ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୩୨ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ଢେଙ୍କାନାଳରେ ଜିଲ୍ଲାସ୍ତରୀୟ ଏକ ଦିବସୀୟ ମାର୍ଗଦର୍ଶକ ଶିକ୍ଷୟିତ୍ରୀ,ଶିକ୍ଷକ ପ୍ରକଳ୍ପ ପ୍ରସ୍ତୁତି ପ୍ରଶିକ୍ଷଣ କର୍ମଶାଳା -୨୦୨୬ ଅନୁଷ୍ଠିତ

୩୨ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ଢେଙ୍କାନାଳରେ ଜିଲ୍ଲାସ୍ତରୀୟ ଏକ ଦିବସୀୟ ମାର୍ଗଦର୍ଶକ ଶିକ୍ଷୟିତ୍ରୀ,ଶିକ୍ଷକ ପ୍ରକଳ୍ପ ପ୍ରସ୍ତୁତି ପ୍ରଶିକ୍ଷଣ କର୍ମଶାଳା -୨୦୨୬ ଅନୁଷ୍ଠିତ

୨୧୮ ବିଜ୍ଞାନ ଶିକ୍ଷୟିତ୍ରୀ,ଶିକ୍ଷକ ପ୍ରତ୍ୟକ୍ଷରେ ସାମିଲ ଓ ୧୩୪ ଜଣ ପରୋକ୍ଷ ଆଭାସୀ ମାଧ୍ୟମରେ ଅଂଶଗ୍ରହଣ 
ଜିଲ୍ଲାର ଶତ ପ୍ରତିଶତ ବିଦ୍ୟାଳୟଗୁଡ଼ିକୁ ଯୋଡ଼ିବାକୁ ପ୍ରୟାସ 
ନୂତନ ଗବେଷଣାରେ ମଗ୍ନ ହୁଅନ୍ତୁ ଶିଶୁବିଜ୍ଞାନୀ 
ସ୍ଥାନୀୟ ସମସ୍ୟାକୁ ବୈଜ୍ଞାନିକ ପଦ୍ଧତିରେ ସମାଧାନ କର 

