ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଶିମିଳିପାଳ ଅଭୟାରଣ୍ୟରେ ସଶସ୍ତ୍ର ଜଙ୍ଗଲ ମାଫିଆଙ୍କ ଗୁଳିରେ ନିରସ୍ତ୍ର ଲାଠି ଧାରି ବନ ବିଭାଗର ମୁଣ୍ଡ ଗଡିଲା ; ଗଣଶିକ୍ଷା ବିଭାଗ ମନ୍ତ୍ରୀଙ୍କ ପ୍ରତିକ୍ରିୟା

ମୟୂରଭଞ୍ଜ-୧୭/୬ (ମସିହା) ଶିମିଳିପାଳ ଅଭୟାରଣ୍ୟ ଅଶାନ୍ତ ।ଜଙ୍ଗଲ ମାଫିଆଙ୍କ ଆଗରେ ବନ ବିଭାଗ ନିଷ୍ପ୍ରଭ ।

ମାତ୍ର ୨୪ ଦିନ ମଧ୍ଯରେ ଶିମିଳିପାଳ ଅଭୟାରଣ୍ୟରେ ଦୁଇ ନିରସ୍ତ୍ର ବନ କର୍ମଚାରୀ ସମେତ ଜଣେ ନିରିହ ଗ୍ରାମବାସୀର ମୁଣ୍ଡ ଗଡିଲାଣି । ଯାହାକୁ ନେଇ ସମଗ୍ର ବନ ପ୍ରଶାସନ, ପରିବେଶବିତ୍, ସାମାଜିକ କର୍ମୀ, ବୁଦ୍ଧିଜୀବୀ, ସ୍ବେଛାସେବୀ,ରିସର୍ଚ ପାର୍ସୀ ଚିନ୍ତିତ । ସୂଚନାଯୋଗ୍ୟ ଯେ ୨୨ ରାତ୍ରରେ ବନ ବିଭାଗ କର୍ମଚାରୀ ବିମଳ ଜେନା ଶିକାରୀଙ୍କ ଦ୍ବାରା ମୃତ୍ୟୁବରଣ କରିଥିଲେ । ସେହିଭଳି କିଛି ଦିନ ପରେ ବନ ବିଭାଗଙ୍କ ଗୁଳିରେ ଜଣେ ଗ୍ରାମବାସୀର ମୃତ୍ୟୁ ହୋଇଥିଲା । ଶୁକ୍ରବାର ମଧ୍ୟ ରାତ୍ରରେ ଶିମିଳିପାଳ ଅଭୟାରଣ୍ୟ କୋର ଅଂଚଳର କେନ୍ଦୁମୁଣ୍ଡି ବାରାହକାମୁଡା ସେକ୍ସନ ର ଗାମୁଛାଝରନ ର ଡେପୁଟି ରେଞ୍ଜର ସାଥି ହାଁସଦା ଙ୍କୁ ପେଟ୍ରୋଲିଂ କରୁଥିବା ସମୟରେ ୪୦ ରୁ ଉର୍ଦ୍ଧ୍ବ ବନମାଫିଆ ଘେରାଉ କରି ଗୁଳି ମାରି ଅନ୍ଧାରିଆ ରାତିରେ ଫେରାର ହୋଇଯାଇଥିଲେ ।ତାଙ୍କୁ ଗୁରୁତର ଅବସ୍ଥାରେ କେନ୍ଦୂଝର‌ହସ୍ପିଟାଲକୁ ଅଣାଯାଇଥିଲା ‌ଡାକ୍ତର ମୃତ ଘୋଷଣା କରିଥିଲେ । ଘଟଣାସ୍ଥଳରେ ଉତ୍ତର ଶିମିଳିପାଳ ଡାଇରେକ୍ଟର ସାଇ କିୟଣ, ବି ଏ ନ, କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାୟକ, କଜିଆ ବନଖଣ୍ଡ ପୋଲିସ ଅଧିକାରୀ ସୁଦର୍ଶନ ଗାଙ୍ଗୋଇ, ରାଇରଙ୍ଗପୁର ଉପଖଣ୍ଡ ପୋଲିସ ଅଧିକାରୀ ଗୋକୁଳାନନ୍ଦ ସାହୁ, ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧିକାରୀ ନୀରଜ ମଲ୍ଲିକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିଲେ । ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସୁଦାମ ଚରଣ ମାରାଣ୍ଡି, ମହିଳା ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ, ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଡାକ୍ତର ଦେବାଶିଷ ମାରାଣ୍ଡି, ପୂର୍ବତନ ବିଧାୟକ ଭାଦଵ ହାଁସଦା, ସମାଜସେବୀ ଅମର ସେଠୀ, ରାଇରଙ୍ଗପୁର ପୌରାଧ୍ଯକ୍ଷ ଅଭିଷେକ ପଟ୍ଟନାୟକ, ସରକାରୀ ଏପିପି ପଙ୍କଜ ଦାସ, ବିଜୁ ସେତୁ ଉପଦେଷ୍ଟା ରତିକାନ୍ତ ପରୀକ୍ଷା, ଜାମଦା ଜିଲ୍ଲା ପରିଷଦ ସଦସ୍ୟ ବାବୁଲା ଟୁଡୁ,ସୁବାଷ ମଣ୍ଡଳ, ଦିବ୍ୟଜ୍ୟୋତି ଖୁଣ୍ଟିଆ, ପ୍ରମୁଖ ପହଞ୍ଚି ମୃତକଙ୍କୁ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଦେଇଥିଲେ‌। ତାଙ୍କୁ ବନ ବିଭାଗ ତରଫରୁ ଗାର୍ଡ ଅଫ ଅନର ଦିଆ ଯାଇଥିଲା । ରାଇରଙ୍ଗପୁର ବନାଞ୍ଚଳ କାର୍ଯ୍ୟାଳୟ ସମ୍ମୁଖରେ ବନ ବିଭାଗ ତରଫରୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା ।ପରେ ତାଙ୍କ ପୈତୃକ ଗ୍ରାମ ଯାମଦା ବ୍ଳକର ଟିଙ୍ଗିରିଆ ଗ୍ରାମକୁ ନିଆଯାଇଥିଲା । ସାଙ୍ଗରେ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ସମେତ ସମସ୍ତ ବନ ବିଭାଗ ଉଚ୍ଚ ପଦାଧିକାରୀ ସାମିଲ ହୋଇଥିଲେ ।କୌଣସି ପରିସ୍ଥିତିରେ ସଂପୃକ୍ତ ଵନମାଫିଆ ମାନଙ୍କୁ ଛଡ଼ା ଯିବ ନାହିଁ ବୋଲି କହିବା ସହ ଶିମିଳିପାଳ ଅଭୟାରଣ୍ୟ ଓ ବନ କର୍ମଚାରୀ କିଭଳି ସୁରକ୍ଷିତ ରହିବେ ସେଥିପାଇଁ ସରକାର ଖୁବ ଶିଘ୍ର ପଦକ୍ଷେପ ନେବେ ବୋଲି କହିଥିଲେ । ଅସୁରକ୍ଷିତ ଶିମିଳିପାଳ ଏବଂ ମୃତ ବନ କର୍ମଚାରୀଙ୍କ ପାଇଁ ସେ ମର୍ମାହତ ଦୁଃଖିତ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ରାଉରକେଲାରେ ଇଲେକ୍ଟ୍ରିକ୍ ସ୍କୁଟର ଠକେଇ କରି ବିକ୍ରି କରିବା ଅଭିଯୋଗରେ ଜଣେ ଗିରଫ ଏବଂ ୪ଟି ସ୍କୁଟି ଜବତ୍

Sunil Chandra Nayak

ରାଉରକେଲା ରେଳଷ୍ଟେସନ୍ ଅଞ୍ଚଳରେ ଯୁବକକୁ ଛୁରୀ ଭୁଷି ହତ୍ଯା : ୫ ଅଭିଯୁକ୍ତ ଗିରଫ ହତ୍ଯାରେ ବ୍ଯବହୃତ ଛୁରୀ ସହ ଗୋଟିଏ ବୋଲେରୋ, ଗୋଟିଏ କାର ଓ ୫ ମୋବାଇଲ ଜବତ୍

Sunil Chandra Nayak

ସ୍ବାମୀ ସ୍ତ୍ରୀଙ୍କ ନକଲି ମଦ ଫ୍ୟାକ୍ଟ୍ରି ; ୩୦ ଲକ୍ଷଟଙ୍କାର ବିଦେଶୀ ମଦ କାରଖାନା ଠାବ,ମଦ ତିଆରି ମେଶିନ ସହ ଜବତ

Sunil Chandra Nayak

Leave a Comment

error: Content is protected !!