦକ ସୁରେନ୍ଦ୍ର ଦାଶ, ଶ୍ରମିକ ନେତା ,ଶ୍ରୀମନ୍ତ ବେହେରା,ସୁରେନ୍ଦ୍ର ମହାନ୍ତି, ପ୍ରଭାତ ମହାନ୍ତି, ବିଶ୍ଵଜିତ ମାଝୀ, କୈଳାସ ଦାସ, କୁଳମଣି ରାଉତ ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ଏହି ମଜଦୂର କିଶାନ ସଂଘର୍ଷ ରାଲି ରେ ସୁନ୍ଦରଗଡ଼ ଜିଲ୍ଲାରୁ ହଜାର ହଜାର ସଂଖ୍ୟାରେ ଶ୍ରମିକ କୃଷକ କ୍ଷେତ ମଜଦୂର ମାନେ ସାମିଲ ହେବା ସହ ରାଜ୍ୟ ଉପସଭାପତି ବିମାନ ମାଇତି ଙ୍କ ନେତୃତ୍ୱରେ ୧୦ ଟି ଜିଲ୍ଲାରେ ଏକ ପ୍ରଚାର ଜାଠା ପରିକ୍ରମା କରି ଲୋକଙ୍କୁ ସଚେତନ କରାଯାଇଛି ବୋଲି କହିଥିଲେ। ସକଳ କ୍ଷେତ୍ରରେ ମୋଦି ସରକାର ବିଫଳ ହୋଇଥିଲା ବେଳେ ଦେଶର ହାତ ଗଣତି ନିର୍ଦ୍ଦିଷ୍ଟ ପୁଂଜିପତି ମାନଙ୍କ ସ୍ଵାର୍ଥ ସାଧନ ପାଇଁ କାମ କରୁଥିବା ଅଭିଯୋଗ କରିଥିଲେ।୨୦ ଦଫା ଦାବି ମଧ୍ୟରେ ସର୍ବନିମ୍ନ ମଜୁରୀ ମାସିକ ୨୦ ହଜାର କରିବା, କୃଷକ ମାନଙ୍କୁ କୃଷିଜାତ ସାମଗ୍ରୀ ର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରିବା, ସମସ୍ତ ଗରିବ, ମଧ୍ୟବିତ୍ତ ଚାଷୀ,କୃଷି ଶ୍ରମିକ ଙ୍କ ଉପରୁ ସରକାର ଏକ କାଳୀନ ୠଣ ଛାଡ କରିବା,୪ଟି ଲେବର କୋର୍ଡ ଓ ବିଦ୍ୟୁତ ସଂଶୋଧନ ବିଲ୍ -୨୦୨୨ ଓ ପରିବହନ ସମ୍ବନ୍ଧିତ ସଂଶୋଧିତ ଆଇନ କୁ ବାତିଲ କରିବା,ମନେରଗା ରେ ସର୍ବନିମ୍ନ ୨୦୦ ଦିନର କାମ ସହ ଦୈନିକ ୬୦୦ ଟଙ୍କା ମଜୁରୀ, ସମସ୍ତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅଧିନରେ ଖାଲି ପଡିଥିବା ପଦବୀ ପୂରଣ କରିବା, ଦରବୃଦ୍ଧି ନିୟନ୍ତ୍ରଣ କରିବା, ସରକାରୀ ଗଣବଣ୍ଟନ ବ୍ୟବସ୍ଥା କୁ ସାର୍ବଜନୀନ କରିବା, ସମସ୍ତ ସ୍କିମ୍ ଶ୍ରମିକ ଯଥା ଅଙ୍ଗନବାଡ଼ି, ଆଶା, ପାଚିକା,ଆଇ ସି ଆର ପି,ଓ ବ୍ୟାଙ୍କ ମିତ୍ରମାନଙ୍କୁ ଶ୍ରମିକ ର ମାନ୍ୟତା ସହ ସାମାଜିକ ସୁରକ୍ଷା ପ୍ରଦାନ କରିବା, ପରିବହନ ଶ୍ରମିକ ମାନଙ୍କୁ ସର୍ବନିମ୍ନ ମଜୁରୀ ସହ ସାମାଜିକ ସୁରକ୍ଷା ପ୍ରଭୃତି ଦାବିରେ ଆସନ୍ତା ୫ ଏପ୍ରିଲ ଦିଲ୍ଲୀ ଅଭିଯାନ କୁ ସଫଳ କରିବା ପାଇଁ ସେ ଆହ୍ୱାନ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ପଦଯାତ୍ରାର ଏକ ବର୍ଷ ପୂର୍ତ୍ତି ଅବସରରେ, ଜିଲ୍ଲା କଂଗ୍ରେସର ପଦଯାତ୍ରା

masiha

ରାଜ୍ୟ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷଙ୍କ ବାଲିଗୁଡା ଗସ୍ତ : ତୃଣମୂଳ ସ୍ତରରେ କଂଗ୍ରେସକୁ ମଜଭୂତ କରିବାକୁ ଆହ୍ୱାନ

Sunil Chandra Nayak

ଦାସିଗାଁ ପଞ୍ଚାୟତ ବାନନ୍ଦପଳା ଠାରେ ବିଜେପି ର ମିଶ୍ରଣ ପର୍ବ ଅନୁଷ୍ଠିତ

masiha

Leave a Comment

error: Content is protected !!