ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୟରଭଞ୍ଜ ଜିଲ୍ଲାର କୁସୁମୀ ବ୍ଲକ ହାଟବାଦଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀନିବାସ ପାଣିଘେରରେ ୧୦୦-ଜଣ ଆଦିବାସୀ ବାଳିକା ଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାରରେ ଆଣ୍ଠୁଏ ପାଣିରେ ପଶି ଛାତ୍ରୀଙ୍କ ଅବସ୍ଥା ବୁଝିଲେ ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତ୍ତି

ମୟରଭଞ୍ଜ ଜିଲ୍ଲାର କୁସୁମୀ ବ୍ଲକ ହାଟବାଦଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀନିବାସ ପାଣିଘେରରେ ୧୦୦-ଜଣ ଆଦିବାସୀ ବାଳିକା ଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାରରେ ଆଣ୍ଠୁଏ ପାଣିରେ ପଶି ଛାତ୍ରୀଙ୍କ ଅବସ୍ଥା ବୁଝିଲେ ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତ୍ତି

ରାଇରଙ୍ଗପୁର, ୧୩ ଅଗଷ୍ଟ ୨୦୨୬: ମୟୁରଭଞ୍ଜ ଜିଲ୍ଲାର କୁସୁମୀ ବ୍ଲକ ଅନ୍ତର୍ଗତ ହାଟବାଦଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀନିବାସ ଏବେ ବର୍ଷାଜଳରେ ସମ୍ପୂର୍ଣ୍ଣ ପାଣିଘେରରେ ରହିଛି। ଏହି ଛାତ୍ରୀନିବାସରେ ରହୁଥିବା ପ୍ରାୟ ୧୦୦ ଜଣ ଆଦିବାସୀ ବାଳିକା ଛାତ୍ରୀ ଜଳବନ୍ଦୀ ଅବସ୍ଥାରେ ରହିଥିବା ଅଭିଯୋଗ ହୋଇଛି। ଏପରି ସମ୍ବେଦନଶୀଳ ପରିସ୍ଥିତିରେ ମଧ୍ୟ ସମ୍ପୃକ୍ତ ସ୍କୁଲ ପ୍ରଶାସନିକ ଅଧିକାରୀ କିମ୍ବା ସ୍ଥାନୀୟ ନିର୍ବାଚିତ ଜନପ୍ରତିନିଧିଙ୍କ ଉପସ୍ଥିତି ନଥିବାକୁ ନେଇ ପ୍ରଶ୍ନ ଉଠିଛି।

ବର୍ଷା ହେଲେ ପ୍ରତିବର୍ଷ ଏହି ସରକାରୀ ବିଦ୍ୟାଳୟ ଓ ଛାତ୍ରୀନିବାସ ଜଳବନ୍ଦୀ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ରହିଛି। ଦୀର୍ଘଦିନ ଧରି ସମସ୍ୟା ରହିଥିଲେ ମଧ୍ୟ ଏହାର ସ୍ଥାୟୀ ସମାଧାନ ହୋଇନଥିବାରୁ ଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ଏହି ପରିସ୍ଥିତିରେ ଆଦିବାସୀ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତ୍ତି ନିଜ ଧର୍ମପତ୍ନୀଙ୍କ ସହ ଆଣ୍ଠୁଏ ପାଣିରେ ପଶି ଛାତ୍ରୀନିବାସରେ ପହଞ୍ଚିଥିଲେ। ସେଠାରେ ରହୁଥିବା ଆଦିବାସୀ ବାଳିକା ଛାତ୍ରୀମାନଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ଓ ଦୁଃଖଦୁର୍ଦ୍ଦଶା ବୁଝିଥିଲେ।

ଶ୍ରୀ ପୂର୍ତ୍ତି କହିଥିଲେ ଯେ, ଛାତ୍ରୀନିବାସ ଭଳି ଏକ ସରକାରୀ ଶିକ୍ଷାନୁଷ୍ଠାନ ପ୍ରତିବର୍ଷ ବର୍ଷାଜଳରେ ଜଳବନ୍ଦୀ ହେବା ଅତ୍ୟନ୍ତ ଚିନ୍ତାଜନକ। ବିଶେଷକରି ଏଠାରେ ରହୁଥିବା ୧୦୦-ଜଣ ଆଦିବାସୀ ବାଳିକା ଛାତ୍ରୀଙ୍କ ସୁରକ୍ଷା, ସ୍ୱାସ୍ଥ୍ୟ ଓ ଶିକ୍ଷା ପ୍ରତି ସରକାର ଗୁରୁତ୍ୱ ଦେବା ଆବଶ୍ୟକ।

ସେ ଏହି ସମସ୍ୟା ସମ୍ପର୍କରେ ସ୍ଥାନୀୟ ଜିଲ୍ଲା ପ୍ରଶାସନ ଓ ସରକାରଙ୍କ ସହ ଆଲୋଚନା କରି ସ୍ଥାୟୀ ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି। ଛାତ୍ରୀନିବାସ ଚାରିପାଖରେ ଜଳ ନିଷ୍କାସନ ବ୍ୟବସ୍ଥା, ନାଳା ଓ ଆବଶ୍ୟକ ଭିତ୍ତିଭୂମିର ସ୍ଥାୟୀ ବିକାଶ କରାଯାଇ ଭବିଷ୍ୟତରେ ଯେପରି ଏଭଳି ପରିସ୍ଥିତି ନ ଉପୁଜେ, ସେଥିପାଇଁ ଦାବି କରାଯାଇଛି।

“ଆଦିବାସୀ ବାଳିକାଙ୍କ ଶିକ୍ଷା ଓ ସୁରକ୍ଷା ସହ କୌଣସି ପ୍ରକାର ଅବହେଳା ଗ୍ରହଣୀୟ ନୁହେଁ। ସରକାର ତୁରନ୍ତ ଏହି ସମସ୍ୟାର ସ୍ଥାୟୀ ସମାଧାନ କରନ୍ତୁ” ବୋଲି ଶ୍ରୀ ପୂର୍ତ୍ତି ଦାବି କରିଛନ୍ତି।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

 

Related posts

କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଧର୍ମପତ୍ନୀ ଝିଙ୍ଗିଆ ଓରାମଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି

Sunil Chandra Nayak

କବୟିତ୍ରୀ ରଞ୍ଜୁଲତା ପାଢ଼ୀଙ୍କୁ ପୁରସ୍କୃତ କଲେ ସମ୍ଭୁନାଥ ସେଠୀ

Sunil Chandra Nayak

ନବରଙ୍ଗପୁର ଠାରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୫

Sunil Chandra Nayak

Leave a Comment

error: Content is protected !!