ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ହେଉଥିବା ଏହି କାମ ନିମ୍ନ ମାନର ଅଭିଯୋଗ ଭିଜିଲାନ୍ସ ତଦନ୍ତ ଦାବିରେ ଉପଜିଲ୍ଲାପାଳ କାର୍ଯ୍ୟାଳୟ ନିକଟରେ ଗଣଧାରଣା

ଧର୍ମଗଡ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ହେଉଥିବା ଏହି କାମ ନିମ୍ନ ମାନର ଅଭିଯୋଗ

ଭିଜିଲାନ୍ସ ତଦନ୍ତ ଦାବିରେ ଉପଜିଲ୍ଲାପାଳ କାର୍ଯ୍ୟାଳୟ ନିକଟରେ ଗଣଧାରଣା….

ଧର୍ମଗଡ:ଗୋଲାମୁଣ୍ଡା ବ୍ଲକ ବାବେଗୁଡା ଠାରୁ ଗଣ୍ଡାମେର ପିଚୁ ରାସ୍ତା କାମ ଧର୍ମଗଡ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ହେଉଥିବା ଏହି କାମ ନିମ୍ନ ମାନର ନେଇ ଭିଜିଲାନ୍ସ ତଦନ୍ତ ଓ ପୁନଃ ରାସ୍ତା ନିର୍ମାଣ ଏବଂ ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଭଳି ୬ଦଫା ଦାବି ନେଇ ଜନ ସଂଗ୍ରାମ ସମିତି ସଭାପତି ସାଉଲ ମଙ୍ଗରାଜ ଙ୍କ ନେତୃତ୍ୱରେ ଆଜି ଧର୍ମଗଡ ଉପଜିଲ୍ଲାପାଳ କାର୍ଯ୍ୟାଳୟ ନିକଟରେ ଗଣଧାରଣା ଦିଆଯାଇଥିଲା।ଏହି ରାସ୍ତା କାମ ୫ କିମି ଦୂରତା ପର୍ଯ୍ୟନ୍ତ ହେଉଥିବା ବେଳେ ଏହାର ବ୍ୟୟ ଅଟକଳ ପରିମାଣ ହେଉଛି ୩ କୋଟି ୫୮ ଲକ୍ଷ ୯୩ ହଜାର।ଏହି ପିଚୁ ରାସ୍ତା କାମ ଏଷ୍ଟିମେଣ୍ଟ ହିସାବରେ କାମ ହେଉନ ଥିବା ବେଳେ କାମ ସାରିକି ୫ ଦିନ ମଧ୍ୟରେ ପିଚୁ ଉପୁଡି ଯାଇଛି। ଏ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି। ରାସ୍ତା କାର୍ଯ୍ୟରେ ବିଭଗୀୟ ଅଧିକାରୀ ମାନେ ମଧ୍ୟ ଆସୁନଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ଫଳରେ ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କ ସଳାସୁତୁରା ଥିବାରୁ ଅଭିଯୋଗ କଲେ ମଧ୍ୟ କିଛି ମୂଲ୍ୟ ରହୁନ ଥିଵାରୁ ଗଣଧାରଣା ଦିଆଯାଇଥିବା ପ୍ରକାଶ କରିଛନ୍ତି।ପରେ ଧାରଣା ସ୍ଥଳରେ ଅତିରିକ୍ତ ଜିଲ୍ଲାପାଳ ପହଞ୍ଚି ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟ ରେ ଦିଆଯାଇଥିବା ଦାବିପତ୍ର ଗ୍ରହଣ କରି ବୁଝାସୁଝା କରି ଏକ ତଦନ୍ତକାରୀ ଟିମ ଘଟଣା ସ୍ଥଳକୁ ଯାଇ ତଦନ୍ତକରି ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ କରିଥିଲେ । ଏହି ଧାରଣାରେ ଲୋକନାଥ ଟୋଲଟିଆ,କମଲାକାନ୍ତ ମଶ୍ରା,ପ୍ରଦୀପ ନାଏକ ଓ ଗଣ୍ଡାମେର ଅଞ୍ଚଳବାସୀ ପ୍ରଭୁତି ସାମିଲ ରହିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ସରକାରୀ ଅର୍ଥ ହଡପ ଘଟଣାରେ ତତ୍କାଳୀନ କିରାଣିକୁ ଗିରଫ କଲା ଭିଜିଲାନ୍ସ

Sunil Chandra Nayak

ରାଉରକେଲା ମହାବିଦ୍ୟାଳୟ ଓ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏଚଆଇଭି (ଏଡ୍ସ) ସଚେତନତା ପଦଯାତ୍ରା ପାଳିତ 

masiha

ଏନ୍ ଇ ଇ ଟି ପରୀକ୍ଷାରେ କୃତକାର୍ଯ୍ୟ ବିଶ୍ଵରଞ୍ଜନ ଅଘରିଆଙ୍କୁ ଅଘରିଆ ସମାଜରୁ ସମ୍ବର୍ଦ୍ଧନା 

Sunil Chandra Nayak

Leave a Comment

error: Content is protected !!