ଢେଙ୍କାନାଳ: ତା.୧୩.୦୮.୨୦୨୬ ରିଖ: ( ): ଛାତ୍ରୀଛାତ୍ରଙ୍କ ମଧ୍ୟରେ ବୈଜ୍ଞାନିକ ମନୋଭାବ ଏବଂ ଗବେଷଣା ପ୍ରବୃତ୍ତିର ବିକାଶ ପାଇଁ ବୈଜ୍ଞାନିକ ପ୍ରଣାଳୀଗୁଡିକର ସଠିକ୍ ପ୍ରୟୋଗ ଦ୍ବାରା ୧୦ ବର୍ଷରୁ ୧୭ ବର୍ଷ ବୟସସୀମା ଥିବା ଶିଶୁ ବିଜ୍ଞାନୀମାନଙ୍କର ସୃଜନଶକ୍ତି ସମ୍ପନ୍ନ ଓ ନୂତନତ୍ବ ଚିନ୍ତାଧାରା ଉପରେ ଆଧାରିତ ନିଜସ୍ବ ଆଞ୍ଚଳିକ ସାମୁହିକ ବିକାଶର ଧାରାକୁ ପ୍ରତିହତ କରୁଥିବା ସମସ୍ୟାବଳୀର ଆଶୁ ସମାଧାନ ପାଇଁ ତା’ମନରେ ଉଙ୍କି ମାରୁଥିବା ଉପାୟଗୁଡିକୁ ଉପସ୍ଥାପିତ କରିବା ନିମନ୍ତେ ସୁଯୋଗ ପ୍ରଦାନ କରିବାର ଆଭିମୁଖ୍ୟ ନେଇ ଆୟୋଜିତ ହେଉଥ‌ିବା ୩୨ତମ ଜାତୀୟ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ଜିଲ୍ଲାସ୍ତରୀୟ ମାର୍ଗଦର୍ଶକ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଉଦ୍ଦେଶ୍ୟରେ ଏକ ବିଶାଳ ଏକଦିବସୀୟ ପ୍ରକଳ୍ପ ପ୍ରସ୍ତୁତିର ପ୍ରଶିକ୍ଷଣ କର୍ମଶାଳା -୨୦୨୬ ଢେଙ୍କାନାଳ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ସଫଳତାର ସହ ସମ୍ପନ୍ନ ହୋଇଯାଇଛି।ଦାଣ୍ଡିମାଳ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚଳିତ ବର୍ଷର ମୁଖ୍ୟ ବିଷୟବସ୍ତୁ “ନିରନ୍ତରତା ସକାଶେ ବିଜ୍ଞାନ ଓ ନବସୃଜନ” ଉପରେ ଜିଲ୍ଲାର ୮ଟି ବ୍ଲକ୍ ର ସରକାରୀ,ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ଉଚ୍ଚ ପ୍ରାଥମିକ,ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୨୧୮ ଜଣ ବିଜ୍ଞାନ ଶିକ୍ଷୟିତ୍ରୀ,ଶିକ୍ଷକ,ଅଧ୍ୟାପିକା,ଅଧ୍ୟାପକ ଯୋଗ ଦେଇଥିଲେ।ଏହା ପୂର୍ବରୁ ଅନଲାଇନ୍ ମାଧ୍ୟମରେ ମଧ୍ୟ ୧୩୪ ଜଣ ଶିକ୍ଷୟିତ୍ରୀ,ଶିକ୍ଷକ,ଅଧ୍ୟାପିକା,ଅଧ୍ୟାପକଙ୍କୁ ପ୍ରାଥମିକ ପ୍ରଶିକ୍ଷଣ ଦିଆଯାଇଥିଲା।ଢେଙ୍କାନାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ ପରେଶ ଚନ୍ଦ୍ର ପାତ୍ରଙ୍କ ସଦୟ ପ୍ରେରଣା ଓ ମାର୍ଗଦର୍ଶନରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।