ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରବି ଚାଷ ଧାନ ବିକ୍ରି ପାଇଁ ତହସିଲଦାରଙ୍କୁ ଦାବିପତ୍ର ଦେଲେ କୋକସରା ସଚେତନ କୃଷକ ମଞ୍ଚର କର୍ମକର୍ତ୍ତା

କୋକସରା,୨୨/୩- ଚଳିତ ବର୍ଷ ରବି ଧାନ ଚାଷ ପାଇଁ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକକୁ ଇନ୍ଦ୍ରାବତୀ ମେଗାଲିଫ୍ଟ କେନାଲରୁ ପ୍ରଥମ ପର୍ଯ୍ୟାୟରେ ଜଳସେଚନ ଆରମ୍ଭ ହୋଇଛି। ଉତ୍ସାହର ସହିତ କୋକସରା ବ୍ଲକ ଅଞ୍ଚଳର ଚାଷୀମାନେ ଧାନ ଚାଷ କରିଛନ୍ତି। ତେବେ ଆଗକୁ ଧାନ ବିକ୍ରି କରିବା ପାଇଁ ଦ୍ବନ୍ଦରେ ପଡିଛନ୍ତି ଚାଷି। ଜିଲ୍ଲା ପ୍ରଶାସନ ପକ୍ଷରୁ ମଣ୍ଡି ଖୋଲିବା ନେଇ କୌଣସି ନିର୍ଭର ପ୍ରତିଶ୍ରୁତି ରବିଚାଷ ଧାନ ବିକ୍ରି ପାଇଁ ମିଳିନାହିଁ। କୋକସରା ପେକ୍ସ ଅଧୀନରେ ଥିବା କୋକସରା, ରେଙ୍ଗାଳପାଲି, ମାଝୀଗୁଡା ପଞ୍ଚାୟତର ପାଖାପାଖି ୨୦୦ ହେକ୍ଟରରୁ ଉର୍ଦ୍ଧ ଚାଷଜମିରେ ଡାଲୁଅ ଧାନ ଚାଷ କରିଛନ୍ତି ୩ ପଞ୍ଚାୟତ ଅଞ୍ଚଳର ଚାଷୀ। ବୁଧବାର କୃଷକ ସଚେତନ ମଞ୍ଚର ଆବାହକ ତଥା କୋକସରା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀଙ୍କ ନେତୃତ୍ୱରେ ଧାନ ଚାଷ କରିଥିବା ଶତାଧିକ ଚାଷୀଙ୍କ ଦସ୍ତଖତ ସମ୍ମଳିତ ଦାବିପତ୍ର ନେଇ ଚାଷି ଧନେଶ୍ୱର ଗୋପାଳ, ଦୈତାରି ବାରିକ, ଲଳିତ ମୋହନ ପ୍ରଧାନୀ କୋକସରା ଅତିରିକ୍ତ ତହସିଲଦାର ମୋହନ ଚରଣ ଜେନାଙ୍କ ଜରିଆରେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦେଇଛନ୍ତି ଓ ଧାନ ବିକ୍ରି କରିବା ପାଇଁ ମଣ୍ଡି ଖୋଲିବାକୁ ଦାବି କରିଛନ୍ତି।

ମସିହା ନିଉଜ ସର୍ଭିସ୍ 

Related posts

ସାହିତ୍ୟିକ ସୁରେଶ ଚନ୍ଦ୍ର ନେଗୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ପାଳନ

Sunil Chandra Nayak

ଦକ୍ଷିଣୀ ଶୌଣ୍ଢିକ ସାଂସ୍କୃତିକ ମହାସଂଘ ର ଠାକୁରାଣୀ ରଥକୁ ଧର୍ମଗଡ ଠାରେ ଭବ୍ୟ ସ୍ୱାଗତ

Sunil Chandra Nayak

ପାଉଡର ମେଟାଲରଜି ଆଣ୍ଡ ସ୍ମାର୍ଟ୍ ମ୍ୟାଟେରିଆଲ ଉପରେ କର୍ମଶାଳା

masiha

Leave a Comment

error: Content is protected !!