ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ବିଶ୍ଵଶାନ୍ତି ପାଇଁ ନାମଯଜ୍ଞ, ସାତ ଖଣ୍ଡ ଗ୍ରାମର ଧର୍ମପ୍ରାଣ ବ୍ୟକ୍ତି ଙ୍କ ସହଯୋଗ

ତିର୍ତ୍ତୋଲ :- 22/03/23:- କଳିଯୁଗର କଳୁଷ ନାଶ ପାଇଁ, ତଥା ସର୍ବରୋଗ ନିରାକରଣ ହୋଇ ସର୍ବେ ଯେପରି ଶାନ୍ତିରେ ବସବାସ କରିବେ , ଏହି ସର୍ବଜନ ହିତାୟ ନିମନ୍ତେ ଦୀର୍ଘ 45 ବର୍ଷ ହେବ ଚାଲିଛି ଅଷ୍ଟମ ପ୍ରହର ନାମଯଜ୍ଞ ସଂକୀର୍ତ୍ତନ ! ଏହି ଧାର୍ମିକ କାର୍ଯ୍ୟରେ ପ୍ରାୟ ସାତଖଣ୍ଡ ଗ୍ରାମର ଧର୍ମପ୍ରାଣ ବ୍ୟକ୍ତି ଙ୍କ ସହଯୋଗ, ଆଦ୍ୟରୁ ରହି ଆସୁଥିବାର ଶୁଣୁବାକୁ ମିଳିଛି ! ଯାହା ଜିଲ୍ଲାର ଅନ୍ୟ କୋଉଠି ଦେଖିବାକୁ ମିଳେନି ! ଏହି ବିରଳ ବିଷୟ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲାର ତିର୍ତୋଲ ବ୍ଲକ ଅଧିନସ୍ଥ ତେନ୍ତୁଳିପଦା ପଞ୍ଚାୟତ ର ବାଇଁଗୋଳ, ପଡା ଜିଙ୍ଗଲ ଗ୍ରାମର ସାମଲସାହି ଉପକଣ୍ଠରେ !ଏହି ଆଧ୍ୟାତ୍ମିକ ନାମସଂକୀର୍ତ୍ତନ ଦେଖିବାକୁ ଶତାଧିକ ମହିଳା ଓ ପୁରୁଷ ଉପସ୍ଥିତ ହୋଇଥିବାର ଦେଖା ଯାଇଛି ! ଗତ 21/03/23 ତାରିଖରେ ଅଧିବାସ, କଳସ ଯାତ୍ରା, ଘଟ ସ୍ଥାପନ, ସୂର୍ଯ୍ୟପୂଜା, ଆଦି ବୈଦିକ କାର୍ଯ୍ୟପରେ ସଂକୀର୍ତ୍ତନ ସଂଘ ଦ୍ୱାରା କଳିଯୁଗ ନାମ ଜପ ଆରମ୍ଭ ହୋଇଥିଲା! ଆଜି 22/03/23 ତାରିଖରେ ନାମଯଜ୍ଞ ଅହୋରାତ୍ର ଚାଲୁରହିଛି ! ଏହି ପରିପ୍ରେକ୍ଷୀରେ ଦଶପଞ୍ଝା ସଂକୀର୍ତ୍ତନ ଦଳ ଯୋଗଦେଇ ଥିବାର ଦେଖିବାକୁ ମିଳିଥିଲା !ଆସନ୍ତାକାଲି ଏହାର ଉଦଯାପନ ହେବା ସହିତ, ନଗରୀ କୀର୍ତ୍ତନ, ରାଧାକୃଷ୍ଣଙ୍କର ରାସମୃତ ଗାୟନ, ଦଧିହାଣ୍ଡି ଭଂଜନ ସହିତ ପ୍ରସାଦ ସେବନ କରାଯିବାର କାର୍ଯ୍ୟକ୍ରମ ରହିଛି ବୋଲି ଅନୁଷ୍ଠାନର ବୟୋଜ୍ୟେଷ୍ଟ ପ୍ରହ୍ଲାଦ ସାମଲ, ଚିତ୍ରସେନ ସାମଲ ଓ ଟୁନବର ସାମଲ ସୂଚନା ଦେଇଥିଲେ !

ତିର୍ତ୍ତୋଲରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା !

Related posts

ବିଶ୍ଵଗୁରୁ ବାୟାବାବାଙ୍କ ଅଲୌକିକ ମହିମା, ଭକ୍ତଙ୍କ ବିଶ୍ୱାସ ଭାଙ୍ଗେନା ଜମା 

Sunil Chandra Nayak

କେଲିଆ ଶୈବପୀଠ ରେ ବୋଲବମ ଭକ୍ତ ଙ୍କ ଭିଡ

masiha

ଫୁଲବାଣୀ ଜିରୀଙ୍ଗିପଡା ଠାରେ ଶ୍ରୀ ଲକ୍ଷ୍ମୀ ନୃସିଂହ ଠାକୁର ଙ୍କର ଜନ୍ମ ଚତୁର୍ଦ୍ଦଶୀ ଚନ୍ଦନ ଯାତ୍ରା ଶୁଭାରମ୍ଭ #ବିରାଟ ପଟୁଆର ର କଳସ ପରିକ୍ରମା ଶୋଭାଯାତ୍ରା ସମ୍ପର୍ଣ୍ଣ 

Leave a Comment

error: Content is protected !!