ଏହି ଶିବିରକୁ ଦାଣ୍ଡିମାଳ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅମର କୁମାର ମଲ୍ଲିକ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ଶିଶୁମାନଙ୍କ ମଧ୍ୟରେ ବୈଜ୍ଞାନିକ ମନୋଭାବର ଆଶାନୁରୂପ ଅଭିବୃଦ୍ଧି ଘଟାଇବା ସଙ୍ଗେ ସଙ୍ଗେ ଦେଶ ତଥା ବିଶ୍ଵର ସର୍ବାଙ୍ଗୀନ ଉନ୍ନତି କଳ୍ପେ ତା’ ମନରେ ଉଙ୍କି ମାରୁଥିବା ବିଜ୍ଞାନସମ୍ମତ ସ୍ବପ୍ନକୁ ସାକାର କରିବା ନିମନ୍ତେ ମାର୍ଗଦର୍ଶକ ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପଯୁକ୍ତ ମାର୍ଗଦର୍ଶନ କରିବାକୁ ଦୃଢ଼ ଆହ୍ୱାନ ଦେଇଥିଲେ।ଲକ୍ଷ୍ମୀଧର ମ୍ୟୁନିସିପାଲିଟି ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଇତିଶ କୁମାର ବରାଳ ମୁଖ୍ୟବକ୍ତା ଭାବେ ଯୋଗଦେଇ ଶିକ୍ଷକମାନଙ୍କୁ ଏକ ସହଯୋଗୀ ନେଟୱର୍କ ଗଠନ କରିବାକୁ ଆହ୍ୱାନ ଦେଇଥିଲେ ଏବଂ ସ୍ଥାନୀୟ ସମସ୍ୟାକୁ ବୈଜ୍ଞାନିକ ପଦ୍ଧତିରେ ଚିହ୍ନଟ କରି ତାହାର ସମାଧାନର ପନ୍ଥା ନିରୂପଣ କରି ସେସବୁର ପ୍ରୟୋଗ ଉପରେ ଗୁରୁତ୍ୱାରୋପ କରିଥିଲେ।ରାଜ୍ୟ ସ୍ତରୀୟ ତାଲିମ୍ ପ୍ରାପ୍ତ ପ୍ରଶିକ୍ଷକ ତଥା ନବନିଯୁକ୍ତ ଏନ୍.ସି.ଏସ୍.ସି ଜିଲ୍ଲା ସଂଯୋଜକ ପ୍ରଦୀପ୍ତ ମହାରଣା ଏବଂ ଜିଲ୍ଲା ଏକାଡେମିକ ସଂଯୋଜକ ତଥା ରାଜ୍ୟ ପୁରସ୍କାର ପ୍ରାପ୍ତ ପ୍ରାକ୍ତନ ଜିଲ୍ଲା ସଂଯୋଜକ ଡା.ଦେବୀ ପ୍ରସାଦ ମିଶ୍ର ରାଜ୍ୟ ଓ ଜାତୀୟସ୍ତରୀୟ ତାଲିମ୍ ପ୍ରାପ୍ତ ବରିଷ୍ଠ ପ୍ରଶିକ୍ଷକ ଭାବେ ଯୋଗଦେଇ ଅଡିଓ-ଭିଜୁଆଲ୍ ମାଧ୍ୟମରେବିଜ୍ଞାନ କଂଗ୍ରେସର ଅବୟବ,ଶିଶୁ ବିଜ୍ଞାନୀମାନଙ୍କର ଅନ୍‌ଲାଇନ୍ ପଞ୍ଜୀକରଣ କରିବାର ଉପାୟ,ଗବେଷଣାର ପରିସର,ପ୍ରକଳ୍ପ ମନୋନୟନ କରିବାର ପ୍ରଣାଳୀ,ବାର୍ଷିକ କାର୍ଯ୍ୟଖସଡା,ମାର୍ଗଦର୍ଶକଙ୍କ ଦାୟିତ୍ବ ପ୍ରକଳ୍ପ ପ୍ରସ୍ତୁତିର ପ୍ରଣାଳୀ ସହିତ ଚଳିତ ବର୍ଷର ମୁଖ୍ୟ ବିଷୟବସ୍ତୁ ‘ସ୍ଥାୟିତ୍ବ ପାଇଁ ବିଜ୍ଞାନ ଏବଂ ନବସୃଜନ’ ଏବଂ ଏହାର ୫ଟି ଉପବିଷୟ ବସ୍ତୁକୁ ଆଧାରକରି ଆଦର୍ଶ ଓ ଅଭିନବ ପ୍ରକଳ୍ପ ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ଓ ଶିଶୁ ବିଜ୍ଞାନୀମାନଙ୍କୁ ଗବେଷଣାରେ ମଗ୍ନ ହେବାକୁ ଦୃଢ଼ ଆହ୍ୱାନ ଜଣାଇଥିଲେ।

ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ମନୋଜ ରଞ୍ଜନ ଦଳେଇ,ବ୍ରହ୍ମୋତ୍ରୀ ବିଶ୍ୱାଳ, ସୌମ୍ୟଶ୍ରୀ ପଣ୍ଡା,ଜିଲ୍ଲା ବିଜ୍ଞାନ ସୁପରଭାଇଜର ବିଶ୍ୱଜିତ୍ ମିଶ୍ର ଏବଂ ସମସ୍ତ ୮ଟି ବ୍ଲକର ଶିକ୍ଷା ଅଧିକାରୀ ସହଯୋଗ କରିଥିଲେ।ଏହି କାର୍ଯ୍ୟକ୍ରମ ମାଧ୍ଯମରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ପ୍ରକଳ୍ପ ପ୍ରସ୍ତୁତି ପାଇଁ କିପରି ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ କରିବେ ତାହା ବୁଝାଇ ଦିଆଯାଇଥିଲା।ପ୍ରକାଶ ଥାଉକି,ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଦ୍ୱାରା ପ୍ରତିବର୍ଷ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ।ଏ ସମ୍ପର୍କରେ ଅଧିକ ତଥ୍ୟ ଓ ସହଯୋଗ ପାଇବା ନିମନ୍ତେ ହ୍ବାଟସ୍ ଆପ୍ ଗ୍ରୁପ୍‌ରେ ସମସ୍ତଙ୍କୁ ଯୋଡାଯାଇଥିଲା।ବିଜ୍ଞାନ କାର୍ଯ୍ୟକ୍ରମରେ ନିରନ୍ତରତା ଆଣିବାପାଇଁ ଅନେକ ଯୁବ ଶିକ୍ଷୟିତ୍ରୀ,ଶିକ୍ଷକମାନଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯାଇଥିଲା।ଏହି ସଂକ୍ରାନ୍ତୀୟ ପିଲାଙ୍କ ପ୍ରକଳ୍ପ ସବୁ ଅକ୍ଟୋବର ମାସରେ ଉପସ୍ଥାପିତ ହେବାର କାର୍ଯ୍ୟକ୍ରମ ରହିଛି।ବର୍ଜ୍ୟବସ୍ତୁ ପରିଚାଳନା,ଶକ୍ତି,ଜଳ,ଖାଦ୍ୟ,କୃଷି ଓ ସ୍ଵାସ୍ଥ୍ୟ, ଭାରତୀୟ ଜ୍ଞାନ କୌଶଳର ପ୍ରୟୋଗକୁ ଆଧାର କରି ଶିଶୁ ବିଜ୍ଞାନୀମାନେ ଏହି ପ୍ରକଳ୍ପ ପ୍ରସ୍ତୁତ କରିବେ।ଏହି ପ୍ରଶିକ୍ଷଣ ଦ୍ୱାରା ଚଳିତ ବର୍ଷ ଢେଙ୍କାନାଳ ଜିଲ୍ଲାରୁ ରାଜ୍ୟ ଓ ଜାତୀୟସ୍ତରକୁ ଅଧିକରୁ ଅଧିକ ଗୁଣାତ୍ମକ ପ୍ରକଳ୍ପ ମନୋନୀତ ହେବ ବୋଲି ଆଶା ପ୍ରକଟ କରାଯାଇଛି।ରାଜ୍ୟ ସ୍ତରୀୟ ତାଲିମ୍ ପ୍ରାପ୍ତ ପ୍ରଶିକ୍ଷକ ତଥା ନବନିଯୁକ୍ତ ଏନ୍.ସି.ଏସ୍.ସି ଢେଙ୍କାନାଳ ଜିଲ୍ଲା ସଂଯୋଜକ ପ୍ରଦୀପ୍ତ ମହାରଣା ସମସ୍ତ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।ଜିଲ୍ଲା ଏକାଡେମିକ ସଂଯୋଜକ ତଥା ରାଜ୍ୟ ପୁରସ୍କାର ପ୍ରାପ୍ତ ପ୍ରାକ୍ତନ ଢେଙ୍କାନାଳ ଜିଲ୍ଲା ସଂଯୋଜକ ଡା.ଦେବୀ ପ୍ରସାଦ ମିଶ୍ର ରାଜ୍ୟ ଓ ଜାତୀୟସ୍ତରୀୟ ତାଲିମ୍ ପ୍ରାପ୍ତ ବରିଷ୍ଠ ପ୍ରଶିକ୍ଷକ ଭାବେ ଯୋଗଦେଇ ଏହି କର୍ମଶାଳାର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିବା ସହିତ ସ୍ବାଗତଭାଷଣ,ଅତିଥିମାନଙ୍କର ପରିଚୟ ପ୍ରଦାନ,ଉଦ୍ ଘାଟନୀ,ଉଦ୍ ଯାପନୀ ବିଜ୍ଞାନ ଆଧାରିତ ଓଡ଼ିଆ,ଇଂରାଜୀ କବିତା ଆବୃତ୍ତି ଏବଂ ପରିଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଡା.ଦେବୀ ପ୍ରସାଦ ମିଶ୍ରଙ୍କ ରିପୋର୍ଟ୍

Related posts

ମହିଳା ମହାବିଦ୍ୟାଳୟରେ ବିଶ୍ବ ଏଡସ୍ ଦିବସ ପାଳିତ 

masiha

ମେଦେନା ଆଞ୍ଚଳିକ ସାଧନକେନ୍ଦ୍ର ଅଧୀନରେ ଥିବା ୧୭ ଟି ବିଦ୍ୟାଳୟରେ ଶୁଖିଲା ଖାଦ୍ୟ ନିମନ୍ତେ ଚାଉଳ ବଣ୍ଟନ କାର୍ଯ୍ୟକ୍ରମ 

Sunil Chandra Nayak

ମହାନତା ଦେଖାଇଲେ ଟ୍ରାକ୍ଟର ମାଲିକ ନିଜ ଗାଡ଼ି ଯୋଗେ ଶ୍ମଶାନରେ ପହଞ୍ଚାଉଛନ୍ତି କାଠ 

masiha

Leave a Comment

error: Content is protected !!