ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀ ଜଗନ୍ନାଥ ପୀଠ, ବାଙ୍ଗାଲୋର ରେ ଦେବସ୍ନାନ ପୂର୍ଣିମା ପାଳିତ

ଶ୍ରୀ ଜଗନ୍ନାଥ ପୀଠ, ବାଙ୍ଗାଲୋର ରେ ଦେବସ୍ନାନ ପୂର୍ଣିମା ପାଳିତ

ପବିତ୍ର ଜ୍ୟେଷ୍ଠ ପୂର୍ଣିମା ଦିନ ଶ୍ରୀ ଜଗନ୍ନାଥ ପୀଠ, ସୋମପୁରା ଠାରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଜନ୍ମୋତ୍ସବ ତଥା ଦେବାଭିଶେକ ପର୍ବ ଯଥାବିଧୀରେ ଅନୁଷ୍ଠିତ ହୋଇଯାଇଛି। ଚାରି ବିଗ୍ରହଙ୍କର ମଙ୍ଗଳ ଆଳତି, ସକାଳ ପୂଜା ପରେ ପ୍ରଭୁଙ୍କୁ ନବ ନିର୍ମିତ ସୁଶୋଭିତ ପାଲିଙ୍କିରେ ପହଣ୍ଡି କରାଇ ସ୍ନାନ ମଣ୍ଡପକୁ ନିଆଯାଇଥିଲା। ୧୦୮ ଅଭିମନ୍ତ୍ରିତ କଳସ ଜଳରେ ପ୍ରଭୁଙ୍କର ମହାସ୍ନାନ, ଉପଚାର ପୂଜା, ଆଳତି ଓ ସମୁହ ପୁଷ୍ପାଞ୍ଜଳି ଯଥାରିତିନିତୀରେ ସମ୍ପନ୍ନ କରାଯାଇଥିଲା। ଶେଷରେ ଠାକୁରଙ୍କର ଅଣସର ନିତି ଓ ପଟି ଦିଅଁଙ୍କର ପୂଜାର ପ୍ରାରମ୍ଭ ହୋଇଥିଲା। ମହାପ୍ରଭୁଙ୍କର ମହାସ୍ନାନ ଓ ଗଜାନନ ବେଶକୁ ଦେଖିବାକୁ ଶତାଧିକ ଶ୍ରଦ୍ଧାଳୁ, ବିଭିନ୍ନ ଓଡିଆ ତଥା ଆଞ୍ଚଳିକ ସଂଗଠନ ଏହି ମହାନ କାର୍ଯରେ ଯୋଗଦାନ କରି ବିଭୁ କୃପା ଲାଭ ଓ ପ୍ରସାଦ ସେବନ କରିଥିଲେ। ଶ୍ରୀ ଜଗନ୍ନାଥ ସଂସ୍କୃତି ଟ୍ରଷ୍ଟ ଏହି ପାବନ ପର୍ବକୁ ଆୟୋଜନ କରିଥିଲେ। କାଳିଆଙ୍କ କୃପା ଓ ଶ୍ରଦ୍ଧାଳୁଙ୍କ ସହଯୋଗରୁ ଏହି ମହାନ ପର୍ବ ଯଥାବିଧି ଓ ସୁଚାରୁରୁପେ ସମ୍ପନ୍ନ ହୋଇପାରିଛି ଓ ଆଗାମୀ ଦିନରେ ରଥଯାତ୍ରା, ହେରାପଞ୍ଚମୀ, ବାହୁଡା ଯାତ୍ରା ଆଦି ପର୍ବରେ ଯୋଗଦେବା ପାଇଁ ଅନୁଷ୍ଠାନର କର୍ମକତ୍ତାମାନେ ସମସ୍ତ ଭକ୍ତମାନଙ୍କୁ ନିମନ୍ତ୍ରଣ କରିବା ସହ ସହାୟତାର ହାତ ବଢାଇବାକୁ ନିବେଦନ କରିଛନ୍ତି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସରକାରୀ ଉତ୍କୃଷ୍ଟ ଉଚ୍ଚ ବିଦ୍ୟାଳୟ, ସେକ୍ଟର- ୬ରେ ଓଜୋନ ଦିବସ ପାଳିତ

masiha

ଭୁବନେଶ୍ୱରରେ ଜଗନ୍ନାଥ ପ୍ରେମୀ ମାନଙ୍କ ମିଳିତ ସଭା ଅନୁଷ୍ଠିତ

Sunil Chandra Nayak

କୋଏଲ ନଗର ‘ ସି ‘ ବ୍ଲକ୍ ସ୍ଥିତ ମଧୁସୁଦନ ପାର୍କରେ ବୃକ୍ଷରୋପଣ

Sunil Chandra Nayak

Leave a Comment

error: Content is protected !!