ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତାତିରେ ସାରା ଓଡ଼ିଶା ନିଆଁ; ଅମଲାଙ୍କ ଆନ୍ଦୋଳନ ନିଆଁ ; ସରକାରୀ କାର୍ଯ୍ୟ ଠପ୍ ,ଜନତା ଅସନ୍ତୋଷରେ ନିଆଁ

ମୟୂରଭଞ୍ଜ- ୧୭/୬ (ମସିହା)ଗ୍ରେଡ ପେ ୪୨୦୦ ଟଙ୍କା ବୃଦ୍ଧି ଦାବିରେ ମୟୂରଭଞ୍ଜ ଜିଲ୍ଲାର ବାମନଘାଟି ଅମଲା ସଂଘ ତରଫରୁ ସମୂହ ଛୁଟି ଆଜି ୧୬/୧୭ ଦିନରେ ପହଞ୍ଚିଲାଣି । ଦିର୍ଘ ୧୬/୧୭ ଦିନ ହେଲାଣି ବାମନଘାଟୀ ଉପଖଣ୍ଡର ସବୁ ଦପ୍ତର ତଥା ରାଜସ୍ଵ ବିଭାଗ ଟ୍ରଜେରୀ,ସଵ ରେଜିଷ୍ଟ୍ରାର, ସ୍ବାସ୍ଥ୍ୟ, ଶିକ୍ଷା,ଗ୍ରାମ୍ୟ ନିର୍ମାଣ ,ପୂର୍ତ୍ତବିଭାଗ,ବ୍ଳକ,ପାନୀୟ ଜଳ ବିଭାଗ,ବନ ବିଭାଗ,ମୂର୍ତିକା ସଂରକ୍ଷଣ ବିଭାଗ, ସମେତ ଅନ୍ୟାନ୍ୟ ବିଭାଗରେ ସମସ୍ତ ଦପ୍ତର ଆଜି ପର୍ଯ୍ୟନ୍ତ କର୍ମଚାରୀ ଶୂନଶାନ ।ଅମଲାଙ୍କ ଅନୁପସ୍ଥିତି ପାଇଁ ସାଧାରଣ ଲୋକ କାମ କରି ନ ପାରି ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହୋଇ ଖାଲି ହାତରେ ଫେରୁଛନ୍ତି ।ଅଫିସର ଥିବା ଅଫିସରେ କ୍ଲାର୍କ ନାହାନ୍ତି କହି ଲୋକଙ୍କୁ ପଠେଇ ଦେଇଛନ୍ତି।ଫାଇଲ ଓ ଟେବୁଲ ଛାଡି ସମୂହ ଆନ୍ଦୋଳନରେ କର୍ମଚାରୀ । କାର୍ଯ୍ୟ ସଂପୂର୍ଣ ଠପ୍ । ସେମାନଙ୍କୁ ସମାନ କାମକୁ ସମ ନ ଦରମା ନୀତି ଅନୁସାରେ ଲେବଲ ୯ ରେ ୪୨୦୦ ଟଙ୍କା ବୃଦ୍ଧି କରିବାକୁ ଦାବି କରି ଆସୁଛନ୍ତି । ଆଜିର ଧାରଣାରେ ଜିଲ୍ଲା ସଂଘର ଆବାହକ ଅସିତ କୁମାର ମହାକୁଡ଼,ଅନୁପ ଡୋଗରା, ପ୍ରସାଦ ବେହେରା, ଅରବିନ୍ଦ ଗିରି, ମହେଶ୍ୱର ସିଂ,ରଣଜିତ ରଜକ,ଅମରଦୀପ ରାୟ,ଅଜିତ ସାହୁ, ଗୌରୀ ଶଙ୍କର ସାମନ୍ତରାୟ,ଶ୍ବେତା ପାଲ,ବାଲେ କିସ୍କୁ,ସିପିକା ମହାନ୍ତ,ଅମ୍ବିକା ମାଝୀ,ବାଦଲ ମୁର୍ମୁ ଙ୍କ ସମେତ ବହୁ କର୍ମଚାରୀ ସାମିଲ ହୋଇଥିଲେ । ସେମାନଙ୍କର ଏକମାତ୍ର ସରକାରଙ୍କୁ ଅନୁରୋଧ ସେମାନଙ୍କ ଦାବି ପ୍ରତି ସରକାର ଧ୍ୟାନ ଦେଇ ସମାଧାନର ରାସ୍ତା ଫିଟାନ୍ତୁ ଏବଂ ଯେତେ ଶିଘ୍ର ସମାଧାନ ହେବ ସେତେ ଶିଘ୍ର ସେମାନେ କାର୍ଯ୍ୟରେ ଯୋଗ ଦେବେ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ 

masiha

ରୋଗାଗ୍ରସ୍ତ ବାପା ମୄତ୍ୟୁ ପରେ ଅନାଥ ଦୁଇଝିଅ , ମୁଖାଗ୍ନି ଦେଇଛନ୍ତି ଦୁଇ କୁନି ଭଉଣି.

masiha

ହର୍ଷୋଲ୍ଲାସରେ ପାଳିତ ହେଲା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ଦେଓଙ୍କର ୧୫୪ ତମ ଜନ୍ମ ଜୟନ୍ତୀ

masiha

Leave a Comment

error: Content is protected !!