ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହିନ୍ଦୁ ନବବର୍ଷ ପାଳନ

ନୂଆପଡା, ଚୈତ୍ର ଶୁକ୍ଳପକ୍ଷ ପ୍ରତିପଦା,ଭାରତୀୟ କାଳ ଗଣନା ଅନୁଯାୟୀ ବର୍ଷର ପ୍ରଥମ ଦିନ।ଏଣୁ ଭାରତୀୟ ମାନେ ବିଶେଷ କରି ହିନ୍ଦୁ ଧର୍ମର ଲୋକେ ନବବର୍ଷ ଭାବରେ ପାଳନ କରିଥାନ୍ତି।ନୂଆପଡା ଜିଲ୍ଲା ଖଡ଼ିଆଳରେ ହିନ୍ଦୁ ସମ୍ପ୍ରଦାୟର ଲୋକେ ଆନନ୍ଦ ଉଲ୍ଲାସ ସହ ନବବର୍ଷ ପାଳନ କରିଛନ୍ତି।ଏଥିପାଇଁ ଘର ଆଗରେ କଳସ ସ୍ଥାପନ ସହିତ ଦୀପ ପ୍ରଜ୍ବଳନ ଓ ଚିତା, ଝୋଟି ଅଙ୍କନ କରାଯାଇଥିଲା ।ମନ୍ଦିର ସବୁକୁ ଆଲୋକମାଳାରେ ସୁସଜ୍ଜିତ କରିବା ସହ ପ୍ରାର୍ଥନା, ଭଜନ କୀର୍ତ୍ତନ କରାଯାଇଥିଲା।ସନ୍ଧ୍ୟାରେ ଏକ ବିରାଟ ରେଲି ଖଡ଼ିଆଳ ସହର ପରିକ୍ରମା କରିଥିଲା।ଲୋକେ ନିଜ ନିଜ ଘର ପାଖରେ ବନ୍ଦାପନା କରିଥିଲେ।ପରେ ସଂସ୍କୃତି ଭବନ ପାଖରେ ସମସ୍ତେ ଏକତ୍ର ହୋଇ ହିନ୍ଦୁ ନବବର୍ଷର ମହନୀୟତା ଉପରେ ଆଲୋଚନା କରି ଇଂରାଜୀ ନବବର୍ଷ ବଦଳରେ ହିନ୍ଦୁ ନବବର୍ଷ ପାଳନ କରିବାକୁ ଆହ୍ୱାନ ଦିଆଯାଇଥିଲା।ପରେ ସ୍ଥାନୀୟ ଅଗ୍ରସେନ ଭବନ ଠାରେ ସମସ୍ତେ ସମବେତ ହୋଇ ନାଚଗୀତର ମଜା ନେଇଥିଲେ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ରାହାମାସ୍ଥିତ ସେଣ୍ଟ ଜାଭିୟର ହାଇସ୍କୁଲ ର ବାର୍ଷିକ ଉତ୍ସବ

Sunil Chandra Nayak

୫ଟି ଅଧକ୍ଷଙ୍କୁ ଭେଟିଲେ ଜିଲ୍ଲା ପରିଷଦ ଉପ।ଧକ୍ଷ। ସୁଧିରା ମେହେର 

masiha

କୃଷିଯନ୍ତ୍ରପାତି ସବସିଡି ହେରାଫେରୀ ଘଟଣା, ଶୀତଳ ଭଣ୍ଢାର ରେ ବିଭାଗୀୟ ତଦନ୍ତ 

masiha

Leave a Comment

error: Content is protected !!